ETV Bharat / state

ସ୍କୁଟି ଉପରେ ମାଡିଗଲା ଆଇଚର ଟ୍ରକ୍, ଚାଲିଗଲା ବାପା-ପୁଅଙ୍କ ଜୀବନ

author img

By ETV Bharat Odisha Team

Published : Feb 23, 2024, 11:55 AM IST

Road Accident In Kendujhar: କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ପିଳିଆ ଛକ ନିକଟରେ ସଡକ ଦୁର୍ଘଟଣା । ସ୍କୁଟି ଉପରେ ଆଇଚର୍ ଟ୍ରକ୍ ମାଡି ଯିବାରୁ ଚାଲିଗଲା ବାପା-ପୁଅଙ୍କ ଜୀବନ । ଅଧିକ ପଢନ୍ତୁ

Road Accident In Kendujhar
Road Accident In Kendujhar
Road Accident In Kendujhar

କେନ୍ଦୁଝର: ବାଟରେ ଛକି ବସିଥିଲା ଯମ । ସ୍କୁଟି ଉପରେ ମାଡିଗଲା ଆଇଚର୍ ଟ୍ରକ୍ । ଅକାଳରେ ଚାଲିଗଲେ ପରିବାରର ମେରୁଦଣ୍ଡ । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ବାପା-ପୁଅଙ୍କ ଜୀବନ । ଆଗ ପଛ ହୋଇ ଦୁହିଁଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ।

ସୂଚନା ଅନୁସାରେ, ଆଜି(ଶୁକ୍ରବାର) ଢେଙ୍କିକୋଟ ସ୍ଥିତ ପିପିଳିଆ ଛକ ନିକଟରେ ଏକ ସ୍କୁଟି ଉପରେ ଆଇଚର ଟ୍ରକ ଚଢି ଯାଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣଙ୍କର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିଲା । ମୃତକଦ୍ୱୟ ହେଲେ ସଦର ଥାନା ଅନ୍ତର୍ଗତ ବାରିଗାଁ ମୁଣ୍ଡା ସାହିର ବାପା କାଣ୍ଡେ ମୁଣ୍ଡା ଓ ପୁଅ ଲକ୍ଷଣ ମୁଣ୍ଡା । ତେବେ ଦୁହିଁଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଏହା ସହିତ ରାସ୍ତା ରୋକ୍ କରିଛନ୍ତି ସ୍ଥାନୀୟ ଲୋକେ । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଅଟକି ରହିଥିବା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଅଧିକ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: ଘଟଗାଁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ ୭ ଗୁରୁତର

ପ୍ରକାଶ ଯେ କାଣ୍ଡେ ମୁଣ୍ଡା ଓ ଲକ୍ଷ୍ମଣ ମୁଣ୍ଡା ଦୁଇ ଜଣ ଘଟଗାଁ ପଟୁ କେନ୍ଦୁଝର ଅଭିମୁଖେ ଆସୁଥିଲେ । ଏହି ସମୟରେ କେନ୍ଦୁଝର ପଟୁ ଏକ ଆଇରନ ବୋଝେଇ ଆଇଚର୍ ଟ୍ରକ୍ ଯାଉଥିଲା । ପିପିଳିଆ ଛକ ନିକଟରେ ଦୁଇ ଜଣ ମୁହାଁମୁହିଁ ହେବା ଫଳରେ ବାପ ଓ ପୁଅଙ୍କ ମୃତ୍ୟୁ ଘଟିଛି । ଉକ୍ତ ଛକ ଉପରେ ବାଇପାସ୍ ନିର୍ମାଣ ନେଇ ହାଇକୋର୍ଟ ନିର୍ଦ୍ଦେଶ ଥିବା ବେଳେ ଏହାର କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । ଫଳରେ ଉକ୍ତ ଛକ ନିକଟରେ ବାରମ୍ବାର ଦୁର୍ଘଟଣା ଘଟୁଛି । କେନ୍ଦୁଝର ଜିଲ୍ଲାରେ ଥମିବାର ନାଁ ନେଉନାହିଁ ସଡ଼କ ଦୁର୍ଘଟଣା । ପ୍ରଶାସନ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ସ୍ଵତ୍ତ୍ବେ ଜିଲ୍ଲାର ବିଭିନ୍ନ ଜାତୀୟ ରାଜପଥରେ ପ୍ରତିଦିନ ଦୁର୍ଘଟଣା ଯୋଗୁଁ ବ୍ୟାପକ ଜୀବନ ହାନି ହେଉଛି ।

ପ୍ରକାଶଥାଉକି, ଗତ 15 ତାରିଖରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅଞ୍ଚଳରେ ବଡ ଧରଣର ସଡକ ଦୁର୍ଘଟଣା ହୋଇଥିଲା । ଘଟଗାଁ କଲେଜ ନିକଟବର୍ତ୍ତୀ ବାରହାଟିପୁରା-ନାକଝରି ରାସ୍ତା ମଧ୍ୟରେ ରାସ୍ତା ପାର୍ଶ୍ବରେ ଥିବା ଏକ ବରଗଛରେ ପିଟି ହୋଇଥିଲା ଟାଟା ଏସି ଗାଡ଼ି । ଏହା ଫଳରେ ଦୁର୍ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଥିଲେ ।

ଇଟିଭି ଭାରତ, କେନ୍ଦୁଝର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.