ETV Bharat / state

ବଢୁଛି ବୁଢ଼ାବଳଙ୍ଗ; ବାତ୍ୟା ପରେ ବନ୍ୟା ଚିନ୍ତା, ବାଲେଶ୍ଵର ଓ ମୟୂରଭଞ୍ଜକୁ ଅତିରିକ୍ତ ପାୱାର ବୋଟ

ଶେଷ ପର୍ଯ୍ୟାୟରେ ବାତ୍ୟା ଦାନା ପୁନଃରୁଦ୍ଧାର କାର୍ଯ୍ୟ । ୧୧ ଜିଲ୍ଲା ମଧ୍ୟରୁ ୩ ଜିଲ୍ଲା ସର୍ବାଧିକ ପ୍ରଭାବିତ । ଉତ୍ତର ଓଡିଶାରେ ଚିନ୍ତାଜନକ ବନ୍ୟା ସ୍ଥିତି ।

ବଢୁଛି ବୁଢ଼ାବଳଙ୍ଗ; ବାତ୍ୟା ପରେ ବନ୍ୟା ଚିନ୍ତା, ବାଲେଶ୍ଵର ଓ ମୟୁରଭଞ୍ଜକୁ ଅତିରିକ୍ତ ପାୱାର ବୋଟ : ମୁଖ୍ୟମନ୍ତ୍ରୀ
ବଢୁଛି ବୁଢ଼ାବଳଙ୍ଗ; ବାତ୍ୟା ପରେ ବନ୍ୟା ଚିନ୍ତା, ବାଲେଶ୍ଵର ଓ ମୟୁରଭଞ୍ଜକୁ ଅତିରିକ୍ତ ପାୱାର ବୋଟ : ମୁଖ୍ୟମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : 3 hours ago

Updated : 3 hours ago

ଭୁବନେଶ୍ବର: ବାତ୍ୟା ଦ୍ୱାରା ପ୍ରବାହିତ 92 ପ୍ରତିଶତରୁ ଅଧିକ ଘରକୁ ବିଦ୍ୟୁତ ଯୋଗାଣ ସ୍ବାଭାବିକ ହୋଇଛି । ପରିସ୍ଥିତି ସ୍ୱାଭାବିକ ହେବା ପରେ ଲୋକେ ଘରକୁ ଫେରୁଥିବା ବେଳେ ଆଉ 1 ଲକ୍ଷ 10 ହଜାର 770 ବାତ୍ୟା ଆଶ୍ରୟସ୍ଥଳୀରେ ଅଛନ୍ତି । ବୁଢ଼ାବଳଙ୍ଗ ନଦୀ ଫୁଲିବା ଯୋଗୁଁ ବାତ୍ୟା ପରେ ବାଲେଶ୍ଵର ଓ ମୟୂରଭଞ୍ଜର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ଥିବାରୁ ଉଭୟ ଜିଲ୍ଲାକୁ 21ଟି ଅତିରିକ୍ତ ପାୱାର ବୋଟ ପଠାଯାଇଛି । ବାଲେଶ୍ଵର ଜିଲ୍ଲାର 10,500 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି ।

  • ତିନି ଜିଲ୍ଲା ସର୍ବାଧିକ ପ୍ରଭାବିତ:-

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି," ବାତ୍ୟା ଦାନା ଦ୍ୱାରା ଓଡ଼ିଶାର 11 ଜିଲ୍ଲା ପ୍ରଭାବିତ ହୋଇଛି । ସେଥିମଧ୍ୟରୁ 3 ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି । କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ଵର ବ୍ୟାପକ ଭାବେ ପ୍ରଭାବିତ ହୋଇଛି । ଏହି ଜିଲ୍ଲାଗୁଡିକରେ ବିଶେଷ କରି ଗଛ ପଡି ରାସ୍ତା ଅବରୋଧ ହୋଇଥିଲା । ସେହିପରି ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଥିଲା । ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ ବିଚ୍ଛିନ୍ନ ହୋଇଥିଲା । ବିଦ୍ୟୁତ ସଂଯୋଗ କଟଅଫ ହୋଇଥିଲା । 3 ଜିଲ୍ଲାରେ ବିଦ୍ୟୁତ ସଂଯୋଗ ଚ୍ୟାଲେଞ୍ଜ ଥିଲା । କାରଣ ବର୍ଷା ଲାଗି ରହିଥିଲା । କଟ ଅଫ ହୋଇଥିବା ସମସ୍ତ ରାସ୍ତା ଗତକାଲି ରାତିରେ ମରାମତି କରାଯାଇଥିଲା । ଗଛ କାଟିବା ସହ ରାସ୍ତା ସଂଯୋଗ କରାଯାଇଥିଲା ।

