ETV Bharat / state

ଆଧୁନିକତାର ଛାପରେ ଲୋପ ପାଇବାକୁ ବସିଲେଣି ପଶୁପକ୍ଷୀ: ବିଶେଷଜ୍ଞ - Extinct Risk Of Wild Animals

Extinct Risk Of Wild Animals: ସହରାଞ୍ଚଳ ବୃଦ୍ଧି ସାଙ୍ଗକୁ ଜଙ୍ଗଲ ନଷ୍ଟ ବନ୍ୟଜନ୍ତୁଙ୍କୁ ବିପଦ ମୁହଁକୁ ଟାଣିଛି । ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ ।

author img

By ETV Bharat Odisha Team

Published : May 15, 2024, 4:48 PM IST

Extinct Risk Of Wild Animals
Extinct Risk Of Wild Animals (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଅନେକ ପଶୁପକ୍ଷୀ ଲୋପ ପାଇଛନ୍ତି। ଆଗକୁ ମଧ୍ୟ ଆହୁରି ଲୋପ ପାଇବାର ସମ୍ଭାବନା ଥିବା ନେଇ ଚେତାଇ ଦେଇଛନ୍ତି ବିଶେଷଜ୍ଞ । ବ୍ୟାପକ ଭାବରେ ସହରାଞ୍ଚଳ ବୃଦ୍ଧି ସାଙ୍ଗକୁ ଜଙ୍ଗଲ ନଷ୍ଟ ଆଦି ବନ୍ୟଜନ୍ତୁଙ୍କ ପାଇଁ ବିପଦ ଘନାଇଛି। ଆଧୁନିକତାର ଛାପ ଜୀବଜନ୍ତୁଙ୍କ ପାଇଁ ହେଉଛି ବିପଦ। ଗାଁ ଲୋକମାନେ ଏବେ ସହରାଭିମୁଖି ହୋଇଥିବାବେଳେ ଗାଁ ଗଣ୍ଡା କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି । ଖାଦ୍ୟ ଅଭାବ କାରଣରୁ କିମ୍ବା ଶିକାର କାରଣରୁ ଅନେକ ପଶୁପକ୍ଷୀମାନଙ୍କ ବଂଶ ଲୋପ ପାଇବାକୁ ବସିଲାଣି। ଏଥିପ୍ରତି ସଚେତନ ନହେଲେ ଆଗାମୀ ଦିନରେ ପଶୁପକ୍ଷୀ ଉଭାନ ହୋଇଯିବେ ବୋଲି ବିଶେଷଜ୍ଞ ଚେତାଇ ଦେଇଛନ୍ତି।

ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ୱଜିତ୍ ମହାନ୍ତି କହିଛନ୍ତି, "ପୂର୍ବରୁ ରାଜ୍ୟ ବା ଦେଶରୁ ଅନେକ ଜୀବଜନ୍ତୁ ବା ପକ୍ଷୀମାନେ ମଧ୍ୟ ଲୋପ ପାଇଛନ୍ତି। ସେମାନଙ୍କୁ ବର୍ତ୍ତମାନ ତାହା ଦେଖିବାକୁ ମିଳୁନାହିଁ। ବନ୍ୟଜନ୍ତୁଙ୍କ ମଧ୍ୟରେ ବାଘ ଆଗାମୀ ଦିନରେ ଓଡ଼ିଶାରୁ ସମ୍ପୂର୍ଣ୍ଣ ରୂପେ ଲୋପ ପାଇବାକୁ ବସିଛି । ବିଗତ ଦିନରେ ଓଡ଼ିଶାରେ ଯେଉଁଭଳି ଭାବରେ ବାଘଙ୍କ ସଂଖ୍ୟା ରହିଥିଲା ତାହା ବର୍ତ୍ତମାନ ସମୟରେ ବହୁତ କମିଯାଇଛି। ଅନେକ ସମୟରେ ଖାଦ୍ୟ ଏବଂ ଶିକାର କାରଣରୁ ବାଘଙ୍କ ସଂଖ୍ୟା ଲୋପ ପାଇବାରେ ଲାଗିଛି। ଅନ୍ୟପଟେ ବଜ୍ରକାପ୍ତା ଏକ ଜୀବ ଯାହାର ଦେଶ ବିଦେଶରେ ବହୁତ ଚାହିଦା ରହିଆସିଛି। ଯାହାକୁ ନେଇ ରାଜ୍ୟରେ ଚୋରା ଚାଲାଣ ଜୋରଦାର ହେଉଛି। ଫଳରେ ରାଜ୍ୟରେ ମଧ୍ୟ ବଜରକାପ୍ତାର ମଧ୍ୟ ବଂଶ ଲୋପ ପାଇବାକୁ ବସିଲାଣି ।"

