ETV Bharat / state

ବିଲରେ ସଢୁଛି ମୂଲ ପାଉନି ଚାଷୀ, ଅଭାବୀ ବିକ୍ରି ପାଇଁ ଚିନ୍ତାରେ ଚଷା ପୁଅ

author img

By ETV Bharat Odisha Team

Published : Feb 14, 2024, 3:19 PM IST

Tomato Price drop: 3ରୁ 4 ଟଙ୍କାରେ ବିକ୍ରି ହେଉଛି ଟମାଟୋ । ଅନୁଗୋଳରେ ଟମାଟୋ ଅଭାବୀ ବିକ୍ରି ପାଇଁ ଚିନ୍ତାରେ ଚାଷୀ । ୩ ରୁ ୪ ଟଙ୍କାରେ ଟମାଟୋ ବିକ୍ରି ହେଉଥିବାରୁ କ୍ଷେତରୁ ଆସୁନି ଟମାଟୋ । ସଂରକ୍ଷଣର ଅଭାବ ଯୋଗୁ ଚାଷୀ ଏଭଳି ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି ।

Etv Bharat
Etv Bharat
ବିଲରେ ସଢୁଛି ଟମାଟୋ

ଅନୁଗୋଳ: ଜିଲ୍ଲାରେ ଟମାଟୋର ଅଭାବୀ ବିକ୍ରି ଯୋଗୁ ଚାଷୀ ହତାଶ । ଉଚିତ୍‌ ଦର ମିଳୁ ନଥିବାରୁ ଚାଷୀମାନେ ଆଉ କ୍ଷେତରୁ ଟମାଟୋ ତୋଳୁ ନଥିବା ଦେଖା ଦେଇଛି । ଫଳରେ ଏକର ଏକର ଜମିରେ ଟମାଟୋ ଗଛରେ ସଢ଼ୁଛି । ବାହାର ବେପାରୀ କେଜି ପ୍ରତି ମାତ୍ର ୩ ରୁ ୪ ଟଙ୍କାରେ କିଣି ନେଉଛନ୍ତି । ଟମାଟୋ ତୋଳିବା ପାଇଁ ଯେତିକି ମଜୁରୀ ଦେବାକୁ ପଡୁଛି ସେତିକି ମୂଲ୍ୟର ଟମାଟୋ ବିକ୍ରି ହେଉନାହିଁ । ଯାହାଫଳରେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ ।

ପ୍ରତିବର୍ଷ ଅନୁଗୋଳ ଜିଲାର ଆଠମଲ୍ଲିକ, କିଶୋରନଗର, ପାଲଲହଡା, ଛେଣ୍ଡିପଦା ଏବଂ ଅନୁଗୋଳ ବ୍ଲକର ପ୍ରାୟ ୧୦୦ରୁ ଅଧିକ ଗାଁରେ ଟମାଟୋ ଚାଷ କରିଥାନ୍ତି ଚାଷୀ । ଉଦ୍ୟାନ ବିଭାଗ ରେକର୍ଡ ଅନୁସାରେ ଜିଲ୍ଲାରେ ପ୍ରାୟ ୪ ହଜାର ଏକର ଜମିରେ ଟମାଟୋ ଫସଲ ହେଉଛି । ପ୍ରତିବର୍ଷ ଜିଲ୍ଲାରେ ୨୫ ରୁ ୩୦ ହଜାର ମେଟ୍ରିକ ଟନ ଟମାଟୋ ଉତ୍ପାଦନ ହୋଇଥାଏ । ଜିଲ୍ଲାରେ ଆବଶ୍ୟକ ଟମାଟୋ ବିକ୍ରି ହେଉଥିବା ବେଳେ ବଳକା ବାହାରକୁ ବିକ୍ରି ପାଇଁ ଯାଏ ।

