ETV Bharat / state

ଓଡ଼ିଶା କଂଗ୍ରେସକୁ ବଡ଼ ଝଟକା, ହାତ ଛାଡ଼ିଲେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ, ଦର୍ଶାଇଲେ ଏସବୁ କାରଣ - Bijay Patnaik quit Congress

author img

By ETV Bharat Odisha Team

Published : Aug 16, 2024, 4:58 PM IST

Bijay Patnaik resigns from Congress Party: କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ଇସ୍ତଫା ଦେଇଥିବା କହିଛନ୍ତି ବିଜୟ । ଅଧିକ ପଢନ୍ତୁ

କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ; ଏମିତି କହିଲେ କାରଣ
କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ; ଏମିତି କହିଲେ କାରଣ (ETV Bharat Odisha)

ଭୁବନେଶ୍ବର: କଂଗ୍ରେସ ଛାଡିଲେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ । ଆଜି ସେ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ମେଲ୍ ମାଧ୍ୟମରେ ସେ ନିଜର ଇସ୍ତଫା ପତ୍ର ସର୍ବଭାରତୀୟ କଂଗ୍ରେସ କମିଟି AICC କୁ ପଠାଇଛନ୍ତି । ଦଳରେ ଅଣଦେଖା କରାଯାଇଥିବା ଭଳି ସଙ୍ଗୀନ ଅଭିଯୋଗ କରି ଇସ୍ତଫା ଦେଇଛନ୍ତି ବିଜୟ । ଏନେଇ ପ୍ରତିକ୍ରିୟାରେ ବିଜୟ ପଟ୍ଟନାୟକ କହିଛନ୍ତି, ''ଦଳରେ ମୋର କୌଣସି ପ୍ରକାର ଆବଶ୍ୟକତା ନଥିବା ମୁଁ ଅନୁଭବ କଲି । ମୁଁ କୌଣସି ପଦପଦବୀ ଆଶାରେ କଂଗ୍ରେସରେ ଯୋଗ ଦେଇନଥିଲି । ଓଡିଶାବାସୀଙ୍କ ସେବା କରିବାକୁ ଆସିଥିଲି । ହେଲେ ଦଳ ମୋତେ ଯେତେବେଳେ ଗ୍ରହଣ କରୁନି, ତାହେଲେ କାହିଁକି ଏଥିରେ ରହିବି ବୋଲି ମନେ କଲି । ତେଣୁ ବହୁତ ଭାବିଚିନ୍ତି ଇସ୍ତଫା ଦେଇଛି ।''

ଓଡ଼ିଶା କଂଗ୍ରେସକୁ ବଡ଼ ଝଟକା, ହାତ ଛାଡ଼ିଲେ ବରିଷ୍ଠ ନେତା ବିଜୟ ପଟ୍ଟନାୟକ, ଦର୍ଶାଇଲେ ଏସବୁ କାରଣ (ETV Bharat Odisha)

କୌଣସି ଦଳରେ ଯୋଗ ଦେବିନି:

ତେବେ ଆଗାମୀ ଦିନରେ ସେ ଅନ୍ୟ କୌଣସି ଦଳରେ ଯୋଗ ଦେବେ ନାହିଁ ବୋଲି ବିଜୟ ପଟ୍ଟନାୟକ କହିଛନ୍ତି । କେବଳ ଲୋକଙ୍କ ପାଖକୁ ଯିବି ଓ ଲୋକଙ୍କର ସେବା କରିବି ବୋଲି କହିଛନ୍ତି । କହିରଖୁଛୁ କି, କଂଗ୍ରେସରେ ବିଜୟ ପଟ୍ଟନାୟକଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଥିଲା । ପରେ ଏହି ପଦରୁ ତାଙ୍କୁ ବାହାର କରିଦିଆଯାଇଥିଲା । ଏଥିରେ ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । କିଛି ଦିନ ହେଲା କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁନଥିଲା ।

ଏହା ମଧ୍ୟ ପଢନ୍ତୁ: ନୂଆ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ବିଜେଡି-କଂଗ୍ରେସର ବର୍ଜନ, ବାଚସ୍ପତିଙ୍କୁ ଚିଠି ଲେଖିଲେ ପ୍ରମିଳା, କାଡାମ କହିଲେ ଦଳୀୟ କାର୍ଯ୍ୟକ୍ରମ ନକରନ୍ତୁ - mla orientation programme

ଆଇଏଏସ୍ ଅଫିସରରୁ ରାଜନେତା:

ଓଡ଼ିଶାର ପୂର୍ବତନ ମୁଖ୍ୟ ସଚିବ ଥିବା ବିଜୟ ପଟ୍ଟନାୟକ ୨୦୨୩ ଫେବୃଆରୀରେ କଂଗ୍ରେସରେ ସାମିଲ ହୋଇଥିଲେ । ୧୯୭୬ ବ୍ୟାଚର ଆଇଏଏସ ଅଧିକାରୀ ଥିବାବେଳେ ୨୦୦୪ରୁ ୨୦୧୦ ପର୍ଯ୍ୟନ୍ତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଥିଲେ । ୨୦୧୦ ସେପ୍ଟେମ୍ବରରେ ସେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ହୋଇଥିଲେ । ୨୦୧୩ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ଥିଲେ । କଂଗ୍ରେସରେ ମିଶିବା ପରେ ତାଙ୍କୁ ନୂଆ ଦାୟିତ୍ବ ମିଳିଥିଲା । ବିଜୟ ପଟ୍ଟନାୟକ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ହୋଇଥିଲେ । ଗତ ନିର୍ବାଚନ ପୂର୍ବରୁ ତାଙ୍କୁ ପ୍ରଚାର କମିଟି ପଦରୁ କାଢି ଦିଆଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.