ETV Bharat / state

ଲଢେଇ ପାଇଁ ମଇଦାନରେ ୧୩୮୯ ଅଗ୍ନିବୀର, ନୌସେନାର ଫୋକସରେ ତଟ ସୁରକ୍ଷା - Fourth batch Of Navy Agniveers

author img

By ETV Bharat Odisha Team

Published : Aug 9, 2024, 10:43 PM IST

Fourth batch Of Navy Agniveers: ଆଇଏନ୍‌ଏସ୍ ଚିଲିକାରେ 4ର୍ଥ ବ୍ୟାଚ୍ ଅଗ୍ନିବୀର ପ୍ରଶିକ୍ଷାର୍ଥୀଙ୍କ ପାସିଂ ଆଉଟ୍ ପରେଡ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଥ ବ୍ୟାଚରେ ପ୍ରଶିକ୍ଷଣ ନେଇଛନ୍ତି ୧୩୮୯ ଜଣ ଅଗ୍ନିବୀର । ଅଧିକ ପଢନ୍ତୁ

Fourth batch Of Navy Agniveers Passes Out
Fourth batch Of Navy Agniveers Passes Out (ETV Bharat Odisha)

ଭୁବନେଶ୍ବର: ଆଜି (ଶୁକ୍ରବାର) INS ଚିଲିକା ଠାରେ ଚତୁର୍ଥ ବ୍ୟାଚ୍ ଅଗ୍ନିବୀର ପାସିଂ ଆଉଟ ସମାରୋହ ଅନୁଷ୍ଠିତ ହୋଇଛି । ଚତୁର୍ଥ ବ୍ୟାଚରେ ୧୩୮୯ ଜଣ ପ୍ରଶିକ୍ଷଣ ନେଇଛନ୍ତି । ଏହା ମଧ୍ୟରୁ ୨୧୬ ଜଣ ମହିଳା ଅଗ୍ନିବୀର ପ୍ରଶିକ୍ଷଣ ନେଇଛନ୍ତି । ଅନ୍ୟପଟେ ନୌସେନା ସମ୍ପୂର୍ଣ ଉପକୂଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବହୁତ ଭଲ ଅଛି । କେବଳ ଓଡିଶା ନୁହେଁ ଯେତେ ବି ଉପକୂଳ ରାଜ୍ୟ ଅଛି ସବୁଠି ସୁରକ୍ଷା ବ୍ୟବସ୍ଥା ଦୃଢ଼ କରାଯାଇଛି ।

ଉପକୂଳ ସୁରକ୍ଷାକୁ ନେଇ ନୌସେନା ମୁଖ୍ୟଙ୍କ ପ୍ରତିକ୍ରିୟା:
ବାଂଲାଦେଶ ସ୍ଥିତି ଯୋଗୁ ଅନୁପ୍ରବେଶକାରୀଙ୍କ ସମ୍ପର୍କରେ ଚର୍ଚ୍ଚା ଚାଲିଥିବା ବେଳେ ନୌସେନା ମୁଖ୍ୟ ଦିନେଶ କେ ତ୍ରିପାଠୀଙ୍କ ପ୍ରତିକ୍ରିୟା । ଦିନେଶ କେ ତ୍ରିପାଠୀ କହିଛନ୍ତି, "ଉପକୂଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବହୁତ ଭଲ ଅଛି । କେବଳ ଓଡିଶା ନୁହେଁ ଯେତେ ବି ଉପକୂଳ ରାଜ୍ୟ ଅଛି ସବୁଠି ସୁରକ୍ଷା ବ୍ୟବସ୍ଥା ଦୃଢ଼ କରାଯାଇଛି । ଭାରତୀୟ କୋଷ୍ଟଗାର୍ଡ ସହ ଏହି କାର୍ଯ୍ୟ କରାଯାଉଛି । ଉପକୂଳ ରାଜ୍ୟ ପାଇଁ ପୁରା ଷ୍ଟ୍ରକଚର ପ୍ରସ୍ତୁତ କରାଯାଇଛି । ଏସବୁ ରାଜ୍ୟଗୁଡିକ ସହ ସୁରକ୍ଷା ନେଇ ଆଲୋଚନା ମଧ୍ୟ କରାଯାଉଛି ।" କେଉଁ ବର୍ଷରେ କେତେ ଅଗ୍ନିବୀର:

