ETV Bharat / state

ଡମ୍ପିଂୟାର୍ଡ଼ ଦୁର୍ଗନ୍ଧରେ କଲବଲ ପୁରୀ ଗୌଡ଼ବାଡ ସାହି ଓ ବଙ୍ଗାଳୀ କଲୋନୀବାସୀ, ଅଳିଆଗଦା ସ୍ଥାନାନ୍ତର ପାଇଁ ଦାବି - Dumping Yard problem In Puri

author img

By ETV Bharat Odisha Team

Published : Apr 7, 2024, 10:23 PM IST

Dumping Yard In Puri: ପୁରୀ ବଳିଆପଣ୍ଡା ଅଞ୍ଚଳରେ ଥିବା ଡମ୍ପିଂୟାର୍ଡକୁ ସ୍ଥାନନ୍ତର ପାଇଁ ଗୌଡ଼ବାଡ ସାହି ଓ ବଙ୍ଗାଳୀ କଲୋନୀ ବାସିନ୍ଦାଙ୍କ ଦାବି । ଅଧିକ ପଢ଼ନ୍ତୁ

ଡମ୍ପିଂୟାର୍ଡ଼ ଦୁର୍ଗନ୍ଧରେ କଲବଲ ପୁରୀ ଗୌଡ଼ବାଡ ସାହି ଓ ବଙ୍ଗାଳୀ କଲୋନୀବାସୀ

ପୁରୀ: ଡମ୍ପିଂୟାର୍ଡ଼କୁ ନେଇ କଲବଲ ପୁରୀବାସୀ । ଗଦା ହୋଇଥିବା କୁଢ କୁଢ ଅଳିଆ ଆବର୍ଜନାରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ । ପୁରୀ ବଳିଆପଣ୍ଡା ଅଞ୍ଚଳରେ ଥିବା ଡମ୍ପିଂୟାର୍ଡ ଗୌଡ଼ବାଡ ସାହି ଓ ବଙ୍ଗାଳୀ କଲୋନୀରେ ଥିବା ଶହ ଶହ ବାସିନ୍ଦାଙ୍କ ପାଇଁ ଏବେ ଅଭିଶାପ ପାଲଟିଛି । ଜନବସତି ଭିତରେ ଡମ୍ପିଂୟାର୍ଡ ହୋଇଥିବାରୁ ଆବର୍ଜ୍ଜନାର ଗନ୍ଧରେ ରହିପାରୁନାହାନ୍ତି ଏଠାକାର ଜନସାଧାରଣ । ୨୪ ଘଣ୍ଟା ଝରକା କବାଟ ବନ୍ଦ କରି ରହିବାକୁ ପଡ଼ୁଥିବା ବେଳେ ସ୍ବଚ୍ଛ ବାୟୁ ଟିକେ ପାଇବା ଏବେ ସ୍ବପ୍ନ ପାଲଟି ଯାଇଛି । ତେବେ ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ବଦଳରେ ପୁରୀ ପୌରପାଳିକା ସମସ୍ୟା ଭିତରକୁ ଠେଲି ଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସୀ ।

ତେବେ ପୁରୀ ଗୌଡ଼ବାଡ ସାହି ଓ ବଙ୍ଗାଳୀ କଲୋନୀ ବାସିନ୍ଦାଙ୍କ ଅଭିଯୋଗ ଯେ, ଜନବସତି ଭିତରେ ଡମ୍ପିଂୟାର୍ଡର ଆବର୍ଜନାରୁ କୀଟ ବାହାରି ଘର ଭିତରେ ପ୍ରବେଶ କରୁଥିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ସେହିପରି ଅଳିଆ ପାହାଡ଼ରେ ନିଆଁ ଲଗାଯାଉଥିବାରୁ ପ୍ରବଳ ଧୂଆଁରେ ଲୋକେ ଅଣନିଃଶ୍ବାସୀ ହୋଇଯାଉଛନ୍ତି । ଅସ୍ଵାସ୍ଥ୍ୟକର ପରିବେଶ ଏବଂ ଧୂଆଁ ଯୋଗୁଁ ଘରେ ଘରେ ଏବେ ଶ୍ବାସ ରୋଗୀ ଚିହ୍ନଟ ହେଲେଣି । ଜନବସତି ଅଞ୍ଚଳରୁ ଡମ୍ପିଂୟାର୍ଡକୁ ସ୍ଥାନାନ୍ତର ନେଇ ବାରମ୍ବାର ଦାବି କରିବା ପରେ ମଧ୍ୟ ପୌର ପ୍ରଶାସନ କୌଣସି ପଦକ୍ଷେପ ନଉନାହାନ୍ତି ।