ସେ ଆହୁରି କହିଛନ୍ତି, "ଘଡିଆଳ କୁମ୍ଭୀର ମଧ୍ୟ ଲୋପ ପାଇବାକୁ ବସିଲାଣି। ଯାହା ବିଶେଷ ଭାବରେ ଦୁର୍ଲଭ ଅଟେ। ଏମାନଙ୍କର ବଂଶକୁ ରକ୍ଷା କରିବା ପାଇଁ ସରକାର ଅନେକ ପଦକ୍ଷେପ ନେବା ଆବଶ୍ୟକ। ଏପଟେ ଅନେକ ପକ୍ଷୀ ମଧ୍ୟ ଲୋପ ପାଇବାକୁ ବସିଲାଣି। ଜଳରାଶିରେ ପକ୍ଷୀମାନେ ବସା ବାନ୍ଧିଥାନ୍ତି। କିନ୍ତୁ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପକ୍ଷୀମାନେ ବିଶେଷ ଭାବରେ ମହାନଦୀ କୂଳରେ ବସା ବାନ୍ଧିଥାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଏହି ପକ୍ଷୀମାନେ ସହର ବଢିବା ସହିତ ଆଉ ବସା ବାନ୍ଧିବା ପାଇଁ ଆସୁନାହାନ୍ତି। ତେଣୁ ଏହା ଧୀରେ ଧୀରେ ଲୋପ ପାଇବାକୁ ପସିଲାନି। ଏହାସହ ଶାଗୁଣା, ଘର ଚଡ଼ିଆ, ଝିଙ୍କ, ବାଜରକପ୍ତା, କାଉ ଏବଂ ବାୟା ଚଢ଼େଇ ଭଳି ଅନେକ ପଶୁପକ୍ଷୀମାନେ ଦୁନିଆରୁ ଧୀରେ ଧୀରେ ଲୋପ ପାଇଯାଉଛନ୍ତି ।"

ଏହା ବି ପଢନ୍ତୁ...ହୁତୁହୁତୁ ଜଳୁଛି ଜଙ୍ଗଲ, ଆଖି ବୁଜି ଦେଇଛି ବନବିଭାଗ ! - FOREST FIRE

"ଏମାନଙ୍କ ବଂଶ ବୃଦ୍ଧି କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେବା ଆବଶ୍ୟକ" ବୋଲି କହିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ବିଶ୍ଵଜିତ ମହାନ୍ତି । ସେହିପରି ପରିବେଶବିତ୍ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ,"ସହର ବଢୁଛି ଓ ଜଙ୍ଗଲ ସଂକୀର୍ଣ୍ଣ ହେଉଛି। ତେଣୁ ପଶୁପକ୍ଷୀମାନଙ୍କ ବସା ବାନ୍ଧିବା ପାଇଁ ସ୍ଥାନ ନାହିଁ। ଖାଦ୍ୟର ଅଭାବ ରହିଥିବାବେଳେ ସେମାନଙ୍କ ଅଣ୍ଡାଦାନ ପ୍ରତି ବିପଦ ସୃଷ୍ଟି ହେଉଛି। ତେଣୁ ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ ସହରୀକରଣ ପାଇଁ ଅନେକ ଜୀବଜନ୍ତୁଙ୍କ ସମେତ ପକ୍ଷୀମାନେ ମଧ୍ୟ ଲୋପ ପାଇବାକୁ ବସିଲାଣି। ଯେଉଁମାନେ ଜଙ୍ଗଲରେ ବସବାସ କରୁଥିଲେ ସେମାନଙ୍କ ପାଇଁ ଆଉ ସ୍ଥାନ ନାହିଁ। ସମ୍ପୂର୍ଣ୍ଣ ଭାବରେ କଂକ୍ରିଟ ଜଙ୍ଗଲ ପାଲଟିଯାଇଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.