ETV Bharat / state

ମୟୂରଭଞ୍ଜରେ ଆରମ୍ଭ ପ୍ରସିଦ୍ଧ ଚୈତ୍ର ପର୍ବ, ବୀର ବାଦ୍ୟର ତାଳେ ତାଳେ ଦୁଲୁକିଲା ମଞ୍ଚ - chhau nrutya mahotsav - CHHAU NRUTYA MAHOTSAV

Chaitra Festival: ମୟୂରଭଞ୍ଜ ଜିଲ୍ଲାରେ ଚୈତ୍ର ପର୍ବର ମୁଖ୍ୟ ଆକର୍ଷଣ ଛଉନୃତ୍ୟ । ଶୁକ୍ରବାର ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଦୁଲୁକିଲା ଛଉ ପଡ଼ିଆ ମଞ୍ଚ । ଅଧିକ ପଢନ୍ତୁ

Chaitra Festival
Chaitra Festival
author img

By ETV Bharat Odisha Team

Published : Apr 13, 2024, 12:25 PM IST

Updated : Apr 13, 2024, 12:58 PM IST

Chaitra Festival

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଗତକାଲି(ଶୁକ୍ରବାର) ଉଦଘାଟିତ ହୋଇଛି ବିଶ୍ୱ ପ୍ରସିଦ୍ଧ ଚୈତ୍ର ପର୍ବ । ଏହି ଅବସରରେ ବୀର ବାଦ୍ୟର ତାଳେ ତାଳେ ଛଉ କଳାକାରଙ୍କ ନୃତ୍ୟରେ ଦୁଲୁକିଛି ଛଉ ପଡ଼ିଆର ମଞ୍ଚ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜିଲ୍ଲାର ବାରିପଦାଠାରେ ଉତ୍ତର ସାହି ଓ ଦକ୍ଷିଣ ସାହି ଛଉନୃତ୍ୟ ପ୍ରତିଷ୍ଠାନକୁ ନେଇ ଦୁଇଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ଉତ୍ତର ସାହି ପକ୍ଷରୁ ମାତୃପୂଜା, ମାଖନଚୋରୀ ଓ କାଳଚକ୍ର ନୃତ୍ୟ ପରିବେଷଣ କରା ଯାଇଥିଲା ବେଳେ ଦକ୍ଷିଣସାହି ନୃତ୍ୟ ଦଳ ପକ୍ଷରୁ କିରାତ ଅର୍ଜୁନ, ନିଶିତ ମିଳନ, ଧ୍ବଜା ତାଲ ନୃତ୍ୟ ପରିବେଷଣ କରା ଯାଇଥିଲା । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ କେନ୍ଦ୍ର ସଂଗୀତ ନାଟକ ଏକାଡେମୀର ସଦସ୍ୟ ତଥା ନୃତ୍ୟ ଗୁରୁ ସଦାଶିବ ପ୍ରଧାନ, ଦକ୍ଷିଣ ସାହି ଛଉନୃତ୍ୟ ମନ୍ଦିରର ସଭାପତି କୃଷ୍ଣଚନ୍ଦ୍ର ଦାସ, ସମ୍ପାଦକ ଲଡୁକେଶ୍ବର ରଣା, ଉତ୍ତର ସାହି ଛଉ ପ୍ରତିଷ୍ଠାନର ସଭାପତି ଦିଲ୍ଲୀପ ମିଶ୍ର ଓ ନୃତ୍ୟ ଗୁରୁ ଶମ୍ଭୁନାଥ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଐତିହାସିକ ଛଉ ପଡିଆ ମଞ୍ଚରେ ଉତ୍ତରସାହି ଓ ଦକ୍ଷିଣସାହି ନୃତ୍ୟ ଦଳର କଳାକାରମାନେ ମନ୍ତ୍ରମୁଗ୍ଧକର ଛଉନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ । ବୀର ବାଦ୍ୟର ତାଳେ ତାଳେ ଛଉ କଳାକାରଙ୍କ ନୃତ୍ୟରେ ମଞ୍ଚ ଦୁଲୁକି ଉଠିଥିଲା । ଛଉ କଳାକାରଙ୍କ ଚମତ୍କାର ନୃତ୍ୟ ଦେଖି ଝୁମି ଉଠିଥିଲେ ଉପସ୍ଥିତ ଦର୍ଶକ । ତେବେ ମୟୂରଭଞ୍ଜ ଛଉ ନୃତ୍ୟର ଆରାଧ୍ୟ ଦେବତା ଭଗବାନ ଭୈରବ ହୋଇଥିବାରୁ ଉତ୍ତରସାହି ଓ ଦକ୍ଷିଣସାହି ନୃତ୍ୟ ଦଳ ମା' ଭୈରବୀଙ୍କ ପାଖରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସେପଟେ ଗତକାଲି(ଶୁକ୍ରବାର)ର ଉଦଘାଟନ ଉତ୍ସବରେ ଗ୍ରାମାଞ୍ଚଳ ଛଉନୃତ୍ୟ ଦଳ ସେମାନଙ୍କର ଛଉନୃତ୍ୟ ପ୍ରଦର୍ଶନ କରିବାରୁ ବଞ୍ଚିତ ରହିଛନ୍ତି । କାରଣ କୋର୍ଡ ଅଫ୍ କଣ୍ଡକ୍ଟ ଲାଗୁ ହେବାରୁ ଏହି ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୈତ୍ର ପର୍ବ ପାଳନ ହୋଇ ପାରିନଥିଲା । ପୂର୍ବରୁ ତିନି ଦିନ ଧରି ପ୍ରସିଦ୍ଧ ଚୈତ୍ର ପର୍ବ ପାଳନ କରା ଯାଉଥିବା ବେଳେ ନିର୍ବାଚନକୁ ଦୃଷ୍ଟିରେ ରଖି ଚଳିତ ଥର ଦୁଇ ଦିନ ପାଇଁ ପର୍ବ ପାଳନ କରିବାକୁ ଉତ୍ତର ସାହି ଓ ଦକ୍ଷିଣସାହି ଛଉନୃତ୍ୟ ଦଳକୁ ଜିଲାପାଳ ଦାୟିତ୍ବ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-୨୬ରୁ ମାଆ ତାରାତାରିଣୀଙ୍କ ଚୈତ୍ର ପର୍ବ, ପ୍ରସ୍ତୁତି ବୈଠକ ଶେଷ

