ETV Bharat / state

2024-25 ଆର୍ଥିକ ବର୍ଷର ପ୍ରଥମ ୩ ମାସରେ କାହିଁକି କମିଲା GDP ଅଭିବୃଦ୍ଧି ? କହିଲେ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ - RBI Governor Shaktikanta Das

author img

By ETV Bharat Odisha Team

Published : Aug 31, 2024, 8:09 PM IST

RBI Governor Shaktikanta Das: ପୂର୍ବବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ ମାସରେ ମୋଟ ଘରୋଇ ଉତ୍ପାଦ (GDP) ଅଭିବୃଦ୍ଧି ହ୍ରାସ ପାଇଛି । GDP ଅଭିବୃଦ୍ଧି କାହିଁକି ହ୍ରସ ପାଇଲା କହିଲେ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

Fall GDP Numbers
Fall GDP Numbers (ETV Bharat Odisha)

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷ ଅକ୍ଷତ ରହିବ ଦେଶର ଆର୍ଥିକ ଅଭିବୃଦ୍ଧି । ପୂର୍ବ ଆକଳନ ଅନୁସାରେ ୭.୨% ଅଭିବୃଦ୍ଧି ହାସଲ କରିବ ଭାରତ । ଭୁବନେଶ୍ବରରେ ଆୟୋଜିତ ଜାତୀୟ CA ସମ୍ମିଳନୀରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏପ୍ରିଲ-ଜୁନ GDP ଅଭିବୃଦ୍ଧି ୬.୭%କୁ ଖସିବା ପରେ ଆଜି ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି RBI ଗଭର୍ଣ୍ଣର ।

କାହିଁକି କମିଲା ଅଭିବୃଦ୍ଧି:

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ପ୍ରଥମ ତ୍ରୟମାସିକ ଅର୍ଥାତ ଏପ୍ରିଲ-ଜୁନ GDP ଅଭିବୃଦ୍ଧି ୬.୭%କୁ ଖସିଛି । ଏହା ପରେ ମଧ୍ୟ ଭାରତ ପୂର୍ବ ଆକଳନ ଅନୁସାରେ ୭.୨% ଅଭିବୃଦ୍ଧି ହାସଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, "ନିର୍ବାଚନ ଜନିତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା କାରଣରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବ୍ୟୟ କମିଥିଲା । ଏପ୍ରିଲରୁ ଜୁନ ମାସ ପର୍ଯ୍ୟନ୍ତ ଏହି ନିର୍ବାଚନ ପ୍ରକ୍ରିୟା ରହିଥିଲା । ଫଳରେ ସରକାରୀ ବ୍ୟୟ ହ୍ରାସ ପ୍ରଭାବରୁ ଅଭିବୃଦ୍ଧି ଏଭଳି ଖସିଛି । ତେବେ ପରବର୍ତ୍ତୀ ୩ଟି ତ୍ରୟ ମାସରେ ଉଭୟ କେନ୍ଦ୍ର ଓ ରାଜ୍ୟ ଅଭିବୃଦ୍ଧିରେ ସୁଧାର ଆସିବ ।"

୭.୨% ହେବ GDP ଅଭିବୃଦ୍ଧି:

ଭୁବନେଶ୍ବରରେ ଆୟୋଜିତ ଜାତୀୟ CA ସମ୍ମିଳନୀରେ ଯୋଗ ଦେଇଥିଲେ RBI ଗଭର୍ଣ୍ଣର । RBI ଗଭର୍ଣ୍ଣର ଆହୁରି ମଧ୍ୟ କହିଛନ୍ତି, "କୃଷି କ୍ଷେତ୍ରରେ ଅଭିବୃଦ୍ଧି ଧୀମା ରହିଥିଲା । ଜୁନ ମାସରୁ ମୌସୁମୀ ବର୍ଷା ସ୍ବାଭାବିକ ଥିବାରୁ ଆଗାମୀ ଦିନରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଦେଖିବାକୁ ମିଳିବ । ଏହା ବର୍ତ୍ତମାନ ସକରାତ୍ମକ ବାର୍ତ୍ତା ଦେବା ଆରମ୍ଭ କରିଛି । ଶିଳ୍ପ, ମ୍ୟାନୁଫାକ୍ଚରିଂ, ସେବା, ଘରୋଇ ବ୍ୟୟରେ ବୃଦ୍ଧି ଯୋଗୁଁ ସମ୍ପୂର୍ଣ୍ଣ ୨୦୨୪-୨୫ ଆର୍ଥିକ ବର୍ଷର GDP ଅଭିବୃଦ୍ଧି ପୂର୍ବ ଆକଳନ ମୁତାବକ ୭.୨% ହେବ । ଇନୋଭେସନ ଓ ଷ୍ଟାଟ ଅପ କ୍ଷେତ୍ରରେ ଦେଶର ସ୍ଥିତି ଭଲ ଅଛି । ଯୁବପିଢ଼ିଙ୍କ ଭୂମିକା ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ।"

ଏହା ମଧ୍ୟ ପଢ଼ନ୍ତୁ...ଶକ୍ତିକାନ୍ତ ଦାସ ପୁଣି ଶ୍ରେଷ୍ଠ 'ଗଭର୍ଣ୍ଣର', ଆମେରିକା, କାନାଡାକୁ ବି ପଛରେ ପକାଇଲେ ଏହି ଓଡ଼ିଆ ପୁଅ - RBI Governor Shaktikanta Das

କୃଷି କ୍ଷେତ୍ରରେ ଅଭିବୃଦ୍ଧି:

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଥମ ତ୍ରୟୋମାସରେ କୃଷି କ୍ଷେତ୍ରରେ ୨ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଭଲ ମୌସୁମୀ ବର୍ଷା ହୋଇଥିବାରୁ କୃଷି କ୍ଷେତ୍ରେର ଉଲ୍ଲେଖନୀୟ ଅଭିବୃଦ୍ଧି ଦେଖିବାକୁ ମିଳିବ । ଦେଶରେ ଭଲ ବର୍ଷା ହୋଇଥିବାରୁ କୃଷି ଅଭୁବୃଦ୍ଧିରେ ସହାୟକ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.