ETV Bharat / state

କେମିତି ଚାଲେ ଡ୍ୟାନ୍ସ ବାର ? ଜାଣନ୍ତୁ ଡ୍ୟାନ୍ସ ବାରର ଅକୁହା କଥା ବିଷୟରେ... - Dance Bar Reality Check

author img

By ETV Bharat Odisha Team

Published : Aug 25, 2024, 9:14 PM IST

Dance Bar Reality Check: କେମିତି ଚାଲେ ଡ୍ୟାନ୍ସ ବାର୍‌ । ଭିତରେ ବାର୍‌ ଗାର୍ଲଙ୍କ ପାଇଁ କଣ ରହିଥାଏ ବ୍ୟବସ୍ଥା । ସରକାରଙ୍କ ଡ୍ୟାନ୍ସ ବାର ବନ୍ଦ ନିଷ୍ପତ୍ତି କଣ ପ୍ରଭାବ ପକାଇବ କର୍ମଚାରୀଙ୍କ ଉପରେ । ଦେଖନ୍ତୁ ଇଟିଭି ଭାରତର ରିୟାଲିଟି ଚେକ୍‌ ।

କେମିତି ଚାଲେ ଡ୍ୟାନ୍ସ ବାର
କେମିତି ଚାଲେ ଡ୍ୟାନ୍ସ ବାର (ETV Bharat Odisha)

ଭୁବନେଶ୍ବର: ଓଡ଼ିଆ ଅସ୍ମିତା କଥା କହି ଶାସନକୁ ଆସିଥିବା ବିଜେପି ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ରାଜ୍ୟରେ ଆଉ ଚାଲିପାରିବନି ଡ୍ୟାନ୍ସ ବାର୍‌ । କାରଣ ଏହା ଆମ ସଂସ୍କୃତି ନୁହେଁ । ରାଜ୍ୟର ସମସ୍ତ ଡ୍ୟାନ୍ସ ବାର ଗୁଡିକ ବନ୍ଦ କରାଯିବାକୁ ନେଇ ଅବକାରୀ ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀଙ୍କୁ ଏହି ବୟାନ ପରେ ଚିନ୍ତାରେ ପଡିଯାଇଛନ୍ତି ଡ୍ୟାନ୍ସ ବାର ଚଳାଉଥିବା ମାଲିକ ଓ କର୍ମଚାରୀ । କାରଣ ପେଟ ପାଟଣା ପାଇଁ କାମ କରୁଥିବା ବାର ଗାର୍ଲ୍ ଠାରୁ ଆରମ୍ଭ କରି ବାର କର୍ମଚାରୀ ନିଜର ଜୀବିକା ହରାଇବେ । ଏନେଇ ‘ଇଟିଭି ଭାରତ’ ପହଞ୍ଚିଥିଲା ଏକ ଡ୍ୟାନ୍ସ ବାରରେ । କିପରି ଚାଲେ ଡ୍ୟାନ୍ସ ବାର । ବାର ଗାର୍ଲ୍ ସେଠି କିପରି କରିଥାନ୍ତି କାମ ? ବାର ଗାର୍ଲ୍ ପାଇଁ କିପରି ନିଆଯାଇଥାଏ ସୁରକ୍ଷାର ପଦକ୍ଷେପ । କେତେ ଦୂରତାରେ ରହି ବାର ଗାର୍ଲ୍ ମାନେ ନିଜର ନୃତ୍ୟ କରିଥାନ୍ତି ପ୍ରଦର୍ଶନ । ଏହାର ନିୟମ କଣ ? । ଏନେଇ ଏକ ବାର୍‌ର ମାଲିକାଣୀ ବର୍ଷା ତ୍ରିପାଠୀଙ୍କ ସହ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ସମ୍ବାଦଦାତା ତାପସ ପରିଡା

ସିସିଟିଭି ନଜରରେ ଚାଲିଥାଏ ଡ୍ୟାନ୍ସ ବାର:

ରାଜ୍ୟରେ ବାର୍‌ ଚଲାଇବାକୁ ଅନୁମତି ଦିଏ ଅବକାରୀ ବିଭାଗ । ହେଲେ ଯେଉଁ ବାର୍‌ରେ ମହିଳା ନୃତ୍ୟ ପରିବେଷଣ କରନ୍ତି ତାହାକୁ ଡ୍ୟାନ୍ସ ବାର କୁହାଯାଏ । ତେବେ ଡ୍ୟାନ୍ସ ବାରରେ କିପରି ବ୍ୟବସ୍ଥା ହୋଇଥାଏ ? ଉତ୍ତରରେ ବର୍ଷା କହିଛନ୍ତି, ବାରରେ ମହିଳାଟିଏ କାମ କରିବାକୁ ଅର୍ଥାତ୍ ବାର ଗାର୍ଲଙ୍କ ପାଇଁ ଏକ ସ୍ବତନ୍ତ୍ର ଘର ବା ଚାମ୍ବର ଥାଏ। ଯେଉଁଠି ବାର ଗାର୍ଲ୍ ମାନେ ନିଜର ନୃତ୍ୟ ପରିବେଷଣ ପରେ ସେଠାରେ ରେଷ୍ଟ ନିଅନ୍ତି ଏଥି ସହ ସେମାନଙ୍କ ମେକଅପ ପାଇଁ ସ୍ବତନ୍ତ୍ର ରୁମ ଓ ଡ୍ୟାନ୍ସ କରିବା ପାଇଁ ସ୍ବତନ୍ତ୍ର ଷ୍ଟେଜ ଥାଏ। ଯେଉଁଠି ଷ୍ଟେଜ ପାଖକୁ ଯିବାକୁ ବାରରେ ଥିବା ଗ୍ରାହକଙ୍କୁ ବାରଣ ଥାଏ । ଏନେଇ ସିକ୍ୟୁରିଟି ଜଗି ରହିଥାନ୍ତି ବାର ଗାର୍ଲକୁ ।ଏହା ସହିତ ବାରରେ ଥାଏ ସିସିଟିଭି ସବୁ ଫୁଟେଜ । ଯେଉଁଥିରେ ତିନିମାସର ରେକର୍ଡ ରହେ ।

କଣ ଥାଏ ବାରରେ ନିୟମ ?

  • ବାରଗାର୍ଲଙ୍କ ଉପରେ ଟଙ୍କା ଉଡାଇପାରିବେନି ଗ୍ରାହକ । ବରଂ ଉକ୍ତ ଟଙ୍କାକୁ ଟିପ୍ସ ସଦୃଶ ବାର୍ ମ୍ୟାନେଜରଙ୍କୁ ଦେଇପାରିବେ ।
  • ବାରଗାର୍ଲ କୌଣସି ପ୍ରକାରର ଉତ୍ତେଜିତପୂର୍ଣ୍ଣ ପୋଷାକ ପିନ୍ଧି ପାରିବେ ନାହିଁ କି ଉତ୍ତେଜିତପୂର୍ଣ୍ଣ ଡ୍ୟାନ୍ସ କରିବେନାହିଁ ।
  • ୧୦ ଫୁଟ, ୧୨ ଫୁଟ ଡ୍ୟାନ୍ସ ଫ୍ଲୋରରେ କେବଳ 8ଜଣ ଡ୍ୟାନ୍ସ କରିପାରିବେ ।
  • ବାର ଚାରିପଟେ 3 ଫୁଟର ବାଡ ରହିବା ସହ ଗ୍ରାହକ ଓ ଡ୍ୟାନ୍ସ ଗାର୍ଲଙ୍କ ଭିତରେ 5 ଫୁଟର ଦୂରତା ରଖାଯାଏ ।
  • 21 ବର୍ଷରୁ କମ୍ ବୟସର ଯୁବତୀଙ୍କୁ ବାରରେ ନିୟୋଜିତ କରାଯିବନାହିଁ ।
  • ମହିଳା ଡ୍ୟାନ୍ସରଙ୍କ ପାଇଁ ପରିଚୟପତ୍ର ଲାଗୁ କରିବେ ବାର କର୍ତ୍ତୃପକ୍ଷ ।
  • ସେମାନଙ୍କ ଯିବା ଆସିବା ସମୟ ଏବଂ ସୁରକ୍ଷା ପାଇଁ ସିକ୍ୟୁରିଟିର ବ୍ୟବସ୍ଥା ରହିବ ।
  • ଡ୍ୟାନ୍ସ ବାରରେ ସିସିଟିଭି ଲାଗିବ ଏବଂ ଫୁଟେଜରେ ତିନି ମାସର ବ୍ୟାକଅପ୍ ରହିବ ।
  • ତତ୍‌ସହିତ ବାରରେ ଫାୟାର ସେଫ୍ଟି ବାଧ୍ୟତାମୂଳକ ।
  • କୌଣସି ପରିସ୍ଥିତିରେ ଡ୍ୟାନ୍ସ ବାରରେ ସେକ୍ସ ରାକେଟ ଚାଲିବ ନାହିଁ ।
  • ଯଦି ସେମିତି କିଛି କାର୍ଯ୍ୟକଳାପର ସୂଚନା ମିଳେ ତେବେ 25ହଜାର ପର୍ଯ୍ୟନ୍ତ ଜୋରିମାନା ସହ ବାରର ଲାଇସେନ୍ସ ରଦ୍ଦ ହେବାର କଟକଣା ଲଗାଯାଇଛି ।

