ETV Bharat / state

ଅଙ୍ଗଦାନ କରି ଅମର ହୋଇଗଲେ ଶିବୁନ, ଶ୍ମଶାନରେ ଗାର୍ଡ ଅଫ୍ ଅନର୍‌ ଦିଆଯାଇ ଶେଷକୃତ୍ୟ ସଂପନ୍ନ - Immortalizing Life

author img

By ETV Bharat Odisha Team

Published : Aug 23, 2024, 10:56 PM IST

Nayagarh Youth Gives New Lease Of Life To Needy: ପୁଅର ମୃତ୍ୟୁ ପରେ ପୁଅର ଅଙ୍ଗଦାନ କରି ଅନ୍ୟ ମୁହଁରେ ଭରିଛନ୍ତି ବାପା । ଅଙ୍ଗଦାନ କରି ଅନ୍ୟପାଇଁ ଉଦାହାରଣ ସୃଷ୍ଟି କରିଛନ୍ତି । ଶ୍ମଶାନରେ ଗାର୍ଡ ଅଫ୍ ଅନର୍‌ ଦିଆଯାଇ ଶେଷକୃତ୍ୟ ସଂପନ୍ନ । ଅଧିକ ପଢ଼ନ୍ତୁ

Nayagarh Youth Gives New Lease Of Life To Needy
Nayagarh Youth Gives New Lease Of Life To Needy (ETV Bharat Odisha)

ନୟାଗଡ଼: ଦୁର୍ଘଟଣାରେ ଚାଲିଗଲା ଗୋଟିଏ ବୋଲି ପୁଅର ଜୀବନ । ପୁଅ ସିନା ଆରପାରିକୁ ଚାଲିଗଲା, ହେଲେ ଦେଇଗଲା ଅନ୍ୟ କାହାକୁ ଜୀଇଁବାର ରାହା । ପୁଅର ମୃତ୍ୟୁ ପରେ ବାପା ପୁଅର ଅଙ୍ଗଦାନ କରି ଆଉ କାହା ମୁହଁରେ ହସ ଭରିଦେଇଛନ୍ତି । ପୁଅ ମୁତ୍ୟୁ ପରେ ବାପା ପୁଅର କିଡିନ ଦାନ କରି ଆଉ ଜଣଙ୍କ ଜୀଵନ ବଞ୍ଚାଇଛନ୍ତି । ଏଭଳି ଜଣେ ବାପା ହେଉଛନ୍ତି ନୟାଗଡ ପୁରୁଣା ସହର ବାସିନ୍ଦା ପପି ସାହୁ । ଆଉ ଅଙ୍ଗଦାନ କରି ଅନ୍ୟର ଜୀବନ ରକ୍ଷା କରିଥିବା ପୁଅର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

କେମିତି ହେଲା ମୃତ୍ୟୁ:

ନୟାଗଡ ପୁରୁଣା ସହରବାସୀ ପପି ସାହୁ । ପରିବାର କହିଲେ ସ୍ତ୍ରୀ ଗୋଟିଏ ପୁଅ ଓ ଝିଅ । ବେଶ ହସ ଖୁସିର ସଂସାର ଚାଲିଥିଲା । ଚଳିତ ମାସ 7 ତାରିଖରେ ତାଙ୍କ ପୁଅ ଶିବୁନ ସିଦ୍ଧାର୍ଥ ସାହୁ (୨୫ ବର୍ଷ) ଗଣିଆ ଥାନା ଅନ୍ତର୍ଗତ ଛାମୁଣ୍ଡିଆ ମାଉସୀ ଘରକୁ ଯାଇଥିଲେ । ସେହିରାତି ଶିବୁନଙ୍କ ପାଇଁ ହୋଇଥିଲା କାଳ ରାତି । ସେଦିନ ରାତିରେ ନିଦରେ ଅସାବଧାନତା ଯୋଗୁ ଗୋଡ଼ ଖସିଯାଇଥିଲା ୨ ମହଲା ଛାତରୁ ତଳକୁ ଖସିପଡ଼ିଥିଲେ । ଫଳରେ ତାଙ୍କ ମୁଣ୍ଡ ଓ ମେରୁଦଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ପ୍ରଥମେ ତାଙ୍କୁ ଗଣିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ନୟାଗଡ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ପରେ ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର AIIMSକୁ ନିଆଯାଇଥିବା ବେଳେ ସେଠାରେ ଚିକିତ୍ସା ଚାଲିଥିଲା । ହେଲେ ଗତ ବୁଧବାର ଦିନ ତାଙ୍କର ବ୍ରେନ୍-ଡେଡ୍ ହୋଇଯାଇଥିଲା ।

ଗାର୍ଡ ଅଫ୍ ଅନର୍ ସହ ଶେଷକୃତ୍ୟ ସଂପନ୍ନ:

ସେପଟ ଗୋଟିଏ ବୋଲି ପୁଅକୁ ହରାଇ ଦୁଃଖରେ ଭାଙ୍ଗିପଡିଥିଲେ ବାପା ମାଆ । ସେହି ସମୟରେ ଡାକ୍ତର, ବାପା ପପି ସାହୁଙ୍କୁ ଡାକି ପୁଅର ଅଙ୍ଗ ଦାନ କରିବାକୁ କହିଥିଲେ । ହେଲେ ପରିବାର ଲୋକ ଏକଥା ଶୁଣିବା ପରେ ପ୍ରଥମେ କେହି ରାଜି ହୋଇନଥିଲେ । ପପି ସମସ୍ତଙ୍କୁ ବୁଝାଇବା ପରେ ପୁଅର ଅଙ୍ଗଦାନ ପାଇଁ ସମସ୍ତେ ରାଜି ହୋଇଥିଲେ । ପରିବାର ଲୋକଙ୍କୁ ବୁଝାଇ ଅଙ୍ଗଦାନ ପୁଅର ଅଙ୍ଗ ଦାନ କରିଥିଲେ ପପି । ଶିବୁନର କିଡନୀ ଦାନ ଫଳରେ ଆଉ ଏକ ଜୀଵନ ବଞ୍ଚିଯାଇଛି । ଏପଟେ ଆଜି ଦିନ 2ଟା ସମୟରେ ଏକ ଶିବୁନର ମୃତଦେହ ଆସି ଗାଁରେ ପହଞ୍ଚିଥିଲା । ଶିବୁନଙ୍କ ମୃତଦେହ ପହଞ୍ଚିବା ପରେ ତାଙ୍କର ଶେଷଦର୍ଶନ ପାଇଁ ବହୁ ଲୋକଙ୍କର ଭିଡ଼ ଜମିଥିଲା । ଗାଁ ଶ୍ମଶାନରେ ଗାର୍ଡ ଅଫ୍ ଅନର୍ ଦିଆଯିବା ପରେ ଶୋକାକୁଳ ପରିବେଶରେ ଶିବୁନଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ...ସାର୍ଥକ ଜୀବନର ଅନ୍ୟ ଏକ ନାମ ଅଙ୍ଗଦାନ, ୫୦କିମି ସାଇକେଲ ଯାତ୍ରା କରି ଛାତ୍ରଙ୍କ ସଚେତନତା ବାର୍ତ୍ତା - ORGAN DONATION AWARENESS

ଇଟିଭି ଭାରତ, ନୟାଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.