ETV Bharat / state

ମାଲକାନାଗିରି ବନ୍ୟା: ସୁଧୁରିଛି ସ୍ଥିତି, ତଥାପି ପାଣିଘେରରେ ବିଭିନ୍ନ ଅଞ୍ଚଳ - malkangiri flood situation

author img

By ETV Bharat Odisha Team

Published : Sep 10, 2024, 5:38 PM IST

Updated : Sep 10, 2024, 10:37 PM IST

MALKANGIRI FLOOD SITUATION: MV-96 ନମ୍ବର ପୋଲୋ ଉପରୁ ଖସିଲା ପାଣି ,ଜୟପୁର ଠାରୁ ମାଲକାନାଗିରି ଜାତାୟତ ସ୍ବାଭାବିକ । ଲଗାଣ ବର୍ଷା ଯୋଗୁଁ ଆନେକ ଘର ଭାଙ୍ଗିରୁଜି ଛାରଖାର । ସେପଟେ ବନ୍ୟା ସ୍ଥିତି ସମୀକ୍ଷା କଲେ ସରକାର । ଅଧିକ ପଢନ୍ତୁ

MALKANGIRI FLOOD SITUATIONdisha
MALKANGIRI FLOOD SITUATION (ETV Bharat Odisha)

ମାଲକାନାଗିରି: ଗତ ୩ଦିନ ଧରି ଲଗାଣ ବର୍ଷା ଯୋଗୁଁ ମାଲକାନାଗିରିର ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିରେ କ୍ରମଶଃ ସୁଧାର ଆସିବାରେ ଲାଗିଛି । ଜିଲ୍ଲାରେ ୩୨୬ ନମ୍ବର ଜାତୀୟ ରାଜପଥରେ ଥିବା ପାଙ୍ଗାମ, କାଙ୍ଗୁରୁକୁଣ୍ଡା,ପଟେରୁ MV-90, MV-7,MV-96 ନମ୍ବର ପୋଲ ଉପରେ ୫ରୁ ୧୦ଫୁଟର ପାଣି ପ୍ରବାହିତ ହେଉଥିଲା । ଫଳରେ ଜାତାୟତ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଥିଲା । ଏବେ ଜଳସ୍ତର ଖସିବା ସହ ବିଭିନ୍ନ ସ୍ଥାନରେ ଯାତାୟତ ଓ ଜୀବନ ଯାତ୍ରା କ୍ରମଶଃ ସ୍ବାଭାବିକ ହେବାରେ ଲାଗିଛି ।

  • ବନ୍ୟା ସ୍ଥିତି ସମୀକ୍ଷା କଲା ଅଧିକାରୀଙ୍କ ଟିମ୍‌ :

ମାଲକାନଗିରିରେ ହୋଇଥିବା ଲଗାଣ ବର୍ଷା ସ୍ଥିତି ସମ୍ପର୍କରେ ରାଜ୍ୟ ସରକାରଙ୍କ ଏକ ଅଧିକାରୀଙ୍କ ଟିମ୍‌ ସ୍ଥିତି ସମୀକ୍ଷା କରିଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଅଗ୍ନିଶମ ବିଭାଗ ଡିଜି ଡ଼ଃ ସୁଧାଂଶୁ ।।ଷଡ଼ଙ୍ଗୀ ଓ ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜି ଚରଣ ସିଂ ମୀନା ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏହି ସ୍ଥିତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ହୋଇଥିଲା । ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ଓ ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ । ପ୍ରାଥମିକତା ଭିତ୍ତିରେ ବିଜୁଳି ସଂଯୋଗୀକରଣ, ପାନୀୟ ଜଳ ଯୋଗାଣ ଓ ପ୍ରାଣୀ ସମ୍ପଦଙ୍କ ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ଵାରୋପ କରାଯାଇଥିଲା ।

  • ମାଲକାନାଗିରିରେ ବନ୍ୟା ବିତ୍ପାତ:

