ETV Bharat / state

ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା: ଦେବଦମ୍ପତିଙ୍କ ବିବାହ ପାଇଁ ଶେଷ ହେଲା ‘ଦେବ ନିମନ୍ତ୍ରଣ ନୀତି’ - sambalpur news

author img

By ETV Bharat Odisha Team

Published : Jun 8, 2024, 12:03 PM IST

Famous Sitala Shasti Yatra: ଶେଷ ହେଲା ଦେବ ନିମନ୍ତ୍ରଣ ନୀତି । ବିଭିନ୍ନ ଦେବାଳୟ ବୁଲି ନିମନ୍ତ୍ରଣ ଦେଲେ ନୃସିଙ୍ଘ ମହାପ୍ରଭୁ । ଅଧିକ ପଢନ୍ତୁ

ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା: ଦେବଦମ୍ପତିଙ୍କ ବିବାହ ପାଇଁ ଶେଷ ହେଲା ‘ଦେବ ନିମନ୍ତ୍ରଣ ନୀତି’
ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା: ଦେବଦମ୍ପତିଙ୍କ ବିବାହ ପାଇଁ ଶେଷ ହେଲା ‘ଦେବ ନିମନ୍ତ୍ରଣ ନୀତି’ (ETV Bharat Odisha)

ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ‘ଶୀତଳଷଷ୍ଠୀ ଯାତ୍ରା’ର ନନ୍ଦପଡାର ନୃସିଂହ ନିଉତା ବା ‘ଦେବ ନିମନ୍ତ୍ରଣ ନୀତି’ ପରମ୍ପରା ଅନୁଷ୍ଠିତ ହୋଇଛି l ଗତକାଲି ସଂଧ୍ୟା ପ୍ରାୟ ସାଢେ 9ଟା ସମୟରେ ଭକ୍ତମାନେ ପ୍ରଭୁ ନୃସିଂହଙ୍କୁ ବେଶ କରିଥିଲେ l ଏହାପରେ ଭଗବାନ ନୃସିଂହ ଦିବ୍ୟ ବିମାନରେ ବିଦ୍ୟମାନ ହୋଇଥିଲେ l ପରେ ପରେ ପାରମ୍ପରିକ ପୂଜାର୍ଚନା ଓ ମଙ୍ଗଳ ଆଳତି ପରେ ଭଗବାନ ନୃସିଂହ ଶୋଭାଯାତ୍ରାରେ ବାହାରି ସମ୍ବଲପୁର ସହରର ବିଭିନ୍ନ ମନ୍ଦିରକୁ ଯାଇ ଦେବ ଦମ୍ପତିଙ୍କ ବିବାହ ପାଇଁ ନିମନ୍ତ୍ରଣ ଦେଇଥିଲେ l

ନିମନ୍ତ୍ରଣ ଥାଳରେ 4ଟି ମିଠେଇ ଲଡୁ, 4ଟି ଗୁଆ, ହଳଦୀ ଗୁଣ୍ଡ ଓ ହଳଦୀ ରଙ୍ଗର ଗାମୁଛା ଦେଇ ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯାଇଛି l ସୂଚନା ଯୋଗ୍ୟ ଯେ ସମ୍ବଲପୁରର ଅନ୍ୟ ସମସ୍ତ ଶୀତଳଷଷ୍ଠୀ ଯାତ୍ରା କମିଟିର ଦେବ ନିମନ୍ତ୍ରଣ ଭଗବାନ ହନୁମାନ କରୁଥିବା ବେଳେ କେବଳ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରାର ଦେବ ନିମନ୍ତ୍ରଣ ଭଗବାନ ନୃସିଂହଙ୍କ ଦ୍ୱାରା ସମ୍ପାଦନ ହେବାର ପରମ୍ପରା ରହିଛି l ତେଣୁ ଏହି ପରମ୍ପରାକୁ ‘ନୃସିଂହ ନିଉତା’ କୁହାଯାଏ l

କ’ଣ ରହିଛି ପରମ୍ପରା:-

ସ୍ଥାନୀୟ ପୂଜକଙ୍କ ଅନୁସାରେ ଏକଦା ମହାନଦୀରେ ବନ୍ୟା ହୋଇଥିଲା l ସେହି ବନ୍ୟାଜଳରେ ନରସିଂହ ଭଗବାନଙ୍କ ସ୍ୱରୂପ ଏକ କାଠଗଣ୍ଡି ଆସି ନନ୍ଦପଡା ମହାନଦୀ ଘାଟରେ ଲାଗିଥିଲା l ଏହି କାଠଗଣ୍ଡିକୁ ସ୍ଥାନୀୟ ବରିଷ୍ଠ ଓ ବୟୋଜ୍ୟେଷ୍ଠମାନେ ପାଛୋଟି ନେଇ ଏଥିରେ ଭଗବାନ ନରସିଂହଙ୍କ ମୂର୍ତ୍ତି ତିଆରି କରି ପ୍ରାଣପ୍ରତିଷ୍ଠା କରିଥିଲେ l ସେହି ଦିନଠାରୁ ନନ୍ଦପଡାରେ ଶୀତଳ ଷଷ୍ଠୀରେ ଦେବଦମ୍ପତିଙ୍କ ପାଇଁ ଭଗବାନ ନୃସିଂହ ଦେବ ନିମନ୍ତ୍ରଣ କରିବାର ପରମ୍ପରା ରହିଛି l

ଏହା ମଧ୍ୟ ପଢନ୍ତୁ:- ଫିଲ୍ମସିଟି ମୁଖ୍ୟାଳୟରେ ରାମୋଜୀ ରାଓଙ୍କ ଶେଷ ଦର୍ଶନ, ଦେଖନ୍ତୁ LIVE - RAMOJI RAO PASSES AWAY

ଆସନ୍ତା 10 ତାରିଖ ରାତି ପ୍ରାୟ 10 ଟା ପରେ ଦେବ ଦେବ ମହାଦେବଙ୍କ ବରଯାତ୍ରୀ ଶୋଭାଯାତ୍ରା ବାହାରିବ ଓ ରାତି ପ୍ରାୟ 3ଟାରୁ 11ତାରିଖ ସକାଳ 6ଟା ମଧ୍ୟରେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ ହେବ l ଏହାପରେ 11ତାରିଖ ରାତି ସାଢେ 10ଟାରୁ ନବବିବାହିତ ଦେବଦମ୍ପତିଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା ବାହାରିବ ଯାହା 12 ତାରିଖ ସକାଳ ପର୍ଯ୍ୟନ୍ତ ଚାଲିବ l ଏହା ପରେ 2ଘଣ୍ଟାର ବିରତି ପରେ ପୁଣି ଯୁଗଳ ଦର୍ଶନ ଶୋଭାଯାତ୍ରା ବାହାରିବ ଓ ଅପରାହ୍ନ 3ଟା ପର୍ଯ୍ୟନ୍ତ ଚାଲିବ । ସନ୍ଧ୍ୟାରେ ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ଶୀତଳଷଷ୍ଠୀ ଯାତ୍ରା ସମାପନ ହେବ l ଚଳିତ ବର୍ଷ ସମ୍ବଲପୁରର ମିଳିତ ଯୁଗଳ ଦର୍ଶନ ଶୋଭାଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ 7ହଜାର ଲୋକ କଳାକାର ସାମିଲ ହେବେ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.