ସେପଟେ ଅର୍ଥାଭାବ ଯୋଗୁଁ ଜିଲ୍ଲା ସ୍ତରୀୟ ଚୈତ୍ର ପର୍ବରେ ଗ୍ରାମାଞ୍ଚଳ ଛଉନୃତ୍ୟ କଳାକାରମାନେ ନିଜ କଳା ପ୍ରଦର୍ଶନ କରିବାର ସୁଯୋଗ ପାଇନଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଦୁଇ ଦିନରେ ଦୁଇଟି ଦଳ ପକ୍ଷରୁ ୬ଟି ଲେଖାଏଁ ନୃତ୍ୟ ପରିବେଷଣ କରାଯିବାକୁ ସ୍ଥିର ହୋଇଛି । ପ୍ରଥମ ରାତ୍ରିରେ ଉତ୍ତର ସାହି ପକ୍ଷରୁ ମାତୃପୂଜା, ମାଖନଚୋରୀ ଓ କାଳଚକ୍ର ନୃତ୍ୟ ପରିବେଷଣ କରା ଯାଇଥିଲା ବେଳେ ଦକ୍ଷିଣସାହି ନୃତ୍ୟ ଦଳ ପକ୍ଷରୁ କିରାତ ଅର୍ଜୁନ, ନିଶିତ ମିଳନ, ଧ୍ବଜା ତାଲ ନୃତ୍ୟ ପରିବେଷଣ କରା ଯାଇଥିଲା । ତେବେ ଛଉ ନୃତ୍ୟ ପାଇଁ ମୟୂରଭଞ୍ଜ ବିଶ୍ବରେ ଏକ ସ୍ବତନ୍ତ୍ର ପରିଚୟ ପାଇଥିବା ବେଳେ ଛଉନୃତ୍ୟକୁ ଭରପୁର ଉପଭୋଗ କରିଥିଲେ ଦର୍ଶକ ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Apr 13, 2024, 12:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.