ଗତକାଲି ରାତିରେ ଜିଲ୍ଲାରେ ବର୍ଷାର ପରିମାଣ କମ୍ ହୋଇଥିଲା । ଫଳରେ ପାଙ୍ଗାମ, MV-90, MV-7,MV-96 ନମ୍ବର ପୋଲୋ ଉପରୁ ପାଣି ହ୍ରାସ ହୋଇଥିବା ବେଳେ ଜୟପୁର ଠାରୁ ମାଲକାନାଗିରି ଜାତାୟତ ସ୍ବାଭାବିକ ହୋଇଛି । କିନ୍ତୁ ବର୍ତ୍ତମାନ ମଧ୍ୟ ପଟେରୁ ପୋଲ ଉପରେ ୨ରୁ୩ ଫୁଟ ଓ କାଙ୍ଗୁରୁକୁଣ୍ଡା ପୋଲୋ ଉପରେ ୩ ରୁ୪ ଫୁଟର ପାଣି ପ୍ରବାହିତ ହୋଉଥିବାରୁ ମାଲକାନାଗିରି ଠାରୁ କାଲିମେଳା ଯାତାୟତ ବନ୍ଦ ରହିଛି । ସେହିଭଳି କାଲିମେଳା କନ୍ୟାଶ୍ରମ ପୋଲୋ ଉପରେ ୩ରୁ ୪ ଫୁଟର ପାଣି ଚାଲୁଥିବାରୁ କାଲିମେଳା ଓ ପଡିଆ ମଧ୍ୟରେ ଯାତାୟତ ଠପ୍ ହୋଇରହିଛି । ସେହିଭଳି ସୁକୁମା ପୋଲୋ ଉପରେ ୪ରୁ ୫ ଫୁଟର ପାଣି ପ୍ରବାହିତ ହୋଉଥିବାରୁ ମାଲକାନାଗିରି ଏବଂ ଛତିଶଗଡ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି । ମାଲକାନାଗିରି ସହର ଠାରୁ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କିଛି ପୋଲୋ ଉପରେ ପାଣି ହ୍ରାସ ପାଇଥିଲେ ମଧ୍ୟ ବର୍ତ୍ତମାନ ସୁଧା କିଛି ଗାଁଗୁଡିକରେ ବନ୍ୟାଜଳ ପ୍ରବାହିତ ହେଉଛି । ସେଠାକାର ଲୋକଙ୍କର ପରିସ୍ଥିତି ସ୍ବାଭାବିକ ହୋଇନାହିଁ ।

MALKANGIRI FLOOD SITUATION

  • ଲଗାଣ ବର୍ଷା ଆଣିଦେଲା ଦୁଃଖ:

ଲଗାଣ ବର୍ଷା ଯୋଗୁଁ ମାଲକାନାଗିରି ଜିଲ୍ଲାରେ ବହୁ ଲୋକଙ୍କର ଘର ଭୁଶୁଡ଼ି ଯାଇଛି । ସହସହ ଜମିରେ ବନ୍ୟାଜଳ ପ୍ରବାହିତ ହେବା ଦ୍ବାରା ଜମିରେ ବାଲିଚର ସହ କଦୁଅ ମାଡିଯାଇଥିବା ନଜର ଆସିଛି । ଯାହାକୁ ନେଇ ସରକାର ଓ ପ୍ରସାସନକୁ ସହାୟତା ଗୁହାରୀ କରିଛନ୍ତି ଲୋକେ । ଗତକାଲି ପଟେରୁ ସହର ଭିତରେ ୧୦ଫୁଟର ବନ୍ୟାପାଣି ଚାଲୁଥିବା ବେଳେ ଅନେକ ଘର ବୁଡ଼ି ରହିଥିଲା ।

  • ବନ୍ୟା ପ୍ରଭାବିତ ଅଞ୍ଚଳକୁ ତୀକ୍ଷଣ ନଜର ରଖିଛି ପ୍ରଶାସନ:

ଆଜି ମଧ୍ୟ ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଯାହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ, ସ୍କୁଲ ଏବଂ ଅଙ୍ଗନୱାଡ଼ି ଶିକ୍ଷାନୁଷ୍ଠାନଗୁଡ଼ିକ ଛୁଟି ଘୋଷଣା କରିଛନ୍ତି । ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜଣେ IAS ଏବଂ ଜଣେ IPSଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଗତକାଲି ମଧ୍ୟ ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ, କୋରାପୁଟ ଦକ୍ଷିଣ-ପଶ୍ଚିମାଞ୍ଚଳ DIG ଚରଣ ସିଂ ମିନା, ମାଲକାନଗିରି SP ନିତେଶ ୱଦବାନୀ ସମେତ ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ବନ୍ୟା ପ୍ରଭାବିତ ଅଞ୍ଚଳର ସମୀକ୍ଷା କରିଥିଲେ । ଜଳବନ୍ଦୀ ଘେରରେ ଫସି ରହିଥିବା ୫୩ ଜଣଙ୍କୁ ଜିଲ୍ଲା ଅଗ୍ନିଶମ ପକ୍ଷରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା । ସେହିପରି ରାତ୍ରି ସମୟରେ ଜଳବନ୍ଦୀ ଘେରରେ ୬ଟି ODRAF ଟିମ୍ ଏବଂ ୪ଟି ଅଗ୍ନିଶମ ଟିମକୁ ମୁତୟନ କରାଯାଇଥିଲା । ଗୁରୁତର ରୋଗୀମାନଙ୍କୁ ମଧ୍ୟ ଉଦ୍ଧାର କରି ସୁରକ୍ଷିତ ଭାବରେ ମେଡିକାଲକୁ ପଠେଇ ଥିଲେ ଉଦ୍ଧାର କାରି ଟିମ୍ ।

