ETV Bharat / state

ଜଳିଗଲା ଘର ବଞ୍ଚିଗଲା ଜୀବନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

Fire Broke Out In Khordha: ଗତକାଲି ବିଳମ୍ବିତ ରାତ୍ରିରେ ଡିଙ୍ଗର ଗ୍ରାମରେ ଘଟିଛି ଅଘଟଣ । ଘରେ ଶୋଇଥିବା ବେଳେ ସର୍ଟସର୍କିଟ ଯୋଗୁ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କା ସମ୍ପତ୍ତି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Feb 25, 2024, 10:48 AM IST

ଜଳିଗଲା ଘର ବଞ୍ଚିଗଲା ଜୀବନ
ଜଳିଗଲା ଘର ବଞ୍ଚିଗଲା ଜୀବନ
ଜଳିଗଲା ଘର ବଞ୍ଚିଗଲା ଜୀବନ

ଖୋର୍ଦ୍ଧା: ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିପୋଡ଼ି ଛାରଖାର ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଅଳ୍ପକେ ବର୍ତ୍ତିଗଲା ତିନି ତିନିଟି ଜୀବନ । ଗତକାଲି(ଶନିବାର) ରାତିରେ ସର୍ଟସର୍କିଟ ଯୋଗୁ ଘରେ ନିଆଁ ଲାଗିଯିବା ଫଳରେ ଏଭଳି ଭୟଙ୍କର ଅଘଟଣ ଘଟିଛି । ସେପଟେ ଖବର ପାଇଁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ତେବେ ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଡିଙ୍ଗର ଗ୍ରାମର ରାମଚନ୍ଦ୍ର ସାହୁଙ୍କ ପରିବାର ଗତକାଲି ଘରେ ଶୋଇଥିବା ସମୟରେ ହଠାତ ତାର ପୋଡି ଗନ୍ଧ ହେବାରୁ ରାମଚନ୍ଦ୍ରଙ୍କ ପତ୍ନୀ ଉଠି ଦେଖିବା ବେଳକୁ ଘର ହୁତୁହୁତୁ ହୋଇ ଜଳୁଛି । ସଙ୍ଗେ ସଙ୍ଗେ ପରିବାର ସମସ୍ତ ସଦସ୍ୟଙ୍କୁ ଉଠାଇ ଘରର ଅନ୍ୟ ଏକ ରାସ୍ତାରେ ଘରୁ ସୁରକ୍ଷିତ ଭାବେ ବାହାରକୁ ଆସିଥିବା ବେଳେ ଅଗ୍ନିକାଣ୍ଡର ପ୍ରକୋପ ଏତେ ଥିଲା ଯେ, କେହି ଜଣେ ମଧ୍ୟ ଗ୍ରାମବାସୀ ଘର ଭିତରକୁ ପସିବାକୁ ସାହାସ କରିନଥିଲେ । ଯାହା ଫଳରେ ଆଖି ଆଗରେ ଜଳି ଯାଇଥିଲା ଲକ୍ଷାଧିକ ଟଙ୍କା ସମ୍ପତ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପୁଅର ପ୍ରେମ ହେଲା କାଳ, ଘର ପୋଡ଼ିଦେଲେ ପ୍ରେମିକାଙ୍କ ପରିବାର ଲୋକେ

ଏହା ମଧ୍ୟ ପଢ଼ନ୍ତୁ...ସନ୍ଦେହ ଘେରରେ ପୌର ପରିଷଦ ଅଫିସ ଅଗ୍ନିକାଣ୍ଡ, ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ବିରୋଧୀ

ସେହିଭଳି ଅଗ୍ନିକାଣ୍ଡର ତାପ ଫଳରେ ଘରର ଛାତ ସହ କାନ୍ଥ ଫାଟି ଯାଇଥିବା ବେଳେ ପ୍ରାୟ ୭ରୁ ୮ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ଜଳି ଛାରଖାର ହୋଇ ଯାଇଥିବା ରାମଚନ୍ଦ୍ର ସୂଚନା ଦେଇଛନ୍ତି ଏବଂ ଭଗବାନଙ୍କ କୃପାରୁ ଏତେ ବଡ଼ ଅଘଟଣରୁ ଘରେ ଥିବା ତାଙ୍କ ପତ୍ନୀ, ବାର ବର୍ଷର ପୁଅ ଏବଂ ଶ୍ବଶୁରଙ୍କ ଜୀବନ ଅଳ୍ପକେ ବଞ୍ଚି ଯାଇଥିବା ଜଣାଇଛନ୍ତି । ତେବେ ଗତକାଲି ରାତ୍ରି ୧ଟା ସମୟରେ ଘରେ ଶୋଇଥିବା ବେଳେ କୁଲରରୁ ହଠାତ ସର୍ଟସର୍କିଟ ଯୋଗୁ ଗୋଟିଏ ବଖରା ସମ୍ପୂର୍ଣ୍ଣ ପୋଡି ଜଳି ନଷ୍ଟ ହେବା ସହ ଘରେ ଥିବା ଲକ୍ଷାଧିକ ଟଙ୍କା ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ନିଆଁ ତିବ୍ରତା ଭୟାନକ ଥିଲା ବେଳେ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ହେଲେ ଖବରର ଦେଢ ଘଣ୍ଟା ପରେ ଅଗ୍ନି ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏଭଳି ପରିସ୍ଥିତିରେ ରାମ ଚନ୍ଦ୍ରଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.