"ପ୍ରଥମ ବ୍ୟାଚରେ ୨ ହଜାର ୫୮୫ ଜଣ, ଦ୍ୱିତୀୟ ବ୍ୟାଚରେ ୨ ହଜାର ୮୯୫ ଜଣ, ତୃତୀୟ ବ୍ୟାଚରେ ୨ ହଜାର ୬୩୦ ଜଣ ଆଗ୍ନିବୀର ଦୀର୍ଘ ୧୬ ସପ୍ତାହ ସଫଳତାର ସହ ପ୍ରଶିକ୍ଷଣ ନେଇ ଭାରତୀୟ ନୌସେନାରେ ଯୋଗ ଦେଇସାରିଛନ୍ତି । ଏହା ସହ ଚତୁର୍ଥ ବ୍ୟାଚ୍‌ରେ ୧ ହଜାର ୩୮୯ ପ୍ରଶିକ୍ଷଣ ନେଇଛନ୍ତି । ଏହା ମଧ୍ୟରୁ ଚତୁର୍ଥ ଵ୍ୟାଚ୍‌ରେ ୨୧୬ ଜଣ ମହିଳା ଅଗ୍ନିବୀରଙ୍କ ସହ ୧୩୮୯ ଜଣ ଅଗ୍ନିବୀର ପ୍ରଶିକ୍ଷଣ ନେଇଛନ୍ତି । ଏହି ଅବସରରେ ୩୩୦ ଜଣ ତଟରକ୍ଷୀ ନାବିକ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା" ଆଇଏନଏସ ଚିଲିକା ପକ୍ଷରୁ ସୂଚନା ଦିଆଯାଇଛି ।

ବୈଷୟିକ ଜ୍ଞାନ କୌଶଳରେ ସାମୁଦ୍ରିକ ଯୋଦ୍ଧା ହେବାକୁ ପରାମର୍ଶ:

ନୌସେନା ମୁଖ୍ୟ ଆହୁରି କହିଛନ୍ତି "ଏହି ପାସିଂ ଆଉଟ ପ୍ୟାରେଡ୍ କେବଳ ପ୍ରାରମ୍ଭିକ ପ୍ରଶିକ୍ଷଣର ସଫଳ ସମାପ୍ତିକୁ ସୂଚୀତ କରେ ନାହିଁ ବରଂ ଭାରତୀୟ ନୌସେନାରେ ଏହି ଅଗ୍ନିବୀରଙ୍କ ପାଇଁ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଥାଏ । ଭାରତୀୟ ନୌସେନାର ନୈତିକତା, ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଏକ ଯୁଦ୍ଧ ପ୍ରସ୍ତୁତ, ବିଶ୍ବସନୀୟ, ମିଳିତ ଏବଂ ଭବିଷ୍ୟତ- ପ୍ରସ୍ତୁତ ଶକ୍ତି ଗଠନ ପାଇଁ ସହଯୋଗକୁ ଗୁରୁତ୍ବ ଦେଇଥାଏ । ନୌସେନା ମୁଖ୍ୟ ପାସ୍ କରୁଥିବା ପ୍ରଶିକ୍ଷକମାନଙ୍କୁ ନୌସେନାର ମୂଳ ମୂଲ୍ୟବୋଧକୁ ଡ୍ୟୁଟି, ସମ୍ମାନ ଏବଂ ସାହସିକତାର ରାଷ୍ଟ୍ର ଗଠନ ଦିଗରେ ଉତ୍ସାହିତ କରିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ତାଲିମ ଉପରେ ଧ୍ୟାନ ଦେବା ଏବଂ ବୈଷୟିକ ଜ୍ଞାନ କୌଶଳରେ ସାମୁଦ୍ରିକ ଯୋଦ୍ଧା ହେବାକୁ ସେ ସେମାନଙ୍କୁ ଅନୁରୋଧ କରିଛନ୍ତି" ।

ଅଗ୍ନିବୀରଙ୍କ ପାଖରେ ରହିଛି ଦକ୍ଷତା:

ନୌସେନା ମୁଖ୍ୟ ଆଡ଼ମିରାଲ ଦିନେଶ କେ ତ୍ରିପାଠୀ କହିଛନ୍ତି, "ମୁଁ ୨୦୨୨ ମସିହାରେ ଯୋଡ଼ି ହୋଇଛି । ଜୁନ ମାସରେ ଯେତେବେଳେ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଥିଲେ, ସେହି ସମୟରୁ ଏହି ଯୋଜନାରେ ମୁଁ ବିଭିନ୍ନ ପଦବୀରେ ଯୋଡ଼ିହୋଇ ରହିଛି । ସମସ୍ତଙ୍କର କାର୍ଯ୍ୟ ଦକ୍ଷତା ସମୁଦ୍ରରେ ଦେଖିଛି, ଅଗ୍ନିବୀର ସମେତ କମାଣ୍ଡିଂ ଅଫିସର ସବୁ ବହୁତ୍ ଭଲ କାର୍ଯ୍ୟ ଦକ୍ଷତା ଦମଦାର ରହିଛି । ସମସ୍ତେ ମିଳିମିଶି କାମ କରୁଛନ୍ତି ।"

