ପୁରୀ: ଦୀପାବଳିରେ ଅଘଟଣ । ବାଣ ଭିଡୁଥିବାବେଳେ ପ୍ରଚଣ୍ଡ ବିସ୍ଫୋରଣ ଘଟି ୩ ଗୁରୁତର । ଏଭଳି ଏକ ଅଘଟଣ ଘଟିଛି ପୁରୀ ସଦର ଥାନା ବାଟଗାଁରେ । ରାଉତ ସାହିରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଦୁଇ ଜଣ ପୁରୁଷ ଓ ଜଣେ ମହିଳା ଗୁରୁତର ଆହତ ହେଇଛନ୍ତି । ଆହତମାନେ ହେଲେ ଲିପା ରାଉତ୍, ବୁଲା ରାଉତ୍ ଓ ସଞ୍ଜୟ ଜେନା । ତେବେ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ବୁଲାଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଛନ୍ତି ।
କେମିତି ହେଲା ବିସ୍ଫୋରଣ?
ସୂଚନା ଅନୁସାରେ, ବାଣ ଭିଡୁଥିବାବେଳେ ବିସ୍ଫୋରଣ ହୋଇଥିଲା l ପରେ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି l ପୁରୀ ସଦର ଥାନା ପୁଲିସ ଘଟଣାର ଅନୁସନ୍ଧାନ କରିଛନ୍ତି l ଘଟଣାଟି ଆଜି ଅପରାହ୍ନ 5ଟା 45ରେ ଘଟିଥିବା ଜଣାଯାଇଛି ।
ଏମିତି କହିଲେ ପୁରୀ ସିଟି ଡିଏସପି:
ପୁରୀ ସିଟି ଡିଏସପି ପ୍ରଶାନ୍ତ ସାହୁ କହିଛନ୍ତି," ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାଣ ବିସ୍ଫୋରଣରେ ଆହତ ହୋଇ 3 ଜଣ ଆସିଥିବା ଆମକୁ ସୂଚନା ମିଳିଥିଲା। ତେବେ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ କଟକ ମେଡିକାଲ ପଠାଯାଇଛି । ପ୍ରଥମେ ଆମେ ତାଙ୍କ ଚିକିତ୍ସା ବ୍ୟବସ୍ଥା କରୁଛୁ । ଏହାପରେ ଘଟଣାକୁ ନେଇ ପୋଲିସ ତଦନ୍ତ କରିବ । ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।"
ଏହା ମଧ୍ୟ ପଢନ୍ତୁ....ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୩ ପରିବାରର ୧୦ ବଖରା ଘର ଏହା ମଧ୍ୟ ପଢନ୍ତୁ.... ଏଣିକି ସ୍ୱର୍ଗଦ୍ୱାରରେ ଗୋବର ଘଷିରେ ହେବ ମୃତଦେହ ଦାହ |
ରାଜ୍ୟବାସୀ ଖୁସୀରେ ଦୀପାବଳି ପାଳନ କରୁଥିବାବେଳେ ପୁରୀ ବାଟଗାଁରେ ଶୋକରଛାୟା ଖେଳିଯାଇଛି । ଏଭଳି ବିସ୍ପୋରଣ କିଭଳି ଘଟିଲା ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।ସେହିପରି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଭିଙ୍ଗାରପୁର ଜିତିକର ସୂଆଁଲ ମା' ଜଗେଶ୍ୱରୀଙ୍କ ଯଜ୍ଞ ମଣ୍ଡପରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ମଣ୍ଡପଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି ।
ଇଟିଭି ଭାରତ, ପୁରୀ