ETV Bharat / state

ଜୋରନ୍ଦା ରୋଡ଼ ଷ୍ଟେସନରେ ଜଳିଗଲା ଟ୍ରେନ ମେଣ୍ଟେନାନ୍ସ ଇଞ୍ଜିନ, ଲୋକ ପାଇଲଟ ସମେତ ୧୨ଜଣ କର୍ମଚାରୀ ସୁରକ୍ଷିତ

author img

By ETV Bharat Odisha Team

Published : Feb 22, 2024, 11:05 PM IST

Fire Breaks Out In Train Engine: ପୁଣି ଟ୍ରେନରେ ଭୟାବହ ଅଗ୍ନିକାଣ୍ଡ । ମେଣ୍ଟେନାନ୍ସ ଇଞ୍ଜିନରେ ଲାଗିଲା ନିଆଁ । ପ୍ରାୟ ୫୦କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ପର୍ଯ୍ୟାୟ ତଦନ୍ତରୁ ଜଣାପଡ଼ିଛି । ଅଧିକ ପଢନ୍ତୁ

ଜଳିଗଲା ରେଳ ଇଞ୍ଜିନ , ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ଢେଙ୍କାନାଳ: ଜିଲ୍ଲା ଜୋରନ୍ଦା ରୋଡ଼ ଷ୍ଟେସନରେ ଅଘଟଣ । ଚଳନ୍ତା ଟ୍ରେନ ଇଞ୍ଜିନରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳି ଯାଇଛି ରେଳ ଇଞ୍ଜିନ । ଚଳନ୍ତା ଇଞ୍ଜିନରୁ ତଳକୁ ଡେଇଁ ପଡ଼ିଲେ ଲୋକ ପାଇଲଟ । ଏହା ଏକ ଡିଜେଲ ଇଞ୍ଜିନ ଓ ଅତ୍ୟଧିକ ଗରମ ସାଙ୍ଗକୁ ଇଣ୍ଟରନାଲ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଇଛି ।

ସୂଚନାଯୋଗ୍ୟ ଜୋରନ୍ଦା ରୋଡ଼ ଷ୍ଟେସନରେ ଜଳିଗଲା ଚଳନ୍ତା ଇଞ୍ଜିନ । ଲୋକ ପାଇଲଟ ସମେତ ୧୨ଜଣ କର୍ମଚାରୀ ସୁରକ୍ଷିତ । ଦୀର୍ଘ ଅଢେ଼ଇ ଘଣ୍ଟା ପରେ ଅଗ୍ନିଶମ ବାହିନୀ କଲେ ନିଆଁକୁ ଆୟତ୍ତ । ଫଳରେ ଦୀର୍ଘ ସମୟ ଧରି ଟ୍ରେନ ଚଳାଚଳ ବାଧାପ୍ରାପ୍ତ । ସନ୍ଧ୍ୟା ୫ଟା ୪୫ମିନିଟରେ ଅଫ ଲାଇନରେ ପରୀକ୍ଷା ମୂଳକ ଭାବେ ଟ୍ରେନ ଚଳାଚଳ ଆରମ୍ଭ କରାଯାଇଛି । ପ୍ରାୟ ୫୦କୋଟି ଟଙ୍କାର ଯନ୍ତ୍ରାପାତି ପୋଡ଼ି ପାଉଁଶ ହୋଇଯାଇଛି ।ଏହା ଏକ ଇଲେକ୍ଟ୍ରିକାଲ ମେଣ୍ଟେନାନ୍ସ ଇଞ୍ଜିନ ବୋଲି ଜଣାପଡିଛି । ଆଠଗଡ଼ରୁ ଟ୍ରେନଟି ଇଲେକ୍ଟ୍ରିକଲ ଲାଇନ ମେଣ୍ଟେନାନ୍ସ କରି ଢେଙ୍କାନାଲ ଆଡ଼କୁ ଯାଉଥିଲା । ଗୋବିନ୍ଦପୁର ସ୍ଥିତ ଜୋରନ୍ଦା ରୋଡ଼ରେ ଲୁପ ଲାଇନରେ ମେଣ୍ଟେନାନ୍ସ କରୁଥିବା ବେଳେ ଘଟିଛି ଏହି ଅଗ୍ନିକାଣ୍ଡ ।

ସେପଟେ ଢେଙ୍କାନାଳ ଓ ଗଁନ୍ଦିଆରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ସମୂର୍ଣ୍ଣ ଆୟତ୍ତ କରିଥିଲେ । ପୂର୍ବ ତଟ ରେଳପଥରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ ରହିଥିଲା । ଜଳୁଥିବା ଇଞ୍ଜିନର ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇଥିବା ବେଳେ ଏହା ଏକ ଇଲେକ୍ଟ୍ରିକଲ ମେଣ୍ଟେନାନ୍ସ ଇଞ୍ଜିନ ହୋଇଥିବାରୁ ପ୍ରାୟ ୫୦କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ପ୍ରାଥମିକ ପର୍ଯ୍ୟାୟ ତଦନ୍ତରୁ ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ .....ବାଂଲାଦେଶରେ ନିର୍ବାଚନୀ ହିଂସା, ଟ୍ରେନ ଜଳାଇ ଦେବାରୁ 5 ମୃତ

ତେବେ ଲୁପ ଲାଇନରେ ଏହି ଇଞ୍ଜିନ ଅଗ୍ନିକାଣ୍ଡ ଘଟିଥିବା ବେଳେ ଯୁଦ୍ଧ କାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ମଞ୍ଚେଶ୍ୱର , ତାଳଚେର ଆଦି ସ୍ଥାନରୁ ମେଣ୍ଟନାନ୍ସ ଟିମ କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ସନ୍ଧ୍ୟା ୫ଟା ୪୫ମିନିଟରୁ ଅଫ ଲାଇନରେ ପରୀକ୍ଷା ମୂଳକ ଟ୍ରେନ ଚଳାଚଳ ଆରମ୍ଭ କରିଥିବା ଜଣାପଡ଼ିଛି । ଘଟଣା ସ୍ଥଳକୁ ଢେଙ୍କାନାଳ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ ପରିଦର୍ଶନ କରି କିପରି ତୁରନ୍ତ ମରାମତି କାର୍ଯ୍ୟ ସରିବା ନେଇ ରେଳ ବିଭଗ ସହିତ ଆଲୋଚନା କରିଛନ୍ତି । ଅପରପକ୍ଷରେ ଘଟଣା ସ୍ଥଳକୁ ପୂର୍ବତଟ ରେଳ ବିଭାଗର ଖୋର୍ଦ୍ଧା ଡିଭିଜନର DRM ଓ ବରିଷ୍ଠ ଅଧିକାରୀ ମାନଙ୍କ ଏକ ଟିମ ଆସିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.