ନୌସେନାରେ ଯୋଗଦାନ ପାଇଁ ଯୁବପିଢିଙ୍କୁ ଆହ୍ଵାନ:

ଦିନେଶ କେ ତ୍ରିପାଠୀ ଆହୁରି କହିଛନ୍ତି "ନୌସେନାରେ ଯୋଗଦେବା ପାଇଁ ଭାରତୀୟ ଯୁବପିଢିଙ୍କ ପାଇଁ ଏକ ସୁନେଲି ସୁଯୋଗ ଅଟେ । ୪ ବର୍ଷ ପର୍ଯ୍ୟନ୍ତ କେବଳ ନୌସେନା ନୁହେଁ ଏହା ସହ ଆର୍ମି ଏବଂ ଏୟାର ଫୋର୍ସରେ ସେବା କରିବା ପାଇଁ ଏକ ଗୌରବର ବିଷୟ । ମୁଁ ସମସ୍ତଙ୍କୁ କହୁଛି ୪ ବର୍ଷ ନୌସେନାରେ ଯୋଗଦାନ କରନ୍ତୁ ।"

ବିଶ୍ବର ସମସ୍ତ ଦେଶ ଭାରତୀୟ ନୌସେନା ସହ କାମ କରିବାକୁ ଆଗ୍ରହୀ:

ନୌସେନାର ମୁଖ୍ୟ ଆଡ଼ମିରାଲ ଦିନେଶ କେ ତ୍ରିପାଠୀ କହିଛନ୍ତି, "ବିଶ୍ବର ସମସ୍ତ ଦେଶର ନୌସେନା ଆମ ସହିତ କାମ କରିବାକୁ ଆଗ୍ରହ ପ୍ରକାଶ କରନ୍ତି । ମୋର ଏହି ଦାୟିତ୍ୱ ଏହାକୁ ମୁଁ ସେହିଭଳି ଭାବରେ ରଖିବାକୁ ପ୍ରୟାସ କରିବି । ସରକାର ଏନେଇ ସହଯୋଗ ମଧ୍ୟ କରୁଛନ୍ତି । ମୁଁ ଆଗକୁ ନୌସେନାର ଭବିଷ୍ୟତ ଦେଖୁଛି ।"
ଏହା ମଧ୍ୟ ପଢ଼ନ୍ତୁ..INS ଚିଲିକାରେ ପାସିଂ ଆଉଟ ପରେଡ; ନୌସେନାରେ ଯୋଗଦେଲେ ୨୬୩୦ ଅଗ୍ନିବୀର
ଇଟିଭି ଭାରତ, ଭୁବନେଶ୍ବର

ଭୁବନେଶ୍ବର: ଆଜି (ଶୁକ୍ରବାର) INS ଚିଲିକା ଠାରେ ଚତୁର୍ଥ ବ୍ୟାଚ୍ ଅଗ୍ନିବୀର ପାସିଂ ଆଉଟ ସମାରୋହ ଅନୁଷ୍ଠିତ ହୋଇଛି । ଚତୁର୍ଥ ବ୍ୟାଚରେ ୧୩୮୯ ଜଣ ପ୍ରଶିକ୍ଷଣ ନେଇଛନ୍ତି । ଏହା ମଧ୍ୟରୁ ୨୧୬ ଜଣ ମହିଳା ଅଗ୍ନିବୀର ପ୍ରଶିକ୍ଷଣ ନେଇଛନ୍ତି । ଅନ୍ୟପଟେ ନୌସେନା ସମ୍ପୂର୍ଣ ଉପକୂଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବହୁତ ଭଲ ଅଛି । କେବଳ ଓଡିଶା ନୁହେଁ ଯେତେ ବି ଉପକୂଳ ରାଜ୍ୟ ଅଛି ସବୁଠି ସୁରକ୍ଷା ବ୍ୟବସ୍ଥା ଦୃଢ଼ କରାଯାଇଛି ।

