ETV Bharat / state

ଚାଲିଥିଲା ଆଇପିଏଲ ବେଟିଂ, 4 ଜଣଙ୍କୁ ଗିରଫ କଲା ପୋଲିସ - 4 Arrested for IPL betting - 4 ARRESTED FOR IPL BETTING

IPL betting in Rourkela: ଆଇପିଏଲ ବେଟିଂ ଚାଲିଥିବା ବେଳେ ମାଡିବସିଲା ପୋଲିସ । 4 ଜଣ ଗିରଫ ହୋଇଥିବା ସୂଚନା । ଅଧିକ ପଢନ୍ତୁ

IPL betting in Rourkela
IPL betting in Rourkela (ETV Bharat Odisha)
author img

By ETV Bharat Odisha Team

Published : May 15, 2024, 5:10 PM IST

IPL betting in Rourkela (ETV Bharat Odisha)

ରାଉରକେଲା: ଦେଶରେ ଚାଲିଛି ସବୁଠାରୁ ଲୋକ ପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ । ଏହାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ବେଟିଂ । ଗୋଟିଏ ବଲ ଉପରେ ଲାଗୁଛି ଲକ୍ଷ ଲକ୍ଷ ଟଙ୍କାର ବେଟିଂ । ଗୋଟିଏ ଲେଖାଏଁ ମ୍ୟାଚରେ ଲାଗୁଛି କୋଟି କୋଟି ଟଙ୍କାର ବେଟିଂ । ରାଉରକେଲାରେ ଏପରି ଅନଲାଇନ ବେଟିଂ ଚାଲିଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି। ଯାହାର ସୂଚନା ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ ଏସଡିପିଓ ହିମାଂଶୁ ବେହେରା ଦେଇଛନ୍ତି।

ପୋଲିସ ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଟାଉନ ଥାନା ଏବଂ ସାଇବର ସେଲର ମିଳିତ ଉଦ୍ୟମରେ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ। ପୋଲିସ ଖବର ପାଇ ମହାଦେବ ପଡ଼ାରେ ଥିବା ଏକ କ୍ଲବ ଘରେ ଆଇପିଏଲ୍ ବେଟିଂ ଚାଲିଥିବା ବେଳେ ରାତିରେ ସେଠାରେ ଚଢ଼ାଉ କରିଥିଲା ପୋଲିସ। ଚଢ଼ାଉରେ 4 ଜଣଙ୍କୁ ଗିରଫ କରିବା ସହିତ ୫ ଲକ୍ଷ ୧୭ ହଜାର ୨୦୦ ଟଙ୍କା, 7ଟି ମୋବାଇଲ ଫୋନ, ଗୋଟିଏ ଲ୍ୟାପଟପ ଏବଂ ତିନୋଟି ବାଇକ ଜବତ କରାଯାଇଛି। ତେବେ ଗିରଫ ହୋଇଥିବା 4 ଜଣଙ୍କ ମଧ୍ୟରୁ ତିନି ଜଣ ଭିତ୍ତିରିଆପଡ଼ାର ହୋଇଥିବା ବେଳେ ଜଣେ ଖମାରିପଡ଼ାର ବୋଲି ଜଣା ପଡ଼ିଛି। ତେବେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ 33 ବର୍ଷୀୟ ମିଥୁନ ସାହୁ, 40 ବର୍ଷୀୟ ସଞ୍ଜୟ ସାହୁ, 46 ବର୍ଷୀୟ ସୁବୋଧ ସାହୁ ଏବଂ 40 ବର୍ଷୀୟ ସଞ୍ଜୟ କୁମାର ସାହୁ।

ଏହା ମଧ୍ୟ ପଢ଼ନ୍ତୁ.. ଲାଞ୍ଚ ନେଉଥିଲେ ଲାଞ୍ଚୁଆ ଅମିନ, ମାଡି ବସିଲା ଭିଜିଲାନ୍ସ - VIGILANCE RAID

ତେବେ ଏମାନେ ଅନଲାଇନ ମାଧ୍ୟମରେ ବେଟିଂ କରୁଥିବାକୁ ଏମାନଙ୍କର କୌଣସି ସ୍ଥାୟୀ ଠିକଣା ନଥିବା ବେଳେ ଏମାନଙ୍କୁ ଖୋଜିବା ପୋଲିସ ପକ୍ଷେ କାଠିକର ପାଠ ଥିଲା। ଏସ୍‌ଡିପିଓ ଏବଂ ଟାଉନ ଥାନା ଅଧିକାରୀ ଆଦିତ୍ଯ କୁମାର ମହାକୁଡ଼ଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଗ୍ୟାଙ୍ଗକୁ ଠାବ କରିବା ଲାଗି ବାହାରି ପଡ଼ିଥିଲେ। ତେବେ ଏମାନେ କ୍ୟାସ ଟ୍ରାଞ୍ଜାକ୍ସ କରିବା ସହିତ ଡେବିଟ କାର୍ଡ, କ୍ରେଡ଼ିଟ କାର୍ଡ, ଫୋନ ପେ, ଗୁଗୁଲ ପେ ପରି ଅନଲାଇନ ଟ୍ରାଞ୍ଜାକ୍ସର ସାହାର ନେଉଥିଲେ। ତେବେ ଏମାନେ ପ୍ରଥମେ କ୍ରିକେଟ ଲାଇନ ଗୁରୁ ନାମକ ଏକ ଆପରେ ଲାଇଭ କ୍ରିକେଟ ଦେଖନ୍ତି । ଆଉ ତାର ସାହାଯ୍ୟରେ ସେମାନେ ଟଙ୍କା ଲଗାନ୍ତି । ତା ପରେ ହାର ଜିତ ସାଙ୍ଗକୁ ଏଥିରେ ଟଙ୍କା ଲଗାଇ କିଏ ଫାଇଦା ପାଏ ତ ଆଉ କିଏ ଟଙ୍କା ହରାଇ ବସେ। ତେବେ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି କିମ୍ବା ଏମାନେ ଆଉ କାହା ନିର୍ଦ୍ଦେଶରେ କାମ କରୁଛନ୍ତୁ ତାହା ଜାଣିବା ପାଇଁ ପୋଲିସର ତଦନ୍ତ ଆରମ୍ଭ ହୋଇଯାଇଛି।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.