ETV Bharat / state

ପରଲୋକରେ ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ଶୋକ ବ୍ୟକ୍ତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ - Former Odisha Governor dies - FORMER ODISHA GOVERNOR DIES

Former Odisha Governor passes away: ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଦେହାନ୍ତ । 2007ରୁ 2013 ଯାଏଁ ଥିଲେ ଓଡିଶାର ରାଜ୍ୟପାଳ । ବିଭିନ୍ନ ମହଲରେ ଶୋକ । ଅଧିକ ପଢନ୍ତୁ

ପରଲୋକରେ ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ଶୋକ ବ୍ୟକ୍ତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
ପରଲୋକରେ ପୂର୍ବତନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ଶୋକ ବ୍ୟକ୍ତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : Jun 16, 2024, 8:37 AM IST

Updated : Jun 16, 2024, 10:22 AM IST

ଭୁବନେଶ୍ବର: ପରଲୋକରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ । ୯୫ବର୍ଷ ବୟସରେ ଗତକାଲି (ଶନିବାର) ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ଓଡ଼ିଶାର ରାଜ୍ୟପାଳ ଭାବେ ସେ 2007ରୁ 2013 ଯାଏଁ କାର୍ଯ୍ୟ କରିଥିଲେ । ମୁରଲୀଧରଙ୍କ ବିୟୋଗରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିଛନ୍ତି ।

ରାଜ୍ୟର 43ତମ ରାଜ୍ୟପାଳ :-

ଭାରତୀୟ ଜାତୀୟ କଂଗ୍ରେସର ଏହି ବିଶିଷ୍ଟ ରାଜନେତା ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ ଓଡ଼ିଶାର 43ତମ ରାଜ୍ୟପାଳ ରୂପେ କାର୍ଯ୍ୟ କରିଥିଲେ । 2007 ମସିହା ଅଗଷ୍ଟ 21 ତାରିଖରୁ 2013 ମାର୍ଚ୍ଚ 9 ତାରିଖ ପର୍ଯ୍ୟନ୍ତ ସେ ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ । ଏହା ପୂର୍ବରୁ ସେ ସକ୍ରିୟ ରାଜନୀତିରେ ଥିଲେ । କଂଗ୍ରେସରୁ ସେ ତିନିଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । 1980 ରୁ 82, 1982ରୁ 1988 ଓ 1988ରୁ 1994 ରାଜ୍ୟସଭାକୁ ସେ ନିର୍ବାଚିତ ହୋଇଥିଲେ । ରାଜନୀତିକୁ ପ୍ରବେଶ କରିବା ପୂର୍ବରୁ ସେ ଆଇନଜୀବୀ ଭାବେ କାର୍ଯ୍ୟ କରିଛନ୍ତି । ସୁପ୍ରିମକୋର୍ଟରେ ଜଣେ ବରିଷ୍ଠ ଆଇନଜୀବୀ ସହ ସୁପ୍ରିମକୋର୍ଟ ବାର ଆସୋସିଏସନର ସେ ଦୁଇ ଥର ସଭାପତି ରୂପେ ମଧ୍ୟ ନିର୍ବାଚିତ ହୋଇଥିଲେ ।

ମହିଳା ସଶକ୍ତିକରଣ ପାଇଁ ଥିଲା ଅବଦାନ:-

ସମାଜସେବା କ୍ଷେତ୍ରରେ ମୁରଲୀଧରଙ୍କର ବଳିଷ୍ଠ ଅବଦାନ ରହିଛି । ଭାରତକୁ ସେ ବିଭିନ୍ନ ଅନ୍ତର୍ଜାତୀୟ ସ୍ତରରେ ସେ ପ୍ରତିନିଧିତ୍ୱ କରିଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ସେ ଆଗଭର ଥିଲେ । ଏହି ବିଷୟକୁ ନେଇ ‘ଦି ୱର୍ଲଡ ଅଫ ଜେଣ୍ଡର ଜଷ୍ଟିସ’ ନାମକ ପୁସ୍ତକ ମଧ୍ୟ ରଚନା କରିିଥିଲେ । ଶିଶୁ ଓ ଭିନ୍ନକ୍ଷମଙ୍କ ଅଧିକାର ପାଇଁ ସେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ।

ଶୋକ ବ୍ୟକ୍ତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ:-
ମୁରଲୀଧରଙ୍କ ଦେହାନ୍ତରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିଛନ୍ତି । ଟ୍ବିଟ୍‌ କରି ଶୋକ ବାର୍ତ୍ତାରେ ଅମର ଆତ୍ମାର ସଦଗତି ପାଇଁ କାମନା କରିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ରାଜ୍ୟପାଳ ରଘୁବର ଦାସ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି ।

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏକ ଶୋକ ବାର୍ତ୍ତାରେ ସେ କହିଛନ୍ତି ଯେ ସ୍ବର୍ଗତଃ ଭଣ୍ଡାରେ ଓଡ଼ିଶାର ରାଜ୍ୟପାଳ ଭାବରେ ରାଜ୍ୟର ବିକାଶରେ ଗୁରୁତ୍ବପୂର୍ଣ୍ଣ ଅବଦାନ ରଖିଥିଲେ । ତାଙ୍କ ଜ୍ଞାନ ଓ ଅମାୟିକ ସ୍ଵଭାବ ଯୋଗୁ ସାରା ରାଜ୍ୟବାସୀଙ୍କ ପ୍ରିୟ ହୋଇପାରିଥିଲେ । ତାଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି । ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି ।

ନବୀନ ମଧ୍ୟ କଲେ ଶୋକ ବ୍ୟକ୍ତ:-
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୂରଲୀଧରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । କହିଛନ୍ତି ଯେ, ପ୍ରବୀଣ ରାଜନେତା ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ରାଜ୍ୟର ପ୍ରଗତି ଏବଂ ଲୋକଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ ସହ ତାଙ୍କ ବିନମ୍ର ଏବଂ ଅମାୟିକ ସ୍ଵଭାବ ସର୍ବଦା ପ୍ରେରଣାର ଉତ୍ସ ହୋଇରହିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି । ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ଶୋକ ବ୍ୟକ୍ତ କରିବା ସହ ପରିବାର ଓ ସମ୍ପର୍କୀୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 16, 2024, 10:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.