ETV Bharat / state

ମୁଣ୍ଡ ଗୁଞ୍ଜିବାକୁ ନାହିଁ ଛାତ, ଜରିପାଲ ତଳେ ବିତୁଛି ଚାରି ଜୀବନ - Request For PM Awas

author img

By ETV Bharat Odisha Team

Published : Aug 25, 2024, 9:48 PM IST

Family Lives In Broken Mud House: ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ନାହିଁ । ଭଙ୍ଗା ମାଟିଘରେ ୪ ଜୀବନ । ପକ୍କା ଘର ଖଣ୍ଡିଏ ପାଇଁ ସରକାରଙ୍କୁ ଗୁହାରୀ କରୁଛନ୍ତି ମହିଳା । ଅଧିକ ପଢ଼ନ୍ତୁ

Family Lives In Broken Mud House
Family Lives In Broken Mud House (ETV Bharat Odisha)

ଖୋର୍ଦ୍ଧା: ବାଟ ହୁଡ଼ିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ବାସହରା ହିତାଧିକାରୀଙ୍କ ମୁଣ୍ଡ ଉପରେ ଛାତ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି ସରକାର । ଏହି ଜନ ମଙ୍ଗଳକାରୀ ଯୋଜନାରେ ଗରିବ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଗୃହ ପକ୍କା ଘର ପାଇବାର ନିୟମ ରହିଛି । ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କଣ୍ଟାବାଡ ପଞ୍ଚାୟତ ମଲ୍ଲୀପଦର ଗାଁରେ ଯୋଜନା ବାଟବଣା ହୋଇଛି । ଗାଁର ନଳିନୀ ମହାରଣାଙ୍କ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଆବାସ ଗୃହ ସାତ ସପନ ପାଲଟିଛି । ଫଳରେ ବର୍ଷାରେ ଧସି ଯାଇଥିବା ଭଙ୍ଗା ଦଦରା ଘରେ ବିପଦ ସଙ୍କୁଳ ଅବସ୍ଥାରେ ରହୁଛନ୍ତି ନଳିନୀଙ୍କ ପରିବାର । ଘର ଖଣ୍ଡିଏ ପାଇଁ କାନ୍ଦି କାନ୍ଦି ସରକାରଙ୍କ ନିକଟରେ ନେହୁରା ହେଉଛନ୍ତି ନଳିନୀ ।

ଭଙ୍ଗାଘରେ ଜୀବନ:

ବେଗୁନିଆ ବ୍ଲକ୍‌ କଣ୍ଟାବାଡ଼ ପଞ୍ଚାୟତ ମଲ୍ଲୀପଦର ଗ୍ରାମରେ ରହୁଛନ୍ତି ନଳିନୀ ମହାରଣା । ପରିବାର କହିଲେ ଦିବ୍ୟାଙ୍ଗ ପୁଅ, ଝିଅ ଏବଂ ଦିନ ମଜୁରିଆ ସ୍ୱାମୀ । ସ୍ୱାମୀ ଭଜ ମହାରଣା ମୁଲ ଲାଗିଲେ ୪ ପ୍ରାଣୀ କୁଟୁମ୍ବଙ୍କ ଚୁଲି ଜଳେ । ଦୁଇ ବଖରା ଝାଟିମାଟି ଛଣ ଛପର ଘର ଉପରେ ଜରିପାଲ ତଳେ ୪ ପ୍ରାଣୀ ମୁଣ୍ଡ ଗୁଞ୍ଜିଛନ୍ତି । ଅର୍ଥାଭାବରୁ ଘର ଛପର କରିପାରୁ ନଥିବା ବେଳେ ଘରର କାନ୍ଥ ଫାଟି ଆଁ କରିଛି । କେତେବେଳେ କିଛି ବି ଅଘଟଣ ଘଟିପାରେ । ସେହିପରି ଗତ ଲଗାଣ ବର୍ଷାରେ ଘରେ ପାଣି ଗଳି ଝାଟିମାଟି କାନ୍ଥ ବର୍ଷା ମାଡ଼ରେ ବତୁରି ଯାଇଛି ଓ ଘରର ଚଟାଣ ବତୁରି ସନ୍ତସନ୍ତିଆ ହୋଇଯାଇଛି ।