ବଢୁଛି ବୁଢ଼ାବଳଙ୍ଗ; ବାତ୍ୟା ପରେ ବନ୍ୟା ଚିନ୍ତା, ବାଲେଶ୍ଵର ଓ ମୟୁରଭଞ୍ଜକୁ ଅତିରିକ୍ତ ପାୱାର ବୋଟ : ମୁଖ୍ୟମନ୍ତ୍ରୀ (ETV Bharat Odisha)
  • ଅନ୍ଧାରରେ କେନ୍ଦ୍ରାପଡାର 15 ହଜାର ପରିବାର :-

ବିଜୁଳି ସରବରାହ କେନ୍ଦ୍ରାପଡା ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ଜିଲ୍ଲାରେ ପୁନଃ ବିଦ୍ୟୁତ ସଂଯୋଗ ଲାଗି ପଦକ୍ଷେପ ନିଆଯାଇଛି । ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଜିଲ୍ଲାରେ ରହି ତଦାରଖ କରୁଛନ୍ତି । ଆଜି ସନ୍ଧ୍ୟା ସୁଦ୍ଧା କେନ୍ଦ୍ରାପଡା ଜିଲ୍ଲାରେ 95 ପ୍ରତିଶତ ପୁନଃ ବିଜୁଳି ସଂଯୋଗ ହୋଇଛି । ବଳକା ପ୍ରାୟ 15 ହଜାର ବିଦ୍ୟୁତ ଉପଭୋକ୍ତା ଆଜି ରାତି ସୁଦ୍ଧା ପାଇଯିବେ ।

  • ସନ୍ଧ୍ୟା 7 ସୁଦ୍ଧା ଭଦ୍ରକରେ 77 % ବିଜୁଳି ସଂଯୋଗ:

ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ଥିଲା ଭଦ୍ରକ । ଜିଲ୍ଲାରେ ରାସ୍ତା ଅବରୋଧ ସମସ୍ୟା ଦୂର ହୋଇଛି । ଗଛ କାଟି ରାସ୍ତା ଅବରୋଧ ହଟାଯାଇଛି । ବର୍ଷା ଯୋଗୁଁ ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଛି । ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ହେବାରୁ କାମ ବିଳମ୍ବିତ ହୋଇଛି । ସନ୍ଧ୍ୟା 7 ସୁଦ୍ଧା ଜିଲ୍ଲାରେ 77 ପ୍ରତିଶତ ବିଜୁଳି ସଂଯୋଗ ହୋଇଛି । ପ୍ରାୟ 70 ହଜର ଉପଭୋକ୍ତା ଏବେ ବି ଅନ୍ଧାରରେ ଅଛନ୍ତି । ବିଦ୍ୟୁତ ସଂଯୋଗ ଲାଗି ଅଧିକ ଟିମ ଆବଶ୍ୟକ ରହିଛି । କେନ୍ଦ୍ରାପଡାରୁ ଶକ୍ତି ବିଭାଗର ଟିମ ଭଦ୍ରକ ଯାଇଛନ୍ତି । ଆଜି ରାତି ଓ ଆସନ୍ତାକାଲି କାର୍ଯ୍ୟ ତ୍ୱରାନ୍ୱିତ ହେବ ।

ବଢୁଛି ବୁଢ଼ାବଳଙ୍ଗ; ବାତ୍ୟା ପରେ ବନ୍ୟା ଚିନ୍ତା, ବାଲେଶ୍ଵର ଓ ମୟୁରଭଞ୍ଜକୁ ଅତିରିକ୍ତ ପାୱାର ବୋଟ ବଢୁଛି ବୁଢ଼ାବଳଙ୍ଗ; ବାତ୍ୟା ପରେ ବନ୍ୟା ଚିନ୍ତା, ବାଲେଶ୍ଵର ଓ ମୟୁରଭଞ୍ଜକୁ ଅତିରିକ୍ତ ପାୱାର ବୋଟ
ବଢୁଛି ବୁଢ଼ାବଳଙ୍ଗ; ବାତ୍ୟା ପରେ ବନ୍ୟା ଚିନ୍ତା, ବାଲେଶ୍ଵର ଓ ମୟୁରଭଞ୍ଜକୁ ଅତିରିକ୍ତ ପାୱାର ବୋଟ (ETV Bharat Odisha)
  • ବାଲେଶ୍ଵରରେ 81 ପ୍ରତିଶତ ବିଜୁଳି ସଂଯୋଗ :-

