ETV Bharat / state

ଉଗ୍ର ହେଉଛି କାଳି ଫିଙ୍ଗା ବିବାଦ, କଂଗ୍ରେସ ଭବନରେ ଝୁଲିଲା ତାଲା, ଧାରଣାରେ ଶ୍ରୀୟାସ୍ମିତା - Expelled CONGRESS WORKER PROTEST

author img

By ETV Bharat Odisha Team

Published : Jun 26, 2024, 9:03 AM IST

Expelled Mahila Congress Secretary Stages Protest: କଂଗ୍ରେସ ଭବନରେ ଝୁଲୁଛି ତାଲା । ପିସିସି ଓ ଅସନ୍ତୋଷ କଂଗ୍ରେସ ନେତାଙ୍କ ବିବାଦ ଉଗ୍ରରୂପ ନେବାରେ ଲାଗିଛି । କଂଗ୍ରେସ ମୂଖ୍ୟ ଫାଟକ ସମ୍ମୁଖରେ ଶ୍ରୀୟାସ୍ମିତା ଧାରଣା ଦେଇଛନ୍ତି । ଅଧିକ ପଢ଼ନ୍ତୁ

CONGRESS WORKER STAGES PROTEST
CONGRESS WORKER STAGES PROTEST (ETV Bharat Odisha)

ଭୁବନେଶ୍ବର: 3 ଦିନ ହେବ କଂଗ୍ରେସ ଭବନରେ ଝୁଲୁଛି ତାଲା । ପିସିସି ଚୁପ, ଆଉ ଏପଟେ ପୋଲିସ ନୟାନ୍ତ । 100 ବର୍ଷରୁ ଊର୍ଦ୍ଧ୍ବ ଦଳ ଜାତୀୟ କଂଗ୍ରେସ ଏବେ ଓଡ଼ିଶାରେ ବଡ଼ ସଙ୍କଟ ଦେଇ ଗତି କରୁଛି । ନିର୍ବାଚନ ପରେ ପୁଣି ଆରମ୍ଭ ହୋଇଛି ଗୋଷ୍ଠୀ କନ୍ଦଳ । ଖାଲି ଆରମ୍ଭ ହୋଇନି, ବରଂ ଉଗ୍ର ରୂପ ଧରିଛି । ପିସିସି ସଭାପତିଙ୍କୁ ବିରୋଧ କରିବା ପଡିଛି ମହଙ୍ଗା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କଂଗ୍ରେସ ଭବନରେ କାଳି ମାଡ଼ ଘାଟଣାରେ 5 ଜଣଙ୍କୁ ବହିଷ୍କାର କରିଛି AICC । 6 ବର୍ଷ ପାଇଁ ଦଳରୁ ବହିଷ୍କାର ହେବା ପରେ ବହିଷ୍କୃତ ପଦାଧିକାରୀଙ୍କ ଆଚରଣ ଏବେ ପିସିସି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ଦେଖିବାକୁ ମିଳିଛି ।

ତେବେ ମଙ୍ଗଳବାର ତୃତୀୟ ଦିନରେ ମଧ୍ୟ ମୁଖ୍ୟ ଫାଟକରେ ପଡିଥିଲା ତାଲା । ବହିଷ୍କୃତ ମହିଳା କଂଗ୍ରେସ ନେତ୍ରି ଶ୍ରୀୟସ୍ମିତା ପଣ୍ଡା ଅନଶନରେ ବସିଥିଲେ । ଗୋଟିଏ ଜିଦି, କାହିଁକି ମୋତେ ବହିଷ୍କୃତ କରାଯାଇଛି, ମୋର ଭୁଲ କଣ ? ତାଙ୍କ ସହ ଅନ୍ୟତମ ବହିଷ୍କୃତ ଛାତ୍ର କଂଗ୍ରେସ ନେତ୍ରୀ ମଧ୍ୟ ଯୋଡି ହୋଇଥିଲେ । ମୋତେ ନ୍ୟାୟ ନମିଳିଲା ପର୍ଯ୍ୟନ୍ତ ମୁଁ ଏ ଗେଟ ସମ୍ନାରୁ ଉଠିବି ନାହିଁ ବୋଲି ଅଡ଼ି ବସିଛନ୍ତି ଶ୍ରୀୟା । ସେପଟେ ସମସ୍ୟାର ସମାଧାନ ପାଇଁ ବାଟ ଫିଟୁନଥିବା ବେଳେ ପିସିସି ନେତୃବୃନ୍ଦ ଚୁପ ହୋଇ ବସିରହିଛନ୍ତି । ତେବେ କଂଗ୍ରେସ ଦଳର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ହେଉଛି କଂଗ୍ରେସ ଭବନ । ୨ ଦିନ ହେବ ସେଠାରେ ପଡିଛି ତାଲା । କର୍ମୀ, ନେତା କେହି ଆସି ପାରୁନାହାଁନ୍ତି କି ଅଫିସ କାର୍ଯ୍ୟାଳୟ ଖୋଲି ପାରୁନି । ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକ, ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜାଙ୍କ ମୁଁହ ଚୁପ ।

ଏହା ମଧ୍ୟ ପଢ଼ନ୍ତୁ.. କଂଗ୍ରେସ ଭବନରେ ତାଲା; ବାହାରେ ଧାରଣାରେ ବସିଲେ, ପିସିସି ସଭାପତିଙ୍କ ଉପରେ ବର୍ଷିଲେ ଶ୍ରୀୟାସ୍ମିତା - Congress Bhawan Locked

ଅନ୍ୟପଟେ କେହି ଏହି ପ୍ରସଙ୍ଗରେ ମୁହଁ ଖୋଲୁନାହାନ୍ତି । ଏପରିକି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ରୋକଠୋକ ମନା ବି କରୁଛନ୍ତି । କଂଗ୍ରେସ ନିର୍ବାଚନରେ କାହିଁକି ଏଭଳି ପ୍ରଦର୍ଶନ କଲା, ତା'ର କାରଣ ଜାଣିବା ପାଇଁ AICC ପକ୍ଷରୁ ଦୁଇ ଜଣିଆ ଅନୁସନ୍ଧାନକାରୀ ଟିମ ନିଯୁକ୍ତ କରାଯାଇଛି । ବରିଷ୍ଠ ନେତା ଅଜୟ ମାକନ ଏବଂ ତାରିକ ଅନୱର ଓଡିଶା ଆସି ବିଭିନ୍ନ ନେତାଙ୍କୁ ଭେଟି ନିର୍ବାଚନରେ ଏଭଳି ଶୋଚନୀୟ ପଦର୍ଶନ ବିଷୟରେ ନିର୍ବାଚିତ ବିଧାୟକ, ହାରିଥିବା ପ୍ରାର୍ଥୀ, ପଦାଧିକାରୀମାନଙ୍କ ସହ ଆଲୋଚନା କରିବେ । ସମସ୍ତ ତଥ୍ୟ ଅନୁସନ୍ଧାନ କରି AICCକୁ ରିପୋର୍ଟ ଦେବେ । ହେଲେ 3 ଦିନ ହେବ କଂଗ୍ରେସ ଭବନର ମୁଖ୍ୟ ଫାଟକରେ ତାଲା ଝୁଲୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.