Fourth batch Of Navy Agniveers Passes Out (ETV Bharat Odisha)
ଉପକୂଳ ସୁରକ୍ଷାକୁ ନେଇ ନୌସେନା ମୁଖ୍ୟଙ୍କ ପ୍ରତିକ୍ରିୟା: ବାଂଲାଦେଶ ସ୍ଥିତି ଯୋଗୁ ଅନୁପ୍ରବେଶକାରୀଙ୍କ ସମ୍ପର୍କରେ ଚର୍ଚ୍ଚା ଚାଲିଥିବା ବେଳେ ନୌସେନା ମୁଖ୍ୟ ଦିନେଶ କେ ତ୍ରିପାଠୀଙ୍କ ପ୍ରତିକ୍ରିୟା । ଦିନେଶ କେ ତ୍ରିପାଠୀ କହିଛନ୍ତି, "ଉପକୂଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବହୁତ ଭଲ ଅଛି । କେବଳ ଓଡିଶା ନୁହେଁ ଯେତେ ବି ଉପକୂଳ ରାଜ୍ୟ ଅଛି ସବୁଠି ସୁରକ୍ଷା ବ୍ୟବସ୍ଥା ଦୃଢ଼ କରାଯାଇଛି । ଭାରତୀୟ କୋଷ୍ଟଗାର୍ଡ ସହ ଏହି କାର୍ଯ୍ୟ କରାଯାଉଛି । ଉପକୂଳ ରାଜ୍ୟ ପାଇଁ ପୁରା ଷ୍ଟ୍ରକଚର ପ୍ରସ୍ତୁତ କରାଯାଇଛି । ଏସବୁ ରାଜ୍ୟଗୁଡିକ ସହ ସୁରକ୍ଷା ନେଇ ଆଲୋଚନା ମଧ୍ୟ କରାଯାଉଛି ।" କେଉଁ ବର୍ଷରେ କେତେ ଅଗ୍ନିବୀର:

"ପ୍ରଥମ ବ୍ୟାଚରେ ୨ ହଜାର ୫୮୫ ଜଣ, ଦ୍ୱିତୀୟ ବ୍ୟାଚରେ ୨ ହଜାର ୮୯୫ ଜଣ, ତୃତୀୟ ବ୍ୟାଚରେ ୨ ହଜାର ୬୩୦ ଜଣ ଆଗ୍ନିବୀର ଦୀର୍ଘ ୧୬ ସପ୍ତାହ ସଫଳତାର ସହ ପ୍ରଶିକ୍ଷଣ ନେଇ ଭାରତୀୟ ନୌସେନାରେ ଯୋଗ ଦେଇସାରିଛନ୍ତି । ଏହା ସହ ଚତୁର୍ଥ ବ୍ୟାଚ୍‌ରେ ୧ ହଜାର ୩୮୯ ପ୍ରଶିକ୍ଷଣ ନେଇଛନ୍ତି । ଏହା ମଧ୍ୟରୁ ଚତୁର୍ଥ ଵ୍ୟାଚ୍‌ରେ ୨୧୬ ଜଣ ମହିଳା ଅଗ୍ନିବୀରଙ୍କ ସହ ୧୩୮୯ ଜଣ ଅଗ୍ନିବୀର ପ୍ରଶିକ୍ଷଣ ନେଇଛନ୍ତି । ଏହି ଅବସରରେ ୩୩୦ ଜଣ ତଟରକ୍ଷୀ ନାବିକ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା" ଆଇଏନଏସ ଚିଲିକା ପକ୍ଷରୁ ସୂଚନା ଦିଆଯାଇଛି ।

ବୈଷୟିକ ଜ୍ଞାନ କୌଶଳରେ ସାମୁଦ୍ରିକ ଯୋଦ୍ଧା ହେବାକୁ ପରାମର୍ଶ:

ନୌସେନା ମୁଖ୍ୟ ଆହୁରି କହିଛନ୍ତି "ଏହି ପାସିଂ ଆଉଟ ପ୍ୟାରେଡ୍ କେବଳ ପ୍ରାରମ୍ଭିକ ପ୍ରଶିକ୍ଷଣର ସଫଳ ସମାପ୍ତିକୁ ସୂଚୀତ କରେ ନାହିଁ ବରଂ ଭାରତୀୟ ନୌସେନାରେ ଏହି ଅଗ୍ନିବୀରଙ୍କ ପାଇଁ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଥାଏ । ଭାରତୀୟ ନୌସେନାର ନୈତିକତା, ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଏକ ଯୁଦ୍ଧ ପ୍ରସ୍ତୁତ, ବିଶ୍ବସନୀୟ, ମିଳିତ ଏବଂ ଭବିଷ୍ୟତ- ପ୍ରସ୍ତୁତ ଶକ୍ତି ଗଠନ ପାଇଁ ସହଯୋଗକୁ ଗୁରୁତ୍ବ ଦେଇଥାଏ । ନୌସେନା ମୁଖ୍ୟ ପାସ୍ କରୁଥିବା ପ୍ରଶିକ୍ଷକମାନଙ୍କୁ ନୌସେନାର ମୂଳ ମୂଲ୍ୟବୋଧକୁ ଡ୍ୟୁଟି, ସମ୍ମାନ ଏବଂ ସାହସିକତାର ରାଷ୍ଟ୍ର ଗଠନ ଦିଗରେ ଉତ୍ସାହିତ କରିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ତାଲିମ ଉପରେ ଧ୍ୟାନ ଦେବା ଏବଂ ବୈଷୟିକ ଜ୍ଞାନ କୌଶଳରେ ସାମୁଦ୍ରିକ ଯୋଦ୍ଧା ହେବାକୁ ସେ ସେମାନଙ୍କୁ ଅନୁରୋଧ କରିଛନ୍ତି" ।

