ETV Bharat / state

ବାଲିଯାତ୍ରାରେ ପରିମଳ ଅବ୍ୟବସ୍ଥା, ସ୍ଥିତି ପରଖିଲା ETV Bharat - SANITATION PROBLEM IN BALI JATRA

ଐତିହାସିକ କଟକ ବାଲିଯାତ୍ରାରେ ପରିମଳ ବ୍ୟବସ୍ଥାକୁ ନେଇ ଅସନ୍ତୋଷ । ସଫେଇ ଦେଲେ CMC କମିଶନର ।

Sanitation problem in bali jatra
Sanitation problem in bali jatra (ETV Bharat Odisha)
author img

By ETV Bharat Odisha Team

Published : Nov 22, 2024, 7:56 PM IST

କଟକ: ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବା ପାଇଁ ବାରମ୍ବାର ଦାବି ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଏଥିପାଇଁ ଅନେକ ବୟାନ ମଧ୍ୟ ଦେଉଛନ୍ତି । ମାତ୍ର ବାଲିଯାତ୍ରା ଆୟୋଜନ କେମିତି ହେଉଛି ସେନେଇ କେହି ସଠିକ ଭାବରେ ଅନୁଧ୍ୟାନ କରୁନାହାଁନ୍ତି । ବଡ଼କଥା ହେଉଛି ବାଲିଯାତ୍ରା ସମୟରେ ପରିମଳ ବ୍ୟବସ୍ଥା, ପିଇବା ପାଣି, ଟ୍ରାଫିକ ବ୍ୟବସ୍ଥାକୁ ଧ୍ୟାନ ଦେଇ ପଦକ୍ଷେପ ନେବାକୁ ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଥିଲେ । ହେଲେ କୋର୍ଟଙ୍କ ନିର୍ଦ୍ଦେଶକୁ ସତେ ଯେପରି ଫୁ କରି ଦେଇଛି ଜିଲ୍ଲା ପ୍ରଶାସନ ଏକଥା ଆମେ କହୁ ନାହୁଁ ବରଂ ଏହାର ବାସ୍ତବ ଚିତ୍ର ଏବଂ ଆସୁଥିବା ଲୋକମାନେ ଅଭିଯୋଗ କରିଛନ୍ତି ।ଏ ସମସ୍ତ ସ୍ଥିତିର ଯାଞ୍ଚ କରିଛି ଇଟିଭି ଭାରତ ।

ହାଇକୋର୍ଟ ନିର୍ଦ୍ଦେଶକୁ ଅଣଦେଖା !

Sanitation problem in bali jatra (ETV Bharat Odisha)

ପ୍ରତ୍ୟକ ବର୍ଷ ଐତିହାସିକ ବାଲିଯାତ୍ରା ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଲୋକ ଆସିଥାନ୍ତି । ବାଲିଯାତ୍ରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉଭୟ ଉପର ଏବଂ ତଳ ପଡ଼ିଆରେ ଅସମ୍ଭାଳ ଭିଡ଼ ବି ହୋଇଥାଏ । ଏତେ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଥାଏ । ବିଶେଷକରି ପରିମଳ,ପିଇବା ପାଣିର, ଟ୍ରାଫିକ ବ୍ୟବସ୍ଥା ଆଦିକୁ ଗୁରୁତ୍ୱ ଦେଇ ପଦକ୍ଷେପ ନିଆଯାଇଥାଏ ।ଏଥିରେ ବ୍ୟତିକ୍ରମ ଦେଖା ଯିବାରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ବାଲିଯାତ୍ରା ସମୟରେ ଲୋକଙ୍କ ସୁବିଧା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଧେଶ ଦେଇଥିଲେ ।

ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା !

Sanitation problem in bali jatra
Sanitation problem in bali jatra (ETV Bharat Odisha)

ବାଲିଯାତ୍ରା ଦେଖିବା ପାଇଁ ପୁରୀରୁ ଆସିଥିବା କାଳନ୍ଦୀ ଚରଣ ସ୍ୱାଇଁ ନାମକ ଜଣେ ବ୍ୟକ୍ତି କହିଛନ୍ତି ,"ବାଲିଯାତ୍ରା ପାଇଁ ଯେଉଁ ଶୌଚାଳୟ କରାଯାଇଛି, ତାହା ପର୍ଯ୍ୟାପ୍ତ ନୁହେଁ । ଆହୁରି ଶୌଚାଳୟର ଆବଶ୍ୟକତା ରହିଛି । ଶୌଚାଳୟ ଗୁଡିକ ସଫାସୁତୁରା ନାହିଁ । ଅସ୍ୱାସ୍ଥ୍ୟକର ପରିବେଶ ରହିଛି । ଶୌଚାଳୟରେ ଆବଶ୍ୟକତା ଅନୁସାରେ ପାଣି ବି ନାହିଁ ।"

