ETV Bharat / state

ଶ୍ରୀକ୍ଷେତ୍ରରେ ହୋଲି ଖେଳିଲେ ବିଦେଶୀ ପର୍ଯ୍ୟଟକ - holi 2024

Holi Celebration: ପୁରୀରେ ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟର୍ ପକ୍ଷରୁ ଜାପାନୀ ପର୍ଯ୍ୟଟକଙ୍କ ସହ ହୋଲି ଖେଳ ଅନୁଷ୍ଠିତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 26, 2024, 3:34 PM IST

Holi Celebration
Holi Celebration
Holi Celebration

ପୁରୀ: ଆଜି ରଙ୍ଗର ପର୍ବ ହୋଲି । ଏନେଇ ଚଳଚଞ୍ଚଳ ଗାଁ ଠୁ ସହର । ସେହିପରି ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ହୋଲି ଉତ୍ସବକୁ ବେଶ୍ ଜାକଜମକରେ ପାଳନ କରାଯାଇଛି । ବିଦେଶୀ ପର୍ଯ୍ୟଟକମାନେ ହୋଲି ଖେଳର ମଜା ନେଇଛନ୍ତି । ପୁରୀରେ ଇଣ୍ଡିଆ ଜାପାନ ଫ୍ରେଣ୍ଡସିପ ସେଣ୍ଟର୍ ପକ୍ଷରୁ ଜାପାନୀ ପର୍ଯ୍ୟଟକଙ୍କୁ ନେଇ ହୋଲି ଖେଳ ଅନୁଷ୍ଠିତ ହୋଇଛି। ଜାପାନୀଙ୍କ ସହ ପୁରୀ ସହରବାସୀ ଏବଂ ଅନ୍ୟ ରାଜ୍ୟର ପର୍ଯ୍ୟଟକମାନେ ମଧ୍ୟ ହୋଲି ଖେଳର ମଜା ନେଇଛନ୍ତି। ଏନେଇ ହୋଟେଲ ସାନ୍ତନା ପରିସରରେ ହୋଲି ଉତ୍ସବ ଅନୁଷ୍ଠିତ ହୋଇଥଲା ।

ପୁରୀରେ ରହୁଥିବା ଓ ବୁଲିବାକୁ ଆସିଥିବା ଜାପାନୀ ପର୍ଯ୍ୟଟକମାନେ ହୋଲି ଖେଳରେ ସାମିଲ ହୋଇ ବେଶ୍ ଆନନ୍ଦିତ ହେଇଥିଲେ। ଏନେଇ ବିଦେଶୀ ପର୍ଯ୍ୟଟକ କହିଛନ୍ତି ହୋଲି ଖେଳ ଏକ ନିଆରା ପରମ୍ପରା । ଏହା ଭାଇଚାରାର ପର୍ବ । ଭାରତର ଏହି ପ୍ରସିଦ୍ଧ ପର୍ବରେ ସେମାନେ ସାମିଲ ହୋଇ ବେଶ୍ ଖୁସି । ଭାରତ ସଂସ୍କୃତି ପରମ୍ପରା ବିଷୟରେ ଜାଣିବାକୁ ମିଳିଲା। ସେହିପରି ଅନ୍ୟପଟେ ଇଣ୍ଡିଆ ଜାପାନ ଫ୍ରେଣ୍ଡ୍ ସିପ ସେଣ୍ଟର୍ ର ସଭାପତି ଶ୍ରୀମନ୍ତ କୁମାର ଦାଶ କହିଛନ୍ତି, ଦୀର୍ଘ 15 ବର୍ଷରୁ ଅଧିକ ହେବ ଜାପାନୀ ପର୍ଯ୍ୟଟକଙ୍କୁ ନେଇ ଏହି ହୋଲି ଉତ୍ସବ ପାଳନ କରାଯାଉଛି । ଏହା ଦ୍ବାରା ଆମ ପରମ୍ପରା ବିଷୟରେ ଜାପାନୀ ମାନେ ଅବଗତ ହୋଇ ପାରୁଛନ୍ତି। ଜାପାନୀ ଭାଷାରେ ହୋଲି ଉତ୍ସବ କଣ, ଏହାର ପରମ୍ପରା ବିଷୟ ରେ ବୁଝାଯାଉଛି। ଏହି ସୁନ୍ଦର ପରମ୍ପରା ବିଷୟ ରେ ଜାଣି ଜାପାନୀ ମାନେ ବେଶ୍ ଖୁସି ପ୍ରକଟ କରିବା ସହ ହୋଲି ଉତ୍ସବରେ ସାମିଲ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ-ସବୁଠି ଜମୁଛି ସେଲିବ୍ରେସନ, ଅବିର ଲଗାଇ ଧୁମଧାମରେ ହୋଲି ଖେଳୁଛନ୍ତି ଲୋକେ

ସେପଟେ ରାଜ୍ୟ ବାହାର ରୁ ଆସିଥିବା ପର୍ଯ୍ୟଟକ କହିଛନ୍ତି ଜାପାନୀଙ୍କ ସହ ହୋଲି ଖେଳ ଏକ ନିଆରା ଅନୁଭୂତି। ଯାହା ଜୀବନ ସାରା ସ୍ମୃତି ହୋଇ ରହିବ। ପୁରୀରେ ହୋଲି ଖେଳ ଏକ ସ୍ଵତନ୍ତ୍ରତା ରହିଥିବା ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକ କହିଛନ୍ତି । ଏନେଇପୁରୀ ବାସିନ୍ଦା କହିଛନ୍ତି, ସବୁବେଳେ ଆମେ ବନ୍ଧୁ, ପରିବାରବର୍ଗ ଙ୍କ ସହ ହୋଲି ଖେଳୁ। ହେଲେ ଚଳିତବର୍ଷ ହୋଲି ଖେଳ ବେଶ୍ ନିଆରା। ଭାରତର ପରମ୍ପରା କୁ ବିଦେଶୀମାନେ ଭଲ ପାଇ ପସନ୍ଦ କରିବା ଆମ ପାଇଁ ଗର୍ବ ଓ ଖୁସି ର ବିଷୟ। ସେପଟେ ଇଣ୍ଡିଆ ଜାପାନ ଫ୍ରେଣ୍ଡ୍ ସିପ ସେଣ୍ଟର୍ ର ଏହି ନିଆରା ହୋଲି ଖେଳ ଉତ୍ସବ ସବୁ ମହଲରେ ସ୍ଵାଗତ କରାଯାଇଛି। ଏହା ଦ୍ବାରା ଓଡ଼ିଶା ଓ ଜାପାନ ମଧ୍ୟରେ ସଂସ୍କୃତି ଆଦାନ ପ୍ରଦାନ ସହ ଭାଇଚାରା ସହିତ ପର୍ଯ୍ୟଟନ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.