ETV Bharat / state

ହାତୀ ଘଉଡାଇବାକୁ ଯାଇ ବନ କର୍ମଚାରୀଙ୍କ ହାତରେ ଫୁଟିଲା ବୋମା - forest department officer injured

author img

By ETV Bharat Odisha Team

Published : Mar 30, 2024, 8:22 AM IST

Forest Department Officer Injured: ଭୁବନରେ ଆତଙ୍କ ଖେଳାଇଛନ୍ତି ହାତୀ । ହାତୀ ଘଉଡାଇବାକୁ ଯାଇ କର୍ମଚାରୀ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ହାତୀ ଘଉଡାଇବାକୁ ଯାଇ ବନ କର୍ମଚାରୀଙ୍କ ହାତରେ ଫୁଟିଲା ବୋମା

ଢେଙ୍କାନାଳ: ହାତୀ ଘଉଡାଇବାକୁ ଯାଇ ବନ କର୍ମଚାରୀ ହାତରେ ଫୁଟିଲା ବୋମା । ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧିନ ନୂଆ ଭୁବନରେ ଗୋଟିଏ ଦନ୍ତା ଓ ଏକ ମାଇ ହାତୀ ଧସେଇ ପସିଥିଲେ । ହାତୀଟି ଜନବସତି ଭିତରଙ୍କୁ ପଶି ଆସିବାରୁ ଲୋକମାନେ ଭୟଭୀତ ହୋଇ ପଡ଼ିଥିଲେ । ସଙ୍ଗେ ସଙ୍ଗେ ହାତୀ ଘଉଡ଼ାଇବା ପାଇ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଭୁବନ ବନାଞ୍ଚଳର କର୍ମଚାରୀ ହାତୀ ଘଉଡାଇବାକୁ ପ୍ରୟାସ କରିଥିଲେ । ଏହି ସମୟରେ କର୍ମଚାରୀ ହାତରେ ବିସ୍ଫୋରକ ଫୁଟି ଯାଇଥିଲା ।

ହାତୀକୁ ଦେଖିବା ପାଇ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ । ତେବେ ହାତୀଙ୍କୁ ଘଉଡାଇବା ପାଇଁ ତାଙ୍କ ନିକଟକୁ ବୋମା ଫୋପାଡିଥିଲା ବନ ବିଭାଗ । ଏହି ସମୟରେ ଅଞ୍ଚଳବାସୀ ରୁଣ୍ଡ ହେବା ସହିତ ବନ ବିଭାଗକୁ ହାତୀ ଘଉଡାଇବାକୁ ସମସ୍ୟାର ସମ୍ମୁଖିନ ହୋଇଥିଲେ । ତେବେ ବନବିଭାଗ କର୍ମଚାରୀ ଜୌତିପ୍ରକାଶ ମେହେଣା ଏକ ବୋମା ହାତୀ ନିକଟକୁ ଫୋପାଡିବା ସମୟରେ ବୋମାଟି ହାତରେ ଫାଟି ଯାଇଥିଲା । ଯାହାଫଳରେ କି ତାଙ୍କ ମୁଣ୍ଡରେ ଆଘାତ ଲାଗିବା ସହିତ ଡାହାଣ ହାତର ତିନୋଟି ଆଙ୍ଗୁଳିରେ ଆଘାତ ଲାଗିଥିବା ଜଣାପଡିଛି ।

ତାଙ୍କ ଚିକିତ୍ସା ପାଇଁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଜୌତି ପ୍ରକାଶଙ୍କ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏପଟେ ହାତୀଟି ପାଖ ଜଙ୍ଗଲକୁ ପଳାଇ ଥିବା ସୂଚନା ମିଳିଛି । ଦିନକୁ ଦିନ ଜିଲ୍ଲାରେ ହାତୀଙ୍କ ଉପଦ୍ରବ ବଢିଚାଲିଛି । ମୁଖ୍ୟତଃ ଉପାନ୍ତ ଅଞ୍ଚଳରେ ବଢୁଛି ହାତୀଙ୍କ ଉପଦ୍ରବ । କେତେବେଳେ ଜନବସତି ମୁହାଁ ହୋଇ ଘର ଭାଙ୍ଗୁଛନ୍ତି ତ ପୁଣି କେତେବେଳେ ଫସଲ ନଷ୍ଟ କରି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଯାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି ।

ଏହା ମଧ୍ୟ ପଢନ୍ତୁ.....ଅନୁଗୋଳକୁ ଫେରିଲେ ୫୦ ଟିକିଆ ହାତୀପଲ, ଲୋକେ ଭୟଭୀତ

ସେହିପରି ପୂର୍ବରୁ ବାଲେଶ୍ବର ଜିଲ୍ଲା ରାଇବଣିଆ ଅଞ୍ଚଳକୁ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହୋଇଛନ୍ତି ୬୦ଟି ହାତୀ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ହାତୀ ଓ ମନୁଷ୍ୟ ମଧ୍ୟରେ ଲଢେଇ ଥମିବାର ନାଁ ଧରୁନି । ଅନେକ ଧନଜୀବନ ନଷ୍ଟ ହେଉଥିବାବେଳେ ନିରବଦ୍ରଷ୍ଟା ସାଜିଛି ବନ ବିଭାଗ । ପଶ୍ଚିମବଙ୍ଗ ଦେଇ ହାତୀପଲ ସର୍ଦାରବନ୍ଧ ଅଞ୍ଚଳରେ ପ୍ରଥମେ ପ୍ରବେଶ କରିଥିଲେ । ପରେ ବିଭିନ୍ନ ଅଞ୍ଚଳରେ ପ୍ରବେଶ କରି ସେମାନଙ୍କ ଉପଦ୍ରବ ଆରମ୍ଭ କରିଦେଇଥିଲେ । ଖବର ପାଇ ଜଳେଶ୍ବର ବିନବିଭାଗ ଟିମ ଏବଂ ଗଜସାଥୀ ପହଞ୍ଚି ହାତୀ ପଲ ଘୋଡ଼େଇ ଥିଲେ ।

ଇଟିଭି ଭାରତ,ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.