ଅଗ୍ନିବୀରଙ୍କ ପାଖରେ ରହିଛି ଦକ୍ଷତା:

ନୌସେନା ମୁଖ୍ୟ ଆଡ଼ମିରାଲ ଦିନେଶ କେ ତ୍ରିପାଠୀ କହିଛନ୍ତି, "ମୁଁ ୨୦୨୨ ମସିହାରେ ଯୋଡ଼ି ହୋଇଛି । ଜୁନ ମାସରେ ଯେତେବେଳେ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଥିଲେ, ସେହି ସମୟରୁ ଏହି ଯୋଜନାରେ ମୁଁ ବିଭିନ୍ନ ପଦବୀରେ ଯୋଡ଼ିହୋଇ ରହିଛି । ସମସ୍ତଙ୍କର କାର୍ଯ୍ୟ ଦକ୍ଷତା ସମୁଦ୍ରରେ ଦେଖିଛି, ଅଗ୍ନିବୀର ସମେତ କମାଣ୍ଡିଂ ଅଫିସର ସବୁ ବହୁତ୍ ଭଲ କାର୍ଯ୍ୟ ଦକ୍ଷତା ଦମଦାର ରହିଛି । ସମସ୍ତେ ମିଳିମିଶି କାମ କରୁଛନ୍ତି ।"

ନୌସେନାରେ ଯୋଗଦାନ ପାଇଁ ଯୁବପିଢିଙ୍କୁ ଆହ୍ଵାନ:

ଦିନେଶ କେ ତ୍ରିପାଠୀ ଆହୁରି କହିଛନ୍ତି "ନୌସେନାରେ ଯୋଗଦେବା ପାଇଁ ଭାରତୀୟ ଯୁବପିଢିଙ୍କ ପାଇଁ ଏକ ସୁନେଲି ସୁଯୋଗ ଅଟେ । ୪ ବର୍ଷ ପର୍ଯ୍ୟନ୍ତ କେବଳ ନୌସେନା ନୁହେଁ ଏହା ସହ ଆର୍ମି ଏବଂ ଏୟାର ଫୋର୍ସରେ ସେବା କରିବା ପାଇଁ ଏକ ଗୌରବର ବିଷୟ । ମୁଁ ସମସ୍ତଙ୍କୁ କହୁଛି ୪ ବର୍ଷ ନୌସେନାରେ ଯୋଗଦାନ କରନ୍ତୁ ।"

ବିଶ୍ବର ସମସ୍ତ ଦେଶ ଭାରତୀୟ ନୌସେନା ସହ କାମ କରିବାକୁ ଆଗ୍ରହୀ:

ନୌସେନାର ମୁଖ୍ୟ ଆଡ଼ମିରାଲ ଦିନେଶ କେ ତ୍ରିପାଠୀ କହିଛନ୍ତି, "ବିଶ୍ବର ସମସ୍ତ ଦେଶର ନୌସେନା ଆମ ସହିତ କାମ କରିବାକୁ ଆଗ୍ରହ ପ୍ରକାଶ କରନ୍ତି । ମୋର ଏହି ଦାୟିତ୍ୱ ଏହାକୁ ମୁଁ ସେହିଭଳି ଭାବରେ ରଖିବାକୁ ପ୍ରୟାସ କରିବି । ସରକାର ଏନେଇ ସହଯୋଗ ମଧ୍ୟ କରୁଛନ୍ତି । ମୁଁ ଆଗକୁ ନୌସେନାର ଭବିଷ୍ୟତ ଦେଖୁଛି ।"
ଏହା ମଧ୍ୟ ପଢ଼ନ୍ତୁ..INS ଚିଲିକାରେ ପାସିଂ ଆଉଟ ପରେଡ; ନୌସେନାରେ ଯୋଗଦେଲେ ୨୬୩୦ ଅଗ୍ନିବୀର
ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.