ETV Bharat / state

ଗୁପ୍ତେଶ୍ଵର ମେଳାରେ ୨ ଯୁବକଙ୍କୁ ଛୁରାମାଡ଼ - Fatal Attack On Youths

author img

By ETV Bharat Odisha Team

Published : Apr 2, 2024, 1:59 PM IST

Fatal Attack On Youths: ଗୁପ୍ତେଶ୍ଵର ମେଳାରେ ଯୁବକଙ୍କୁ ଛୁରାମାଡ । ଦୁଇ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ଗୁପ୍ତେଶ୍ଵର ମେଳାରେ ୨ ଯୁବକଙ୍କୁ ଛୁରାମାଡ଼
ଗୁପ୍ତେଶ୍ଵର ମେଳାରେ ୨ ଯୁବକଙ୍କୁ ଛୁରାମାଡ଼
ଗୁପ୍ତେଶ୍ଵର ମେଳାରେ ୨ ଯୁବକଙ୍କୁ ଛୁରାମାଡ଼

ରାଉରକେଲା: ରାଉରକେଲାର ବୀରମିତ୍ରପୁରରେ ଆରମ୍ଭ ହୋଇଥିବା ଗୁପ୍ତେଶ୍ଵର ମେଳାରେ ଯୁବକଙ୍କୁ ଛୁରାମାଡ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି 2 ଜଣ ଯୁବକଙ୍କୁ ଛୁରାମାଡ ହୋଇଛି । ଏଥିରେ ଦୁଇ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଆହତ ଯୁବକମାନେ କୋଲ ଦଫାଇ ଅଞ୍ଚଳର ଦୀପଳ ଶର୍ମା (୩୫) ଓ ମହାବୀର ଗିରି (୩୪) ବୋଲି ଜଣାପଡିଛି ।

ସୂଚନା ମୁତାବକ, ଦୀପକ ଓ ମହାବୀର ଗତକାଲି(ସୋମବାର) ରାତିରେ ମେଳା ଦେଖିବାକୁ ଯାଇଥିଲେ । ହେଲେ ସେଠାରେ କୌଣସି କାରଣକୁ ନେଇ ଜଣେ ଯୁବକଙ୍କ ସହ ଦୀପକ ଓ ମହାବୀରଙ୍କ ଝଗଡ଼ା ହୋଇଥିଲା । ଆଉ ପରବର୍ତ୍ତୀ ସମୟରେ ଏହାର ସାମଧାନ ହୋଇଥିଲା । ଏହାପରେ ରାତି ପ୍ରାୟ ୧୧ଟା ବେଳକୁ କିଛି ଯୁବକ ଏକାଠି ହୋଇ ମେଳାକୁ ଆସିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଯୁବକ ହଠାତ ଭୁଜାଲି ବାହାର କରି ଦୀପକ ଓ ମହାବୀରଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣା ଘଟାଇ ଦୁର୍ବୃତ୍ତ ଫେରାର ହୋଇ ଯାଇଥିବା ବେଳେ ଗୁରୁତର ଦୁଇ ଯୁବକଙ୍କୁ ଚିକିତ୍ସା ଲାଗି ବୀରମିତ୍ରପୁର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଦୀପକଙ୍କୁ ଅଧିକ ଚିକିତ୍ସା ଲାଗି ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ମା'ଙ୍କ ଭସାଣିରେ ଯୁବକଙ୍କୁ ଛୁରାମାଡ଼, ଦୁର୍ବୃତ୍ତଙ୍କୁ ନିର୍ଧୁମ ଛେଚିଲେ ଲୋକେ

ତେବେ ଉକ୍ତ ଘଟଣା ପରେ ସେଠାରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମେଳାକୁ ବନ୍ଦ କରିଦେଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ବହୁସଂଖ୍ୟାରେ ଲୋକ ବୀରମିତ୍ରପୁର ଥାନା ଘେରାଉ କରିଛନ୍ତି । ଯୁବକଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତମାନଙ୍କୁ ଯଥାସମ୍ଭବ ଧରିବାକୁ ଦାବି ହୋଇଛି । ଆକ୍ରମଣକାରୀ ଧରା ନହେଲେ ପରିସ୍ଥିତି ଗମ୍ଭୀର ହେବ ବୋଲି ଚେତବନୀ ଦେଇଛନ୍ତି ଲୋକେ । ସେଠାରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ପୋଲିସ୍ ମୁତୟନ ହୋଇଛନ୍ତି । ଅନ୍ୟପଟେ ଏହି ଘଟଣା ପରେ ଆହତଙ୍କ ପରିବାର ଲୋକେ ବର୍ତ୍ତମାନ ନ୍ୟାୟ ସହ ଦୁର୍ବୃତ୍ତଙ୍କୁ ଧରିବାକୁ ଦାବି କରୁଛନ୍ତି । ହେଲେ ବର୍ତ୍ତମାନ ଯାଏ ପୋଲିସ ପକ୍ଷରୁ ଏହି ଘଟଣାରେ କୌଣସି ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଦୁର୍ବୃତ୍ତଙ୍କୁ ଧରିବାକୁ ଚେଷ୍ଟା ଚାଲିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.