ETV Bharat / state

ବିବାଦୀୟ ପୋଷ୍ଟ କରି ଅଡୁଆରେ ବୁଦ୍ଧାଦିତ୍ୟ, ଏତଲା ଦେଲା କଂଗ୍ରେସ

ରାହୁଲ ଗାନ୍ଧୀଙ୍କୁ ନେଇ ଫେସବୁକରେ ପୋଷ୍ଟ କରିବା ପଡିଲା ମହଙ୍ଗା । ବିରୋଧ ପରେ କ୍ଷମା ମାଗିଲେ ଓଲିଉଡ ଷ୍ଟାର ।

author img

By ETV Bharat Odisha Team

Published : 3 hours ago

Buddhaditya
Buddhaditya (@buddhadityam1)

ଭୁବନେଶ୍ବର: ଅଡୁଆରେ ଓଲିଉଡ ଷ୍ଟାର ବୁଦ୍ଧାଦିତ୍ୟ ମହାନ୍ତି । ମହଙ୍ଗା ପଡିଲା ସୋସିଆଲ ମିଡିଆରେ ପୋଷ୍ଟ । ରାହୁଲ ଗାନ୍ଧୀଙ୍କୁ ନେଇ ଫେସବୁକରେ ପୋଷ୍ଟ କରିବାରୁ ତାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଲା ଛାତ୍ର କଂଗ୍ରେସ । ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହେବା ପରେ ଶେଷରେ କ୍ଷମା ମାଗିଛନ୍ତି ବୁଦ୍ଧାଦିତ୍ୟ । କାହାକୁ ଟାର୍ଗେଟ ଓ ଆକ୍ଷେପ କରିବା ମୋର ଉଦ୍ଦେଶ୍ୟ ନଥିଲା ବୋଲି ଫେସବୁକ ପୋଷ୍ଟରେ କହିଛନ୍ତି । ଅନ୍ୟପେଟ ଛାତ୍ର କଂଗ୍ରେସ ତାଙ୍କୁ ଗିରଫ ପାଇଁ ଦାବି କରିଛି ।

ସୋସିଆଲ ମିଡିଆରେ କଣ ଲେଖିଥିଲେ ବୁଦ୍ଧାଦିତ୍ୟ ?

BUDDHADITYA MOHANTY
BUDDHADITYA MOHANTY (ETV BHARAT ODISHA)

ସୋସିଆଲ ମିଡିଆ ପୋଷ୍ଟରେ ବୁଦ୍ଧାଦିତ୍ୟ ଲେଖିଥିଲେ, ''ଜର୍ମାନରେ ଗେଷ୍ଟାପୋ, ଇସ୍ରାଏଲର ମୋସାଦ, ଆମେରିକାରେ ସିଆଇଏ... ବର୍ତ୍ତମାନ ଭାରତରେ ଲରେନ୍ସ ବିଷ୍ଣୋଇ, ପରବର୍ତ୍ତୀ ତାଲିକାରେ ଓୱେସି ଏବଂ ରାହୁଲ ଗାନ୍ଧୀ ନା ରହିବା ଦରକାର ।''

ଅଭିନେତାଙ୍କ ଏପରି ପୋଷ୍ଟ ପରେ ଝଡ ସୃଷ୍ଟି ହୋଇଥିଲା । ରାହୁଲ ଗାନ୍ଧୀ ଲରେନ୍ସ ବିଷ୍ଣୋଇର ପରବର୍ତ୍ତୀ ଟାର୍ଗେଟ ବୋଲି ଲେଖିଥିବା ଅଭିଯୋଗ କରି କ୍ୟାପିଟାଲ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲା ଛାତ୍ର କଂଗ୍ରେସ । ସୋସିଆଲ ମିଡିଆରେ ଆମ ନେତାଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଆମେ ଗ୍ରହଣ କରିବୁ ନାହିଁ ବୋଲି କହିଛନ୍ତି ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ କହିଛନ୍ତି । ଯଦିଓ ବୁଦ୍ଧାଦିତ୍ୟ ପୋଷ୍ଟ ଡିଲିଟ କରିଛନ୍ତି କିନ୍ତୁ ଆମେ ଚାହୁଁଛୁ ସେ ଯେଉଁଭଳି ଭୁଲ ପୋଷ୍ଟ କରିଥିଲେ ସେଭଳି ସୋସିଆଲ ମିଡିଆରେ କ୍ଷମା ମାଗନ୍ତୁ । ନହେଲେ ଆଗାମୀ ଦିନରେ ତାଙ୍କୁ ବାଟ ଚଳାଇ ଦେବୁନାହିଁ, କାଳିମାଡ କରିବୁ ବୋଲି ଚେତାବନୀ ଦେଇଥିଲା ଛାତ୍ର କଂଗ୍ରେସ ।

