ETV Bharat / state

ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼: ଭାଙ୍ଗିଲା କାଚ, ଗାର୍ଡ ସୁରକ୍ଷିତ - FIRING AT NANDAN KANAN EXPRESS

ଭଦ୍ରକଠାରୁ କିଛି ଦୂରରେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଟ୍ରେନର ଗାର୍ଡ ସୁରକ୍ଷିତ ଥିବାବେଳେ ଟ୍ରେନଟି ପୁରୀ ଅଭିମୁଖେ ଯାତ୍ରା କରିଛି ।

Firing at Nandan Kanan Express
Firing at Nandan Kanan Express (ETV Bharat Odisha)
author img

By ETV Bharat Odisha Team

Published : Nov 5, 2024, 3:12 PM IST

Updated : Nov 5, 2024, 5:20 PM IST

ଭଦ୍ରକ/ଯାଜପୁର: ଚଳନ୍ତା ଟ୍ରେନ ଉପରକୁ ଦୁର୍ବୃତ୍ତଙ୍କ ଗୁଳି ମାଡ ।ଗୁଳିମାଡ଼଼ରେ ଭାଙ୍ଗିଲା ଟ୍ରେନର କାଚ । ଭଦ୍ରକ-ବାଉଦପୁର ମଝିରେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳି ମାଡ଼ ହୋଇଥିବା ସୂଚନା । ଟ୍ରେନଟି ନୂଆଦିଲ୍ଲୀରୁ ପୁରୀ ଅଭିମୁଖେ ଆସୁଥିବା ସମୟରେ ଗୁଳିମାଡ କରିଛନ୍ତି ଦୁର୍ବୃତ୍ତ । ଭଦ୍ରକ ଜିଲ୍ଲା ନିକଟସ୍ଥ କିଛି ଦୂରରେ ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳିମାଡ଼ ଘଟଣାକୁ ନେଇ ଯାଜପୁର ରୋଡ ରେଳ ଷ୍ଟେସନରେ ସୂଚନା ଦେଇଛନ୍ତି ଗାର୍ଡ ମହେନ୍ଦ୍ର କୁମାର ବେହେରା । ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚରମ୍ପା ରେଳ ଷ୍ଟେସନର 119 ନମ୍ବର ଗେଟ ନିକଟରେ ହୋଇଛି ଗୁଳିମାଡ଼ ।

Firing at Nandan Kanan Express (ETV Bharat Odisha)

ନନ୍ଦନକାନନ ଏକ୍ସପ୍ରେସ ଉପରକୁ ଗୁଳି ମାଡ଼:

ସୂଚନା ଅନୁଯାୟୀ, ଆଜି ସକାଳ 9ଟା 15 ମିନିଟ ସମୟରେ ନନ୍ଦନକାନନ ଏକ୍ସପ୍ରେସ ଭଦ୍ରକ ଷ୍ଟେସନରୁ ପୁରୀ ଅଭିମୁଖେ ଯାଉଥିଲା । ହଠାତ୍ ଷ୍ଟେସନର କିଛି ଦୂରର କୌଣସି ଦୁର୍ବୃତ୍ତ ଟ୍ରେନ ଉପରକୁ ଗୁଳିମାଡ଼ କରିଥିଲା । ତେବେ ଏହି ଗୁଳିମାଡ଼ ଫଳରେ ଟ୍ରେନର ଝରକା ଭାଙ୍ଗି ଯାଇଥିବାବେଳେ ଟ୍ରେନର ଗାର୍ଡ ସୁରକ୍ଷିତ ଥିବା ଯାଜପୁର ରୋଡ ଜିଆରପି ଅଧିକାରୀ ସୁଶାନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି । ସେପଟେ ଟ୍ରେନ ଉପରକୁ କିଏ ଏବଂ କାହିଁକି ଗୁଳି ମାଡ଼ କଲା,ତାହାର ଅସ୍ପଷ୍ଟ ରହିଛି । ଏନେଇ ଅଧିକ ତଦନ୍ତ କରୁଛି ଜିଆରପି ।

ଏହା ମଧ୍ୟ ପଢନ୍ତୁ ... ମଦ ନେଲା ଜୀବନ, ନିଜକୁ ଗୁଳି କଲେ ବିଧାୟକ ନିରଞ୍ଜନ ପୂଜାରୀଙ୍କ ପିଏସଓ ମନୋଜ - Subarnapur firing

ଏହା ମଧ୍ୟ ପଢନ୍ତୁ ...ରାଜନୈତିକ ଶତ୍ରୁତା ହେଲା କାଳ ! ଗୁଳି ମାଡ଼ରେ ଯୁବକ ମୃତ - DHENKANAL FIRING

GRP ପୋଲିସର ତଦନ୍ତ ଜାରି:

ନୂଆଦିଲ୍ଲୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ଏହି ଟ୍ରେନ ।ଯେଉଁ ସ୍ଥାନରେ ଫାୟାରିଂ ହୋଇଛି ସେହି ସ୍ଥାନରେ ଭଦ୍ରକ GRP ପୋଲିସର ତଦନ୍ତ ଜାରି ରଖିଛି । ମିଳିଥିବା ଶେଷ ସୂଚନା ମୁତାବକ ଏବେ ଟ୍ରେନଟି ପୁରୀ ଅଭିମୁଖେ ଯାତ୍ରା କରିଛି । ଗୁଳି ବାଜିଥିବା ବଗିକୁ ଟ୍ରେନରୁ ଅଲଗା କରାଯିବ ବୋଲି ଜଣାପଡ଼ିଛି କିଏ ଏବଂ କାହିଁକି ଏଭଳି ଚଳନ୍ତା ଟ୍ରେନ ଉପରକୁ ଗୁଳିମାଡ଼଼ କରିଛି, ତାହା ଜଣାପଡ଼ିନାହିଁ। ଏହି ଘଟଣା ଉପରେ ବିଭିନ୍ନ ଦିଗକୁ ନେଇ ଜିଆରପି ପୋଲିସ ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

Firing at Nandan Kanan Express (ETV Bharat Odisha)
Firing at Nandan Kanan Express
Firing at Nandan Kanan Express (ETV Bharat Odisha)

ଇଟିଭି ଭାରତ, ଭଦ୍ରକ/ଯାଜପୁର

Last Updated : Nov 5, 2024, 5:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.