ETV Bharat / state

ଅଗ୍ନିକାଣ୍ଡରେ ଜଳିଗଲା 3 ବଖରା ଘର, ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ଭଷ୍ମ - ନୂଆପଡ଼ା ଅଗ୍ନିକାଣ୍ଡ

Fire Broke Out In Nuapada: ନୂଆପଡାରେ ଭୟଙ୍କର ଅଗ୍ନିକାଣ୍ଡ । ଆଖି ପିଚ୍ଛୁଳାକେ ନିଆଁରେ ଭଷ୍ମ ହୋଇଗଲା 3 ବଖରା ଘର । ଅଧିକ ପଢ଼ନ୍ତୁ

ଅଗ୍ନିକାଣ୍ଡ
ଅଗ୍ନିକାଣ୍ଡ
author img

By ETV Bharat Odisha Team

Published : Feb 6, 2024, 11:01 PM IST

ଅଗ୍ନିକାଣ୍ଡ

ନୂଆପଡା: ଆଖି ପିଚ୍ଛୁଳାକେ ନିଆଁରେ ଭଷ୍ମ ହୋଇଗଲା 3 ବଖରା ଘର । ଭୟଙ୍କର ଅଗ୍ନିକାଣ୍ଡରେ ଲକ୍ଷାଧିକ ମୂଲ୍ୟର ଘର ସାମଗ୍ରୀ ନିଆଁରେ ଜଳି ପାଉଁଶ । ସର୍ବସ୍ବାନ୍ତ ହୋଇଗଲା ଗୋଟିଏ ପରିବାର । ସେପଟେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଛନ୍ତି । ତେବେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାର କୋମନା ଥାନା ଅନ୍ତର୍ଗତ ଭାଲୁକୁନା ଗାଁରେ ।

ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲାର ଭାଲୁକୁନା ଗାଁର ଘନଶ୍ୟାମ ନାଏକ ସ୍ତ୍ରୀ ସଂଯୁକ୍ତା ନାଏକ ନାବାଳକ ପୁଅ କୁନା ନାଏକ ଏବଂ ବୁଢ଼ୀମାଆ ମାଧୁରୀ ନାଏକଙ୍କ ଦୁଃଖୀହୀନ ପରିବାର । ପରଘରେ ମୂଳଲାଗି ଏହି ପରିବାର ଚଳନ୍ତି । ଆଜି ମଧ୍ୟାହ୍ନରେ ହଠାତ ଘର ଭିତରେ ନିଆଁ ଲାଗିଯିବା ସହ ହୁତୁହୁତୁ ହୋଇ ଧୂଆଁ ବାହାରୁଥିଲା । ପରେ ଭୟଭିତ ହୋଇ ପରିବାର ଲୋକେ ଘରୁ ପଦାକୁ ବାହାରି ଆସି ନିଆଁ ଲିଭାଇବା ପାଇଁ ଚିତ୍କାର କରିଥିଲେ । ଚିତ୍କାର ଶୁଣି ଗାଁ ଲୋକେ ଆସି ରୁଣ୍ଢ ହୋଇଥିଲେ । ସେତେବେଳକୁ ଘନଶ୍ୟାମ ନାଏକଙ୍କ ଘର ଭିତରୁ ଧୂଆଁ ଓ ନିଆଁ ବାହାରୁଥିଲା ।

ଏହା ମଧ୍ୟ ପଢ଼ନ୍ତୁ....ଅଗ୍ନିକାଣ୍ଡରେ ପୋଡିଗଲା ୫ ବଖରା ଘର, ଦୁଇ ପରିବାର ସର୍ବସ୍ବାନ୍ତ

ତେବେ ପ୍ରଥମେ ଗାଁ ଲୋକେ ନିଆଁକୁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ଦେଖୁଦେଖୁ ଆଖି ପିଛୁଳାକେ ନିଆଁ ଘର ଚାରିପଟେ ବ୍ୟାପି ଯାଇଥିଲା । ପରେ ଗାଁର ୱାର୍ଡ ମେମ୍ବର ମଦନା ଦୁରିଆ କୋମନା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଭାଲୁକୁନା ଗାଁରେ ପହଞ୍ଚିଥିଲା । କିନ୍ତୁ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ଘରର ସମସ୍ତ ଜିନିଷପତ୍ର ନିଆଁରେ ପୋଡ଼ି ସମ୍ପୁର୍ଣ୍ଣ ପାଉଁଶ ହୋଇସାରିଥିଲା । ସେପଟେ ଘରରେ ଥିବା 30 ବସ୍ତା ଧାନ, 8 ବସ୍ତା ଚାଉଳ, ଗୋଟିଏ ମୋଟର ସାଇକଲ, ଆସବାପତ୍ର ସହ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ବହୁ ମାତ୍ରାରେ ପୋଡି ଯାଇଛି । ଖବର ପାଇ ସିଆଲଲଟି ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଛନ୍ତି । କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବାପରେ ନିୟମ ଅନୁସାରେ କ୍ଷତିପୂରଣ ସହାୟତା ମିଳିବ ବୋଲି ରାଜସ୍ୱ ନିରୀକ୍ଷକ ପ୍ରକାଶ କରିଛନ୍ତି । ନିଆଁ ଲାଗିବାର କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ଇଲେକ୍ଟ୍ରି ସଟ୍‌ ସର୍କିଟ କାରଣରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.