ହେଲେ ଚଳିତ ବର୍ଷ ଟମାଟୋ ଦର ଆଶାତୀତ ଭାବେ କମି ଯାଇଛି । ବଜାରରେ ଖୁଚୁରା ବେପାରୀମାନେ କେଜି ପ୍ରତି ୧୦ ଟଙ୍କାରୁ କମ ଦାମରେ ବିକ୍ରି କରୁଛନ୍ତି । ବଡ଼ ବଡ଼ ବ୍ୟବସାୟୀମାନେ ଚାଷୀଙ୍କ ପାଖରୁ କେଜି ପ୍ରତି ମାତ୍ର ୩ ରୁ ୪ ଟଙ୍କାରେ କିଣୁଛନ୍ତି । ଫଳରେ ସିଧାସଳଖ ଚାଷୀଙ୍କ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଯେଉଁ ଚାଷୀମାନେ ହାଡ଼ ଭଙ୍ଗା ପରିଶ୍ରମ କରିବା ସହ ବିହନ, ସାର, ଔଷଧ କିଣି ଚାଷ କରିଥିଲେ ସେମାନଙ୍କ ଖର୍ଚ୍ଚ ମଧ୍ୟ ଉଠୁନାହିଁ । ଟମାଟୋ ତୋଳିବା ପାଇଁ ଜଣେ ଶ୍ରମିକଙ୍କୁ ଦୈନିକ ପ୍ରାୟ ୩ଶହ ଟଙ୍କା ମଜୁରୀ ଦେବାକୁ ପଡୁଛି । କିନ୍ତୁ ସେତିକି ମୂଲ୍ୟର ଟମାଟୋ ବିକ୍ରି ହେଉ ନାହିଁ । ଫଳରେ ଅନେକ ଚାଷୀ ଆଉ ଟମାଟୋ ତୋଳୁ ନାହାନ୍ତି । ଏକର ଏକର ଜମିରେ ଟମାଟୋ ଗଛରେ ସଢୁଥିବା ଓ ମାଟିରେ ପଚୁଥିବା ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ.. ବିହାର ଚାଷୀଙ୍କ କ୍ଷେତରେ ଫଳିଲା କଳା ଟମାଟୋ, ଶରୀର ପାଇଁ କେତେ ହିତକର ?

ଅନ୍ୟପଟେ ଜିଲ୍ଲାରେ ବିଶେଷ କରି ଜାନୁଆରୀ ଓ ଫେବ୍ରୁଆରୀ ମାସରେ ପର୍ଯ୍ୟାପ୍ତ ଟମାଟୋ ଅମଳ ହୁଏ । ଏକା ସମୟରେ ସବୁ ଜାଗାରୁ ଅମଳ ହେଉଥିବାରୁ ଅମଳ ପରିମାଣ ଆବଶ୍ୟକ ଠାରୁ ଅଧିକ ହୋଇଥାଏ । ହେଲେ ବଳକା ଟମାଟୋ ସଂରକ୍ଷଣ କରି ରଖିବାକୁ ସୁବିଧା ନଥିବାରୁ ସେଗୁଡିକ ନଷ୍ଟ ହେଉଛି । ତେଣୁ ପ୍ରତିବର୍ଷ ଶହ ଶହ କୁଇଣ୍ଟାଲ ଟମାଟୋ ନଷ୍ଟ ହେଉଥିବାରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।ଏନେଇ ଉଦ୍ୟାନ ବିଭାଗର କହିବା କଥା ଜିଲ୍ଲାର ସର୍ବାଧିକ ଟମାଟୋ ଉତ୍ପାଦନ ହେଉଥିବା ୬୩ଟି ପଞ୍ଚାୟତରେ ୧୦ ମେଟ୍ରିକ ଟନ ସଂରକ୍ଷଣ କ୍ଷମତା ବିଶିଷ୍ଟ ସଂରକ୍ଷଣ କେନ୍ଦ୍ର ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହାଛଡା ଜିଲ୍ଲାରେ ହେଉଥିବା ସବୁଠାରୁ ବଡ଼ ସାପ୍ତାହିକ ହାଟରେ ମଧ୍ୟ ଲକ୍ଷାଧିକ ଟଙ୍କା ବ୍ୟୟରେ ଦୁଇଟି ସଂରକ୍ଷଣ କେନ୍ଦ୍ର ନିର୍ମାଣ କରାଯିବାର ଯୋଜନା ରହିଛି । କେତେକ ସ୍ଥାନରେ ଚାଷୀଙ୍କୁ ଅର୍କା ସମ୍ରାଟ ଜାତୀୟ ଟମାଟୋ କରିବାକୁ ପ୍ରୋତ୍ସାହନ ଦିଆଯାଉଛି । ଏହି ପ୍ରଜାତିର ଟମାଟୋ ବହୁ ଦିନ ପର୍ଯ୍ୟନ୍ତ ରହି ପାରିବ ବୋଲି କହିଛନ୍ତି ଉଦ୍ୟାନ ବିଭାଗୀୟ ଅଧିକାରୀ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.