କାହିଁକି ବନ୍ଦ ହେବ କହିଲେ ମନ୍ତ୍ରୀ:

ଡ୍ୟାନ୍ସ ବାରରେ ଚାଲୁଥିବା କାର୍ଯ୍ୟକ୍ରମ ଆମ ସଂସ୍କୃତି ନୁହେଁ । ତେଣୁ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟସରକାର । ଖୁବ ଶୀଘ୍ର ରାଜ୍ୟରେ ଚାଲୁଥିବା ସମସ୍ତ ଡ୍ୟାନ୍ସ ବାର ଗୁଡିକ ବନ୍ଦ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ଏହା ମଧ୍ୟ ପଢନ୍ତୁ: ଡ୍ୟାନ୍ସ ବାର ବନ୍ଦ ପ୍ରସଙ୍ଗ; ନିଷ୍ପତ୍ତିର ପୁନର୍ବିଚାର ଦାବି କଲା ମାଲିକ ସଂଘ

ଡ୍ୟାନ୍ସ ବାର ବନ୍ଦ ହେଲେ କିଏ ହେବେ ପ୍ରଭାବିତ ?

ରାଜ୍ୟରେ ପାଖାପାଖି 4 ହଜାର ଲୋକେ ଡ୍ୟାନ୍ସ ବାର ଉପରେ ନିର୍ଭର କରନ୍ତି । ଡ୍ୟାନ୍ସ ବାର ବନ୍ଦ ହେଲେ ଅନେକ ଯୁବତୀ ଜୀବିକା ହରାଇବେ । କେବଳ ଯୁବତୀ ନୁହେଁ ମାଲିକମାନେ ମଧ୍ୟ ଆଗକୁ କଣ କରିବେ ସେ ଚିନ୍ତାରେ ପଡିଛନ୍ତି ।

ଡ୍ୟାନ୍ସ ବାର ବନ୍ଦକୁ ନେଇ କଣ କହୁଛି ଡ୍ୟାନ୍ସ ବାର ସଂଘ ?

ସରକାରଙ୍କ ଏପରି ନିଷ୍ପତ୍ତିକୁ ନେଇ ତାତିଲା ଡ୍ୟାନ୍ସ ବାର ସଂଘ । ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସଂଘ ଦାବି କରିଛି । ରାଜ୍ୟରେ 4 ହଜାର ପରିବାର ଜୀବିକା ହରାଇବାକୁ ଯାଉଛନ୍ତି, ଯେଉଁଠି ଗରୀବ ଝିଅ ପେଟପାଟଣା ପାଇଁ ତାଙ୍କର ନିଜ କଳା ନୃତ୍ୟ ପ୍ରଦର୍ଶନ କରି ପେଟ ପୋଷୁଛନ୍ତି ସେଠି ଅସ୍ମିତା କଥା କେଉଁଠୁ ଆସୁଛି ବୋଲି ମନ୍ତ୍ରୀଙ୍କୁ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛି ସଂଘ ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଖୁବଶୀଘ୍ର ନୂଆ ମଦ ନୀତି, ବେଆଇନ ମଦ କାରବାରରେ ଲାଗିବ ରୋକ୍, ବନ୍ଦ ହେବ ଡ୍ୟାନ୍ସ ବାର

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.