ETV Bharat / state

ସାବଧାନ ! ପରୀକ୍ଷା କେନ୍ଦ୍ରରେ ରହିବ AI ନଜର, ଏହି ନିୟମ ଉଲଙ୍ଘନ କଲେ ଜାଣିଦେବ ବୋର୍ଡ

author img

By ETV Bharat Odisha Team

Published : Feb 19, 2024, 6:46 PM IST

Updated : Feb 19, 2024, 8:01 PM IST

ETV Bharat Exclusive, Interview with BSE Odisha Chairman: ଏଥର ମାଟ୍ରିକ ପରୀକ୍ଷାରେ ବିଶୃଙ୍ଖଳାର ସ୍ଥାନ ନାହିଁ । ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ସମେତ ଇନଭିଜିଲେଟର ଓ ନିୟୋଜିତ ସମସ୍ତ କର୍ମଚାରୀଙ୍କ ଉପରେ AI ସହାୟତାରେ ନଜର ରଖିବ ବୋର୍ଡ । ଏନେଇ ETV BHARAT ସହ ସ୍ବତନ୍ତ୍ର ଭାବେ ଆଲୋଚନା କରିଛନ୍ତି ବୋର୍ଡ ସଭାପତି । ଅଧିକ ପଢ଼ନ୍ତୁ

Interview with BSE Odisha Chairman
Interview with BSE Odisha Chairman
Interview with BSE Odisha Chairman

କଟକ: ବିଶୃଙ୍ଖଳା ହୋଇଯାଆନ୍ତୁ ସାବଧାନ ! ଏଣିକି ମାଟ୍ରିକ ପରୀକ୍ଷାରେ ରହିବ AI ନଜର । ବିଶୃଙ୍ଖଳା ରୋକିବା ପାଇଁ ହେବ AI ବ୍ୟବସ୍ଥା । ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ସମେତ ଇନଭିଜିଲେଟର ଓ ନିୟୋଜିତ ହୋଇଥିବା ସମସ୍ତ କର୍ମଚାରୀଙ୍କ ଉପରେ AI ସହାୟତାରେ ନଜର ରଖିବ ବୋର୍ଡ । ବିଶେଷକରି କପି ରୋକିବା ସହ ପ୍ରଶ୍ନପତ୍ର ଭାଇରାଲକୁ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛି ବୋର୍ଡ । 9ଟି ମୁଖ୍ୟ ଦିଗକୁ ଗୁରୁତ୍ବ ଦେଇଛି ବୋର୍ଡ । ଦେଶର ପ୍ରଥମ ବୋର୍ଡ ଭାବେ BSE ବ୍ୟବହାର କରିବ AI ।

AI ପାଇଁ ଧାର୍ଯ୍ୟ ହୋଇଛି 8ଟି ପାରାମିଟର । ଏହି 8 ପାରାମିଟର ମଧ୍ୟରୁ କିଛି ଯଦି କୌଣସି କେନ୍ଦ୍ରରେ ଉଲ୍ଲଙ୍ଘନ ହୁଏ, ତେବେ ବୋର୍ଡ ଜାଣି ପାରିବ । AI ଏହାର ସୂଚନା ତୁରନ୍ତ ବୋର୍ଡ ନିକଟରେ ପହଞ୍ଚାଇବ । କୌଣସି ପରୀକ୍ଷା କେନ୍ଦ୍ରରେ କୌଣସି ବ୍ୟତିକ୍ରମ ଦେଖାଗଲେ ଏହାକୁ ଚିହ୍ନଟ କରି କଣ୍ଟ୍ରୋଲ ରୁମକୁ ଆଲର୍ଟ ଦେବ AI । ଏହା ସାଇରନ ମଧ୍ୟ ବଜାଇବ । ଯାହା ଫଳରେ ବୋର୍ଡ କର୍ତ୍ତୃପକ୍ଷ ବୋର୍ଡ କାର୍ଯ୍ୟାଳୟରେ ବସି ସୂଚନା ପାଇ ପାରିବେ । ତେବେ କଣ ଏହି 8 ପାରାମିଟର ? କଣ ଉଲ୍ଲଙ୍ଘନ କଲେ ଠାବ କରିବ AI ? ଜାଣନ୍ତୁ...

  1. ପରୀକ୍ଷା କେନ୍ଦ୍ରଗୁଡିକର ଫାଟକ ଉଭୟ ପ୍ରବେଶ ଏବଂ ପ୍ରସ୍ଥାନରେ ବାରମ୍ବାର ଚଳପ୍ରଚଳ ହେଲେ ଠାବ କରିବ AI
  2. ପରୀକ୍ଷା କେନ୍ଦ୍ର ଭିତରେ ଡେସ୍କ ଓ ବେଞ୍ଚ ବ୍ୟବସ୍ଥିତ ନଥିଲେ ବି ଧରିବ AI
  3. କେନ୍ଦ୍ରରେ ଲାଗିଥିବା ସିସିଟିଭି ଟାମ୍ପର ଓ ଅଫ୍‌ଲାଇନ ହେଲେ ଧରିବ AI
  4. ଯଦି ଇନଭିଜିଲେଟର ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ପରୀକ୍ଷା ହଲରେ ନବୁଲନ୍ତି, ଅର୍ଥାତ ଗୋଟିଏ ସ୍ଥାନରେ ବସି ରୁହନ୍ତି, ତେବେ ଠାବ କରିବ AI
  5. ପ୍ରଶ୍ନପତ୍ର ଖୋଲିବା ସମୟରେ ରୁମରେ ଧାର୍ଯ୍ୟ ଲୋକଙ୍କ ଠାରୁ ଅଧିକ ଲୋକ ରହିଲେ ଧରିବ AI
  6. ପରୀକ୍ଷା ହଲ ଭିତରେ ବିଶୃଙ୍ଖଳା ହେଲେ ଅର୍ଥାତ ଗଣ୍ଡଗୋଳ, ଭିଡ଼ ଆଦି ହେଲେ ଧରିବ AI
  7. ପରୀକ୍ଷା କେନ୍ଦ୍ରରେ ଅନଧିକାର ପ୍ରବେଶକାରୀଙ୍କୁ ମଧ୍ୟ ଧରିବ AI
  8. ଦୀର୍ଘ ସମୟ ଧରି ସିସିଟିଭି ଅକାମୀ ରହିଲେ AI ଠାବ କରିବ

ଏହା ମଧ୍ୟ ପଢ଼ନ୍ତୁ...କପି ଉପରେ କଡ଼ା ନଜର, ମାଟ୍ରିକ ପରୀକ୍ଷାରେ ବ୍ୟବହୃତ ହେବ AI କ୍ୟାମେରା

ତେବେ ଏହି 8 ନିୟମ ମଧ୍ୟରୁ ଯଦି କୌଣସି ନିୟମ ଉଲ୍ଲଙ୍ଘନ ହୋଇଥିବା ଜଣାପଡେ, ତେବେ ବୋର୍ଡ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏନେଇ ବୋର୍ଡ ସଭାପତି ETV BHARAT ସହ ଆଲୋଚନା ବେଳେ ପ୍ରତିକ୍ରିୟା ରଖିଛନ୍ତି । ଏନେଇ ସଭାପତିଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ନାରାୟଣ ସାହୁ...

ଇଟିଭି ଭାରତ, କଟକ

Last Updated : Feb 19, 2024, 8:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.