ପ୍ରଧାନମନ୍ତ୍ରୀ ଯେମିତି ସାତ ସପନ:

ଘର ଖଣ୍ଡିଏ ପାଇଁ ସ୍ଥାନୀୟ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କୁ ବାରମ୍ବାର ଜଣାଇ ଆସୁଛନ୍ତି । ହେଲେ ନଳିନୀଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯେମିତି ସାତ ସପନ ପାଲଟିଛି । ନଳିନୀଙ୍କ ଗରିବ ପରିବାର ଦୀର୍ଘଦିନ ଧରି ଜରିପାଲ ଆବଦ୍ଧ ଭଙ୍ଗାରୁଜା ଘରେ ରହୁଛନ୍ତି । ସେହିଭଳି ଗତ ବର୍ଷାରେ ଘରର ମାଟି କାନ୍ଥ ଭାଙ୍ଗିଯାଇଥିବା ବେଳେ ଭଙ୍ଗା ଘରେ ବିଷଧର ସରୀସୃପ ପଶିଯାଉଥିବା କହିଛନ୍ତି ନଳିନୀଙ୍କ ସ୍ୱାମୀ ଭଜ । ସରକାର ନଳିନୀଙ୍କ ପରିବାରକୁ ପକା ଘର ଖଣ୍ଡିଏ ଯୋଗାଇ ଦେଲେ ସେମାନେ ତାଙ୍କର କୁନି ଭବିଷ୍ୟତ ପୁଅ ଝିଅଙ୍କୁ ନେଇ ଆରାମରେ ରହିପାରନ୍ତେ ବୋଲି ନେହୁରା ହୋଇଛନ୍ତି । ସେପଟେ ଘଟଣା ସମ୍ପର୍କରେ ସ୍ଥାନୀୟ ବିଧାୟକ ପ୍ରଦୀପ ସାହୁ ଘଟଣା ସଂପର୍କରେ ଅବଗତ ଥିବା କହିବା ସହ ସ୍ଥାନୀୟ ପ୍ରଶାସନ ମାଧ୍ୟମରେ କିପରି ନଳିନୀଙ୍କ ପରିବାରକୁ ପକ୍କା ଘର ମିଳିବ ସେ ନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।

ଗୁହାରୀ ଶୁଣୁନାହାନ୍ତି ସରକାର:

ଏନେଇ ନଳିନୀ ମହାରମା କହିଛନ୍ତି, "ସରକାର ଆମ ଗୁହାରୀ ଶୁଣୁନାହାନ୍ତି । ଜରିପାଲ ଟାଣି ରହୁଛୁ । ଘରଫାଟି ଆଁ କରିଛି । ପିଲାଙ୍କୁ ଧରି ବହୁତ ଭୟରେ ରହୁଛୁ । ଯେଉଁମାନଙ୍କର ଅଛି ସେମାନଙ୍କୁ ସାହାଯ୍ୟ ମିଳୁଛି । ଆମଭଳି ଦୁଃଖି ଲୋକଙ୍କ ପାଇଁ କିଛି ନାହିଁ ।" ସେପଟେ ସ୍ଥାନାୟ ବିଧାୟକ ପ୍ରଦୀପ ସାହୁ କହିଛନ୍ତି, "ଆମେ ଏନେଇ ଖବର ପାଇଛୁ । ତାଙ୍କୁ କିପରି ସାହାଯ୍ୟ ମିଳିପାରିବ ମୁଁ ବ୍ଲକ ପ୍ରଶାସନ ସହ କଥାହେବି । ତାଙ୍କ ଚଳିବା ପାଇଁ ସରକାର ସ୍ତରରେ ସମସ୍ତ ସାହାଯ୍ୟ ସହଯୋଗ କରିବୁ ।"

ଏହା ମଧ୍ୟ ପଢ଼ନ୍ତୁ....ବ୍ରେନ ଷ୍ଟ୍ରୋକରେ ଶିକାର ହୋଇ ମେଡ଼ିକାଲ ବେଡରେ ପଡ଼ିଛି ସ୍ବାମୀ, ସିନ୍ଦୁର ବଞ୍ଚାଇବା ପାଇଁ ସ୍ତ୍ରୀ ମାଗୁଛି ସହାୟତା - Helpless Family Seeks Help

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.