ଏହା ମଧ୍ୟ ପଢନ୍ତୁ ....ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା, ଫିଲ୍ଡ ଅଧିକାରୀଙ୍କୁ ସଜାଗ ରହିବାକୁ CSଙ୍କ ନିର୍ଦ୍ଦେଶ - Special Relief Commissioner

ଏହା ମଧ୍ୟ ପଢନ୍ତୁ ....ରାଜ୍ୟରେ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ରେଡ୍ ଆଲର୍ଟ, ବାହ୍ୟ ଜଗତରୁ ବିଛିନ୍ନ ମାଲକାନଗିରି - Red Alert by IMD

ଏହା ମଧ୍ୟ ପଢନ୍ତୁ ....ରାଜ୍ୟରେ ଆଜି ବି ଜାରି ରହିଛି ବର୍ଷା, 3 ଜିଲ୍ଲାରେ ସ୍କୁଲ ଛୁଟି - Deep Depression Rain In Odisha

ଏହା ମଧ୍ୟ ପଢନ୍ତୁ ....ବର୍ଷାରେ ଉବୁଟୁବୁ ମାଲକାନଗିରି, ଆଜି ସ୍କୁଲ ଓ ଅଙ୍ଗନବାଡି ଛୁଟି - Heavy rain in Malkangir

  • ପଟେରୁ ସହରରେ ମାଡ଼ିଲା ପାଣି:

ବନ୍ୟା ପ୍ରଭାବିତ ଅଞ୍ଚଳରେ ଥିବା ୧୭୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିଲା । ସେହିପରି ୧୨ଟି ସ୍ଥାନରେ ଅସ୍ଥାୟୀ ଆଶ୍ରୟସ୍ଥଳୀ କରି ଗରମ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା । ଜଳମଗ୍ନ ରହିଥିବା ପଟେରୁ ସହରର ପ୍ରାୟ ସମସ୍ତ ଘର ଓ ଦୋକାନଗୁଡ଼ିକରେ ପାଣି ପଶିଥିବା କାରଣରୁ ଏବେ ଦୁର୍ଦ୍ଦଶାରେ ଲୋକେ । କାହା ଘରର ଆସବାବପତ୍ର ନଷ୍ଟ ହୋଇଛି ତ କାହା ଦୋକାନର ସାମଗ୍ରୀ ମଧ୍ୟ ନଷ୍ଟ ହୋଇଛି । ସେହିପରି ଶହ ଶହ ହେକ୍ଟର ଚାଷ ଜମିରେ ବନ୍ୟା ପାଣି ମାଡ଼ି ଯାଇଛି ।

  • ମେଡିକାଲରେ ପଶିଲା ପାହାଡ଼ ପାଣି:

ଚିତ୍ରକୋଣ୍ଡା ଜୋଡ଼ାମ୍ବ ମେଡିକାଲ ଭିତରେ ପାହାଡ଼ ପାଣି ଧସେଇ ପଶିଥିଲା । ଯେଉଁଥି ପାଇଁ ଅନେକ ଔଷଧ ନଷ୍ଟ ହେବା ସହିତ ଚିକିତ୍ସା କ୍ଷେତ୍ରରେ ବାଧା ସୃଷ୍ଟି ହୋଇଛି । ସେହିପରି ବଣ୍ଡା ଘାଟିରେ ମଧ୍ୟ କିଛି ଯାଗାରେ ମାଟି ଅତଡ଼ା ଖସି ରାସ୍ତା ଅବରୋଧ ହୋଇଛି । କିଛି ସ୍ଥାନରେ ବନ୍ୟା ପାଣିରେ ରାସ୍ତା ମଧ୍ୟ ଧୋଇ ଯାଇଛି । ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ହିସାବରେ ମାଲକାନଗିରି ଜିଲ୍ଲାରେ ଏବେ ମଧ୍ୟ ଲଗାଣ ବର୍ଷା ହେବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ମାଲକାନଗିରି

Last Updated : Sep 10, 2024, 10:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.