ଏହା ମଧ୍ୟ ପଢନ୍ତୁ ...ବାଲିଯାତ୍ରାରେ ବଲିଉଡ ଗାୟକ ସୁରେଶ ୱାଡକର, ଓଡ଼ିଆ ଗୀତରେ ଦର୍ଶକଙ୍କ ମନ ମୋହିଲେ

ଏହା ମଧ୍ୟ ପଢନ୍ତୁ ...ପିଲାଦିନ ସ୍ମୃତି ସାଉଁଟୁଛି ବାଲିଯାତ୍ରା ପଡ଼ିଆ, ମନ କିଣୁଛି ବେଙ୍ଗ ବାଜାକୁ ମାଙ୍କଡ଼ ଡିଆଁ ଖେଳନା

ଏହା ମଧ୍ୟ ପଢନ୍ତୁ ...ବାଲିଯାତ୍ରା ଷଷ୍ଠ ସନ୍ଧ୍ୟା; ଦୀପ୍ତିରେଖାଙ୍କ ଗୀତରେ ମତୁଆଲା ଦର୍ଶକ

ଏମିତି କହିଲେ ସିଏମସି କମିଶନ:

ଏନେଇ ସିଏମସି କମିଶନର ଅନାମ ପାତ୍ର କହିଛନ୍ତି,"ସ୍ୱତନ୍ତ୍ର ଟେଣ୍ଡର ମାଧ୍ୟମରେ ଜାଗୃତି ନାମକ ଏକ ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଛି ।ଏହି ଏଜେନ୍ସି ଉଭୟ ପଡ଼ିଆରେ ୨୪ ଘଣ୍ଟିଆ ପରିମଳ ଦାୟିତ୍ୱ ଜାରି ରଖିଛି । ୩ଟି ସିଫ୍ଟରେ ୨୦୦ ଲେଖାଏଁ ଲୋକ କାର୍ଯ୍ୟ କରୁଛନ୍ତି । ଏହା ଛଡା ବାଲିଯାତ୍ରା ପଡ଼ିଆରେ ୨୫୦ ଶୌଚାଳୟର ବ୍ୟବସ୍ଥା କରାଯାଇଛି ।ଏହାର ରକ୍ଷଣାବେକ୍ଷଣ ପାଇଁ ଆଶା ଏବଂ NGOକୁ ଦାୟିତ୍ୱ ଦିଆଯାଇଛି ।ଏକ ଘଣ୍ଟା ବ୍ୟବଧାନରେ ଶୌଚାଳୟ ଗୁଡିକ ସଫା ସୁତରା କରାଯାଉଛି ।"

ସେ ଆହୁରି ମଧ୍ୟ କହିଛନ୍ତି,"ପିଇବା ପାଣି ଯୋଗାଇବା ପାଇଁ ୱାଟକୋ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଷ୍ଟଲର ପ୍ରତ୍ୟକ ଲାଇନରେ ପାଇପ ଯୋଗେ ପଡ଼ିଆର ବିଭିନ୍ନ ସ୍ଥାନରେ ପିଇବା ପାଣିର ସୁବିଧା କରାଯାଇଛି । ସିନଟେକ୍ସ ଟାଙ୍କି ସହ ଟ୍ୟାଙ୍କରର ବ୍ୟବସ୍ଥା କରାଯାଇଛି ।ଯେଉଁ ଟଏଲେଟର ବ୍ୟବସ୍ଥା କରାଯାଇଛି । ସେଠାରେ ଲୋକମାନେ ଗାଧୁଆ ପାଧୁଆ କରିବା କଥା । ଯେଉଁମାନେ ଯାତ୍ରାକୁ ଆସୁଛନ୍ତି ସେମାନେ ଏତେ ଅଭ୍ୟସ୍ତ ନୁହଁନ୍ତି । ଶୌଚାଳୟକୁ ନଯାଇ ସେମାନେ ଖୋଲା ସ୍ଥାନରେ ମଳତ୍ୟାଗ କରୁଛନ୍ତି ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.