ଭୁବନେଶ୍ବର: ଦେଶରେ ଠକେଇର ବଡ଼ ରାକେଟ୍। ଚେକ୍ ନକଲ କରି ବ୍ୟାଙ୍କରୁ କାଢିନେଉଛନ୍ତି ଟଙ୍କା। ସାମ୍ନାକୁ ଆସିଲା ଚେକ୍ କ୍ଲୋନିଂ ରାକେଟର କାରସାଦି। ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲାପରିଷଦଙ୍କ ଆକାଉଣ୍ଟରୁ ସାଢେ ୯ କୋଟି ଠକେଇ ମାମଲାରେ ମଧ୍ୟପ୍ରଦେଶରୁ ଜଣେ ଠକକୁ ଗିରଫ କରିଛି ଇଓଡବ୍ଲୁ । ଅଭିଯୁକ୍ତ ଜଣଙ୍କ ନାଁ ପୋମେଶ ତାମ୍ବେରେ ଓ ସେ ମଧ୍ୟପ୍ରଦେଶର ବାସିନ୍ଦା ହୋଇଥିବା ଜଣାପଡିଛି। ସେ ନକ୍ସଲ ଇଲାକାରେ ଲୁଚିଥିବାବେଳେ ଇଓଡବ୍ଲୁ ଗିରଫ କରି ଓପିଆଇଡି କୋର୍ଟକୁ ଚାଲାଣ କରିଛି।
![Cheque Cloning](https://etvbharatimages.akamaized.net/etvbharat/prod-images/30-04-2024/od-bbs-01-cheque-clone-racket-arrested-avb-7203832_29042024152529_2904f_1714384529_74.jpg)
![Cheque Cloning](https://etvbharatimages.akamaized.net/etvbharat/prod-images/30-04-2024/od-bbs-01-cheque-clone-racket-arrested-avb-7203832_29042024152529_2904f_1714384529_702.jpg)
ଏହା ବି ପଢନ୍ତୁ...ନିଯୁକ୍ତି ଆଳରେ ସାଇବର ଠକେଇ, ଆକାଉଣ୍ଟ ଜାଲିଆତି କରି ୩ ଠକ ଗିରଫ - Online Job Fraud Racket
ଗିରଫ ପରେ ତାକୁ ବାରିପଦା ଓପିଆଇଡି କୋର୍ଟରେ ହାଜର କରାଯାଇଛି। ତେବେ ଇଓଡବ୍ଲୁ ଏସପି କହିଛନ୍ତି, "ସେମାନେ ଏକ ରାକେଟ ଚଳାଉଛନ୍ତି। ପ୍ରତିପତିଶାଳୀଙ୍କ ଆକାଉଣ୍ଟରେ ଥିବା ଟଙ୍କାକୁ ଏମାନେ ଟାର୍ଗେଟ କରୁଛନ୍ତି। ପରେ ଏକ ନକଲି ଚେକ୍ ତିଆରି କରି ଠକେଇ କରୁଛନ୍ତି । ଏହିପରିଭାବେ ଛତିଶଗଡ,ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡି଼ଶାରେ ଦୀର୍ଘ ୪ବର୍ଷ ଧରି ଏଭଳି ବଡ଼ ବଡ଼ ଆକାଉଣ୍ଟରେ ଥିବା ଟଙ୍କାକୁ ବିଭିନ୍ନ ନକଲି ଚେକ୍ ଜରିଆରେ ନେଇ ଅନ୍ୟ ଆକାଉଣ୍ଟକୁ ଟ୍ରାନସ୍ଫର କରିଥିବା ଜଣାପଡ଼ିଛି । ତଦନ୍ତବେଳେ EOW ଏହି ନେଟୱାର୍କ ବିଷୟରେ ଜାଣିବା ପରେ ଏହା କିଭଳି ଅପରେଟ ହେଉଛି ଜାଣିବା ପାଇଁ ଚେଷ୍ଟା ଜାରି ରଖିଛି। ଏନେଇ ୧୩ଲକ୍ଷ ୫୬ହଜାର ୯୪୮ଟଙ୍କା ଫ୍ରିଜ କରାଯାଇଥିବାବେଳ ୩୩ଟି ଆକାଉଣ୍ଟ ମଧ୍ୟ ସିଜ କରାଯାଇଛି।
ଇଟିଭି ଭାରତ, ଭୁବନେଶ୍ବର