ETV Bharat / state

ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ: ୪ ପ୍ରସ୍ତାବରେ ବାଜିଲା ମୋହର, ଆଜି ଖୋଲିବ ଶ୍ରୀମନ୍ଦିର ୪ଦ୍ବାର - Cabinet Meeting

author img

By ETV Bharat Odisha Team

Published : Jun 12, 2024, 9:34 PM IST

Updated : Jun 13, 2024, 6:11 AM IST

Cabinet Meeting: ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ବସିଥିଲା । ୪ଟି ପ୍ରସ୍ତାବରେ ମୋହର ବାଜିଛି । ଶ୍ରୀମନ୍ଦିର ପାଇଁ ହେବ କର୍ପସ ଫଣ୍ଡ । କର୍ପସ ଫଣ୍ଡରେ ରହିବ ୫୦୦ କୋଟି ଟଙ୍କା । ଶ୍ରୀମନ୍ଦିରର ଉନ୍ନତିକରଣରେ ପାଣ୍ଡିର ବ୍ୟବହାର ହେବ । ସମୃଦ୍ଧ କୃଷକ ନୀତି ଆଣିବେ ସରକାର । ଅଧିକ ପଢନ୍ତୁ

Cabinet Meeting
Cabinet Meeting (ETV Bharat Odisha)

ଭୁବନେଶ୍ବର: ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏହା ପ୍ରଥମ କ୍ୟାବିନେଟ ବୈଠକ ଥିଲା । ବୈଠକରେ 4 ପ୍ରସ୍ତାବରେ କ୍ୟାବିନେଟର ମୋହର ବାଜିଛି । ଆଜି (ଗୁରୁବାର)ଠୁ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲାଯିବା ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ଆସନ୍ତାକାଲି ମଙ୍ଗଳ ଆଳତୀ ଦର୍ଶନ କରିବେ ମନ୍ତ୍ରୀ ପରିଷଦ । ଏଥିପାଇଁ ବୁଧବାର ମୋହନ ସରକାରର ମନ୍ତ୍ରୀମାନେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ସରକାରଙ୍କ ଉପସ୍ଥିତରେ ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର ।

Cabinet Meeting (ETV Bharat Odisha)

ସରକାରଙ୍କ ଉପସ୍ଥିତରେ ୪ ଦ୍ବାର ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହାସହ ସେ କହିଛନ୍ତି, "ଶ୍ରୀମନ୍ଦିର ପରିଚାଳନା ପାଇଁ କର୍ପସ ପାଣ୍ଠି ଗଠନ ହେବ । ଫଣ୍ଡରେ ରହିବ 500 କୋଟି । ଶ୍ରୀମନ୍ଦିର ପରିଚାଳନା ଓ ମରାମତି ପାଇଁ ଏହି ପାଣ୍ଠିରୁ ଟଙ୍କା ଖର୍ଚ୍ଚ ହେବ । ଧାନ MSP ୩ ହଜାର ୧୦୦ ଟଙ୍କା ବୃଦ୍ଧି ନେଇ କମିଟି ଗଠନ ହେବ । ସର୍ବନିମ୍ନ ସହାୟକ ମୂଲ୍ୟ 3,100 ଟଙ୍କା କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଧାନର ବିକ୍ରି ଓ ସହାୟକ ମୂଲ୍ୟ ଲାଗି ସରକାର ନୂଆ ନୀତି ଆଣିବେ । ସମୃଦ୍ଧ କୃଷକ ନୀତି ସରକାର ଖୁବଶୀଘ୍ର ଆଣିବାକୁ ଯାଉଛନ୍ତି । ରାଜ୍ୟରେ ଲାଗୁ ହେବ 'ସୁଭଦ୍ରା ଯୋଜନା' । ଏହା ଆଗାମୀ ୧୦୦ ଦିନରେ କାର୍ଯ୍ୟକାରୀ ହେବ । ୫୦ହଜାର ଟଙ୍କାର ନଗଦ ଭାଉଚର ଦେବାକୁ ନିଷ୍ପତ୍ତି । ଗାଇଡଲାଇନ କରିବା ଲାଗି ମହିଳା ଏବଂ ଶିଶୁ ବିକାଶ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।"

ଏହା ବି ପଢନ୍ତୁ...ଶପଥ ପାଠ ପରେ ମୋହନଙ୍କୁ ଶୁଭେଚ୍ଛାର ସୁଅ; ଓଡିଶା ପାଇଁ ଐତିହାସିକ ଦିନ କହିଲେ ମୋଦି, ‘ବିକଶିତ ଓଡ଼ିଶା’ ଗଠନ ହେବ କହିଲେ ମୋହନ

ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିବାବେଳେ 4 ପ୍ରସ୍ତାବରେ କ୍ୟାବିନେଟର ମୋହର ବାଜିଛି । ଆଜି ରାତିରେ ମନ୍ତ୍ରୀ ପରିଷଦ ପୁରୀ ଯାତ୍ରା କରିବେ । ଗୁରୁବାର ସକାଳେ ସରକାରଙ୍କ ଉପସ୍ଥିତରେ ମଙ୍ଗଳ ଆଳତୀ ସମୟରୁ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର । ଏନେଇ ରାଜ୍ୟ ପ୍ରଶାସନ ଓ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ରୋଡ୍ ମ୍ୟାପ ପ୍ରସ୍ତୁତ କରିବ ରାଜ୍ୟ ପ୍ରଶାସନ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 13, 2024, 6:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.