ବାଲେଶ୍ଵର ଜିଲ୍ଲାର ରେମୁଣା ଓ ବାଲେଶ୍ଵର ସଦର ଅଞ୍ଚଳରେ ରାସ୍ତା ଅବରୋଧ ହଟେଇବା କାର୍ଯ୍ୟ ସରିଛି । ବିଚ୍ଛିନ୍ନ ହୋଇଥିବା ରାସ୍ତା ମରାମତି ସରିଛି । ଜିଲ୍ଲାରେ ବ୍ୟାଘାତ ହୋଇଥିବା ବିଜୁଳି ସଂଯୋଗ 81 ପ୍ରତିଶତ ଲୋକଙ୍କୁ ମିଳି ସାରିଛି । ଜିଲ୍ଲାରେ ବନ୍ୟା ସମସ୍ୟା ଉତ୍ପନ୍ନ ହୋଇଛି । ବାତ୍ୟା ବାଲେଶ୍ଵର ଓ ଭଦ୍ରକ ଦେଇ ମୟୁରଭଞ୍ଜ ଅତିକ୍ରମ କରିଥିଲା । ଶିମିଳିପାଳ ଅଞ୍ଚଳରେ ପ୍ରାକୃତିକ ପରିବେଶ ଓ ପାହାଡ଼ର ପ୍ରଭାବ କାରଣରୁ ଗଭୀର ଅବପାତ ହୋଇ ଜୋର ବର୍ଷା ହୋଇଛି । ଫଳରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇଛି । ବିପଦ ସଂକେତ ତଳେ ବୁଢ଼ାବଳଙ୍ଗ ପ୍ରବାହିତ ହେବା ସହ ବର୍ତ୍ତମାନ ଏହା ସ୍ଥିର ରହିଛି ।

  • 6 ଗ୍ରାମପଞ୍ଚାୟତର 20 ଗାଁ ବନ୍ୟା ଦ୍ୱାରା ପ୍ରଭାବିତ :-

ବୁଢ଼ାବଳଙ୍ଗର ଜଳସ୍ତର ବୃଦ୍ଧି ଯୋଗୁଁ ବାଲେଶ୍ଵର ଜିଲ୍ଲାର ନଦୀ ଅବବାହିକାରେ ଥିବା 6 ଗ୍ରାମପଞ୍ଚାୟତର 20ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । କିଛି ଗାଁ ଜଳବନ୍ଦୀ ହୋଇଛି । ରେମୁଣା ବ୍ଲକର 2500, ବାଲେଶ୍ଵର ସଦର ବ୍ଳକର 8000 ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରଣ କରାଯାଇଛି । ଜଳସ୍ତର ବଢ଼ିବାର ସମ୍ଭାବନା ଥିବାରୁ ସେମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ଜିଲ୍ଲା ପ୍ରଶାସନ, ଓଡ୍ରାଫ, ଏନଡିଆରଏଫ ଓ ଅଗ୍ନିଶମ ଟିମ ନିୟୋଜିତ ଅଛନ୍ତି । ମୟୂରଭଞ୍ଜରେ ଜିଲ୍ଲାରେ ବିଦ୍ୟୁତ ସଂଯୋଗ ଓ ରାସ୍ତା ସଂଯୋଗ ପ୍ରାୟ ସ୍ୱାଭାବିକ ହୋଇଯାଇଛି । କିନ୍ତୁ ବୁଢ଼ାବଳଙ୍ଗର ଜଳସ୍ତର ବୃଦ୍ଧି ଯୋଗୁଁ ପ୍ରଶାସନ ସତର୍କ ଅଛି । ଜିଲ୍ଲାରେ ଓଡ୍ରାଫ ଓ ଅଗ୍ନିଶମ ଟିମ ରଖାଯାଇଛି ।

ବଢୁଛି ବୁଢ଼ାବଳଙ୍ଗ; ବାତ୍ୟା ପରେ ବନ୍ୟା ଚିନ୍ତା, ବାଲେଶ୍ଵର ଓ ମୟୁରଭଞ୍ଜକୁ ଅତିରିକ୍ତ ପାୱାର ବୋଟ