ଏହା ମଧ୍ୟ ପଢନ୍ତୁ-ଓଡ଼ିଆ ଫିଲ୍ମ ପ୍ରଯୋଜକ ନିରଞ୍ଜନ ରଣା ଗିରଫ, ଟଙ୍କା ଠକେଇ କରି କରୁଥିଲେ ହାଇ ବଜେଟ ସିନେମା

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀରେ ପହଞ୍ଚିଲା ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାମଲା, ଜନ୍ତରମନ୍ତରରେ ଯୁବ କଂଗ୍ରେସର ବିକ୍ଷୋଭ

କ୍ଷମା ମାଗିଲେ ବୁଦ୍ଧାଦିତ୍ୟ:

BUDDHADITYA MOHANTY
BUDDHADITYA MOHANTY (ETV BHARAT ODISHA)

ଛାତ୍ର କଂଗ୍ରେସ ଥାନାରେ ବୁଦ୍ଧାଦିତ୍ୟଙ୍କ ନାମରେ ଅଭିଯୋଗ କରିବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରି କ୍ଷମା ମାଗିଛନ୍ତି ସେ । ଏକ ପୋଷ୍ଟରେ ସେ ଲେଖିଛନ୍ତି, ''ରାହୁଲ ଗାନ୍ଧୀଙ୍କୁ ନେଇ ମୁଁ କରିଥିବା ଶେଷ ପୋଷ୍ଟରେ କାହାକୁ ଟର୍ଗେଟ କିମ୍ବା ଅପମାନିତ କରିବା ମୋର ଉଦ୍ଦେଶ୍ୟରେ ନଥିଲା । ତାଙ୍କ ବିରୋଧରେ ମୁଁ କିଛି ସେମିତି ଭାବିକି ଲେଖିନି । ଅଜଣାତରେ ଯଦି କାହାକୁ ମୁଁ ଦୁଃଖ ଦେଇଛି, ତେବେ ଏଥି ପାଇଁ କ୍ଷମା ମାଗୁଛି । କାହାକୁ ଦୁଃଖ ଦେବା ମୋର ଉଦ୍ଦେଶ୍ୟ ନଥିଲା ।''

ଛାତ୍ର କଂଗ୍ରେସ ଜାତୀୟ ସଂଯୋଜକ ବିଶ୍ୱଭୂଷଣ ମହାପାତ୍ର କହିଛନ୍ତି, ''ବୁଦ୍ଧାଦିତ୍ୟଙ୍କ ବାଚାଳିଆମିଙ୍କୁ ଆଦୌ ବରଦାସ୍ତ କରାଯିବନି । ଓଡିଶା ଜଗନ୍ନାଥଙ୍କ ମାଟି ଏଠି ଗ୍ୟାଙ୍ଗଷ୍ଟରଙ୍କୁ ସମର୍ଥନ କି ଅପରାଧିକ କାର୍ଯ୍ୟ କଳାପକୁ ପ୍ରଶୟ ଦିଆଯିବନି । ବର୍ତ୍ତମାନର ସରକାରଙ୍କ ସୁରକ୍ଷାର କଥା କହି ଠକୁଥିବା ବେଳେ ରାଜ୍ୟରେ ଏଭଳି ଘଟୁଛି କିନ୍ତୁ କଂଗ୍ରେସ ଏହାକୁ ସହ୍ୟ କରିବନି । ରାହୁଲ ଗାନ୍ଧୀଙ୍କ ବିଷୟରେ ବୋଧ ହୁଏ ବୁଦ୍ଧାଦିତ୍ୟ ଜାଣିନାହାନ୍ତି ସେଥିପାଇଁ ଏଭଳି ମନ୍ତବ୍ୟ ଦେଉଛନ୍ତି । ତେଣୁ ଆମେ ତାଙ୍କୁ ଏହି ମୁର୍ଖାମୀ ଵିରୋଧରେ ସରକାର ଓ କମିଶନରେଟ ପୋଲିସ କଡା ଆଭିମୁଖ୍ୟ ଗ୍ରହଣ କରୁ ବୋଲି ଦାବି କରୁଛୁ । ଏହାସହ ତାଙ୍କୁ ଗିରଫ କରିବା ସହ ତାଙ୍କର ଏହି ଦଙ୍ଗାକାରୀ ପୋଷ୍ଟ ଆଗକୁ ସେ ଆଉ କିଭଳି କରିବେ ନାହିଁ ସେଥିପାଇଁ ପ୍ରତିବନ୍ଧତା ରହୁ ବୋଲି ଛାତ୍ର କଂଗ୍ରେସ ଦାବି ରଖିଛି ।’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.