ଏହାସହ ଜଳ ବାହାରି ଭୂତଳ ଜଳ ସ୍ତରରେ ମିଶି ବ୍ୟାପକ ପ୍ରଦ୍ୟୂଷିତ କରୁଥିବା ବେଳେ କ୍ୟାନସର ସୃଷ୍ଟିକାରୀ ମାରାତ୍ମକ ଜୀବାଣୁ ଜଳରେ ଥିବା ଚିହ୍ନଟ କରିଛି କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ଼ । ଜଳରେ ସୀସା ନାଇଟ୍ରୋଜେନର ପରିମାଣ ଧାର୍ଯ୍ୟମାନ ଠାରୁ ଯଥେଷ୍ଟ ଅଧିକ ଥିବା ରିପୋର୍ଟ ଆସିଛି । ସେପଟେ ଡମ୍ପିଙ୍ଗ ୟାର୍ଡ ସ୍ଥାନାନ୍ତରକୁ ନେଇ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସହଯୋଗ କରୁନଥିବା ବେଳେ ଏହାକୁ କଡ଼ା ସମାଲୋଚନା କରିଛନ୍ତି ସ୍ଥାନୀୟ ବାସିନ୍ଦା । ପୁରୀ ପୌର ପ୍ରଶାସନ ତୁରନ୍ତ ଜନସାଧାରଣଙ୍କ ସମସ୍ୟା ସମାଧାନ ନକଲେ ଖୁବଶୀଘ୍ର ପୌରପାଳିକା କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।

ଏହା ମଧ୍ୟ ପଢ଼ନ୍ତୁ...ଦୁର୍ଗନ୍ଧରେ ବସ୍ତିବାସିନ୍ଦାଙ୍କ ଜୀବନ ଅସ୍ତବ୍ୟସ୍ତ, ବିଜେପି କହିଲା ସମାଧାନ ନେହେଲେ ଆଇନ ଅମାନ୍ୟ ଆନ୍ଦୋଳନ

ତେବେ ସ୍ବଚ୍ଛ ପୁରୀ ଗର୍ବ ଆମରିର ନାରା ଦେଉଛି ପୁରୀ ପୌର ପାଳିକା । ହେଲେ ଏହି ନାରାକୁ ନିଜେ ଭୁଲି ଯାଇଛି ପୌରପାଳିକା । ଡମ୍ପିଂୟାର୍ଡକୁ ନେଇ ଗୌଡ଼ବାଡ ସାହି ଓ ବଙ୍ଗାଳୀ କଲୋନୀ ଅଞ୍ଚଳରେ ଥିବା ସମସ୍ୟା ଦିନକୁ ଦିନ ବଢୁଥିବା ବେଳେ ଏହାକୁ ଗୁରୁତର ସହ ନେଇ ପୁରୀ ପୌରପାଳିକା ସମାଧାନର ପନ୍ଥା ବାହାର କରିବାର ଆବଶ୍ୟକତା ରହିଛି । ସେପଟେ ବିଭିନ୍ନ ମହଲରେ ବିରୋଧ ପରେ ମୁହଁ ଖୋଲିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ । ଡମ୍ପିଙ୍ଗ ୟାର୍ଡର ଆବର୍ଜନାକୁ ପ୍ରକ୍ରିୟାକରଣ କରାଯାଇ ଖତରେ ରୂପାନ୍ତରଣ କରିବା ପାଇଁ ବାୟୋ ମାଇନିଂ ବ୍ୟବସ୍ଥା ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ । ଯାହାଫଳରେ ଡମ୍ପିଙ୍ଗ ୟାର୍ଡକୁ ନେଇ ସୃଷ୍ଟି ହୋଇଥିବା ସମସ୍ତ ସମସ୍ୟା ଖୁବଶୀଘ୍ର ସମାଧାନ ହୋଇଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.