  • ବାତ୍ୟା ଆଶ୍ରୟସ୍ଥଳୀରେ 1 ଲକ୍ଷ 10 ହଜାର 770 :-

ବାତ୍ୟା ଯୋଗୁଁ 22 ଲକ୍ଷ 84 ହଜାର ପରିବାରକୁ ବିଦ୍ୟୁତ ଯୋଗଣ ପ୍ରଭାବିତ ହୋଇଥିଲା । ଆଜି ସନ୍ଧ୍ୟା ସାଢ଼େ 7 ସୁଦ୍ଧା 92 ପ୍ରତିଶତ ଲୋକଙ୍କୁ ବିଜୁଳି ସଂଯୋଗ ଦିଆଯାଇଛି । ରାଜ୍ୟରେ ପ୍ରାୟ 2 ଲକ୍ଷ ଏକର ଚାଷ ଜମି ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନ ହୋଇଛି । ପାଣି ଛାଡିବା ପରେ ଏହାର ସଠିକ ଆକଳନ ହେବ । ଏହା ପରେ କ୍ଷତିପୂରଣ ଯୋଗାଇ ଦିଆଯିବ । ବାତ୍ୟା ଆଶ୍ରୟ ସ୍ଥଳକୁ 8 ଲକ୍ଷ 9 ହଜାର 513 ଲୋକଙ୍କୁ ଅଣା ଯାଇଥିଲା । ବର୍ତ୍ତମାନ ସୁଦ୍ଧା 1 ଲକ୍ଷ 10 ହଜାର 770 ଜଣ ବାତ୍ୟା ଆଶ୍ରୟ ସ୍ଥଳରେ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ବାତ୍ୟାରେ ଜିରୋ କାଜୁଆଲିଟି ବଜାୟ ପାଇଁ ମୋହନ ମାଝୀଙ୍କ କୃତଜ୍ଞତା, ‘ପ୍ରଭୁ ଜଗନ୍ନାଥଙ୍କ କୃପାରୁ ବିପତ୍ତି ହଟିଗଲା’

ଏହା ବି ପଢନ୍ତୁ- ବାତ୍ୟା ପରବର୍ତ୍ତୀ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ହେବାକୁ ଆହୁରି 24 ଘଣ୍ଟା: ମୁଖ୍ୟମନ୍ତ୍ରୀ

ଏହା ବି ପଢନ୍ତୁ- ଆଶା ଦିଦି ଶିବାନୀଙ୍କ ସହ କଥାହେଲେ ମୋହନ ମାଝୀ; ଭଲ କାମ ପାଇଁ ପ୍ରଶଂସା କଲେ, ମିଳିବ ଘର

  • ମୟୁରଭଞ୍ଜକୁ 11 ଓ ବାଲେଶ୍ଵରକୁ 10 ପାୱାର ବୋଟ :-

ବାତ୍ୟା ପରେ ବନ୍ୟା ପରିସ୍ଥିତି ନୂଆ ଚ୍ୟାଲେଞ୍ଜ ହୋଇଛି । ମୟୁରଭଞ୍ଜ ଓ ବାଲେଶ୍ଵରର ତଳିଆ ଅଞ୍ଚଳରେ ବନ୍ୟା ସମସ୍ୟା ସୃଷ୍ଟି ହୋଇଛି । ମୟୁରଭଞ୍ଜକୁ 11ଟି ଓ ବାଲେଶ୍ଵର 10ଟି ଅତିରିକ୍ତ ପାୱାର ବୋଟ ପଠାଯାଇଛି । ଗୋବିନ୍ଦପୁର ସେତୁ ଠାରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର 7.84 ମିଟର ରହିଛି । ଯାହା ବିପଦ ସଂକେତ ଠାରୁ ଟିକେ ତଳେ ରହିଛି । ଜଳସ୍ତର ବୃଦ୍ଧି ନପାଇ ସ୍ଥିର ଅଛି । ଉପର ମୁଣ୍ଡରେ ବର୍ଷା ଛାଡିଥିବାରୁ ଜଳସ୍ତର କମିବ ।

  • ସର୍ପାଘାତରେ ଡାକ୍ତରଙ୍କ ସମେତ 28 ଆହତ:-

ବାତ୍ୟା ଓ ପରବର୍ତ୍ତୀ ସମୟରେ ପ୍ରଭାବିତ ଜିଲ୍ଲାରେ ସର୍ପାଘାତରେ 28 ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 15 ପୁରୁଷ ଓ 13 ମହିଳା ଅଛନ୍ତି । ସମସ୍ତେ ବିପଦ ମୁକ୍ତ ଅଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଡାକ୍ତର ଅଛନ୍ତି । ସେ କେନ୍ଦ୍ରାପଡା ଜିଲ୍ଲାର ବ୍ୟକ୍ତି । ଅଧିକ ଚିକିତ୍ସା ଲାଗି ତାଙ୍କୁ କଟକ ସ୍ଥାନାନ୍ତରିତ ହୋଇଛନ୍ତି । ସେ ମଧ୍ୟ ସୁସ୍ଥ ଅଛନ୍ତି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ଗୋଟେ କୁମ୍ଭୀର ଚିଙ୍ଗୁଡ଼ି ଘେରିକୁ ପଳେଇ ଆସିଥିଲା । ଟିମ କୁମ୍ଭୀରକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 3 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.