ETV Bharat / state

ଜାଗର ପାଇଁ ଚଳଚଞ୍ଚଳ ବାବା କପିଳାଶ ପୀଠ, ଭୋର ୩ଟା ୫୫ରେ ଉଠିବ ମହାଦୀପ

author img

By ETV Bharat Odisha Team

Published : Mar 7, 2024, 7:57 PM IST

Maha Shivratri 2024: ଆସନ୍ତାକାଲି ମହାଶିବରାତ୍ରୀ । ଜାଗର ଯାତ୍ରା ପାଇଁ ଢେଙ୍କାନାଳ ଜିଲ୍ଲା କପିଳାଶରେ ସ୍ୱତନ୍ତ୍ର ପ୍ରସ୍ତୁତି । ଅଧିକ ପଢନ୍ତୁ

ଚଳଚଞ୍ଚଳ ବାବା କପିଳାଶ ପୀଠ, ଭୋର ୩ଟା ୫୫ରେ ଉଠିବ ମହାଦୀପ

ଢେଙ୍କାନାଳ: ଆସନ୍ତାକାଲି ମହାଶିବରାତ୍ରୀ । ପ୍ରଭୁ ଚନ୍ଦ୍ରଶେଖରଙ୍କ ଜାଗର ଯାତ୍ରା ପାଇଁ ଢେଙ୍କାନାଳ ଜିଲ୍ଲା କପିଳାଶରେ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଛି । ଏଠାରେ ଭୋର ୩ଟା ୫୫ ମିନିଟରେ ଉଠିବ ମହାଦୀପ । ଜାଗର ଯାତ୍ରା କିଭଳି ସୁରୁଖୁରୁରେ ସମାପନ ହେବ, ସେନେଇ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଶୃଙ୍ଖଳିତ ଦର୍ଶନ ତଥା ଯାତ୍ରା ପରିଚାଳନା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ସୂଚନା ମିଳିଛି ।

ପବିତ୍ର ମହାଶିବରାତ୍ରୀ ପାଇଁ ଚଳଚଞ୍ଚଳ ଗାଁଠୁ ସହର । ଦେବଦେବ ମହାଦେବଙ୍କର ପାଳନ ହେବ ଜାଗର ଯାତ୍ରା । ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାଶରେ କରାଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି । ପ୍ରଭୁ ଚନ୍ଦ୍ରଶେଖରଙ୍କ ବିଜେସ୍ଥଳୀ କପିଳାଶରେ ଚଳିତ ବର୍ଷ ମହାଦୀପ ଭୋର ୩ଟା ୫୫ ମିନିଟରେ ମନ୍ଦିର ଚୂଡାକୁ ଉଠିବାର ନୀତି ନିର୍ଘଣ୍ଟ କରାଯାଇଛି । ଏଥିପାଇଁ କପିଳାଶର ସେବାୟତମାନେ ବେଶ ତତ୍ପର ହୋଇ ପଡ଼ିଛନ୍ତି ।

ପରମ୍ପରା ମୁତାବକ ଆସନ୍ତାକାଲି (ଶୁକ୍ରବାର) ଦିନ ପ୍ରାତଃ ସମୟରୁ ନାନା ନୀତିକାନ୍ତିରେ ଶୋଡ଼ଷ ଉପଚାରରେ ପ୍ରତ୍ୟେକ ପ୍ରହର ପୂଜା କରାଯିବ । ଆଉ ସନ୍ଧ୍ୟା ପରେ ପ୍ରଭୁଙ୍କର ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ଆରମ୍ଭ ହେବ । ସେହପରି ପରମ୍ପରା ମୁତାବକ ପ୍ରଭୁଙ୍କ ନାଗା ଭରଣ ବେଶ, ମାତା ପାର୍ବତୀଙ୍କ ରାଜରାଜେଶ୍ୱରୀ ବେଶ ଓ ହରିହର ଭେଟକୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ବିଶେଷ କରି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପାହାଡ଼ ଶୀର୍ଷ ଦେଶରେ ବିରାଜମାନ ପ୍ରଭୁ ଚନ୍ଦ୍ରଶେଖରଙ୍କ ଅପାର ମହିମା ରାଜ୍ୟ ତଥା ରାଜ୍ୟବାହାରୁ ଏହି ଜାଗର ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କୁ ଟାଣି ଆଣିଥାଏ ।

ଏହା ମଧ୍ୟ ପଢନ୍ତୁ ...ମହାଶିବରାତ୍ରୀ ପ୍ରସ୍ତୁତି: ଶ୍ରୀ ବ୍ରହ୍ମେଶ୍ୱର ମନ୍ଦିରରେ 10:30ରେ ଉଠିବ ମହାଦୀପ

ଏହା ମଧ୍ୟ ପଢନ୍ତୁ ...ଜାଗରରେ ଲାଗିବ ଭକ୍ତଙ୍କ ଭିଡ଼, ଲୋକନାଥ ମନ୍ଦିରରେ ମୁତୟନ ହେବେ 21 ପ୍ଲାଟୁନ୍ ଫୋର୍ସ

ପ୍ରତିବର୍ଷ ମହାଶିବରାତ୍ରୀରେ କପିଳାଶରେ ଲକ୍ଷ ଲକ୍ଷ ସଂଖ୍ୟାରେ ଜନ ସମାଗମ ଦେଖିବାକୁ ମିଳିଥାଏ । ଜନ ସମାଗମକୁ ଆଖି ଆଗରେ ରଖି ପୀଠରେ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିରର ବଡ଼ଦାଣ୍ଡରୁ ବାରିକେଟ ବ୍ୟବସ୍ଥା, ବାରବାଙ୍କ ଏବଂ ପାହାଚ ରାସ୍ତାରେ ଆଲୋକୀକରଣ, ସ୍ୱସ୍ଥ୍ୟ ପରିମଳ ଓ ପାନୀୟ ଜଳ ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ । ଶାନ୍ତି ଶୃଙ୍ଖଳା ପାଇଁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ବ୍ୟବସ୍ଥା କରାଯାଇଛି । ଅପରପକ୍ଷରେ ମନ୍ଦିର ପାଦଦେଶ ଦେଓଗାଁ ଠାରେ ବାଇକ ଓ ଗାଡି ପାଇଁ ଦୁଇଟି ପାର୍କିଂ ବ୍ୟବସ୍ଥା କରାଯାଇଛି । ବାରବାଙ୍କ ଦେଇ ଗାଡି ଚଳାଚଳ ସମୂର୍ଣ୍ଣ ନିଷିଦ୍ଧ କରାଯାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.