ETV Bharat / state

ରାୟଗଡାରେ ହାତୀ ଉପଦ୍ରବ, ରାତି ଅଧରେ ଗାଁରେ ପଶି ଦଳିଲେ ଫସଲ - Elephant terror in Rayagada

author img

By ETV Bharat Odisha Team

Published : May 18, 2024, 12:19 PM IST

Elephant terror in Rayagada: ରାତି ଅଧରେ ଗାଁକୁ ପସିଲେ ହାତୀପଲ । ଫସଲ ନଷ୍ଟ କରିବା ସହିତ ଭାଙ୍ଗିଲେ ସୋଲର ସିଷ୍ଟମ୍ । ଅଧିକ ପଢନ୍ତୁ

Elephant terror in Rayagada
Elephant terror in Rayagada (ETV Bharat Odisha)

ରାୟଗଡା: ପୁଣି ଜିଲ୍ଲାରେ ହାତୀ ଉପଦେରବ । କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନିୟମଗିରି ଓ ଆଖପାଖ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ୮ ଜଣିଆ ହାତୀପଲ ବ୍ୟାପକ ଭଙ୍ଗାରୁଜା କରିବା ସହ କ୍ଷୟକ୍ଷତି କରିଥିବା ଜଣାପଡିଛି । ବୁଧବାର ରାତିରେ ପାର୍ଲିବେଢ଼ା ଓ ସରାଟି ଗ୍ରାମରେ ୮ଜଣିଆ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଏହି ହାତୀପଲରେ ଦୁଇଟି ଦନ୍ତା ଓ ଦୁଇଟି ଛୁଆ ହାତୀ ରହିଥିବା ଜଣାପଡ଼ିଛି । କିନ୍ତୁ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚୟତ ବାରିଆ ପଡ଼ା, ଶିକ ପଦର, ଶରାଟି ଓ ପାର୍ତ୍ତିବେଡ଼ା ଗ୍ରାମରେ ମାସ ତମାମ କଳାହାଣ୍ଡିଆ ହାତୀ ପଲ ଘୁରି ବୁଲୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ଉକ୍ତ ଅଞ୍ଚଳରେ ଆମ୍ବ, ପଣସ, କଦଳୀ, ସପୁରୀ, ସଲପ ଗଛ, ଥିବାରୁ ହାତୀମାନେ ଏହି ଅଞ୍ଚଳ ଛାଡି ଯାଉ ନାହାନ୍ତି । କଲ୍ୟାଣସିଂହପୁର ରେଞ୍ଜରେ ହାତୀ ସ୍କ୍ୱାର୍ଡରେ ମାତ୍ର ତିନି ଜଣ ଥିବାରୁ ସେମାନେ ମଧ୍ୟ ଭୟଭିତ ହୋଇ ହାତୀମାନଙ୍କୁ ରୋକି ପାରୁ ନାହାନ୍ତି । ଏହାରି ଭିତରେ ଗତ ରାତିରେ ଶାରଟି ଗ୍ରାମରେ ନଡ଼ିଆ, କଦଳୀ ଆମ୍ବ ଭାଙ୍ଗି ଦେଇ ପାର୍ତ୍ତିବେଡ଼ା ଗ୍ରାମକୁ ପହଞ୍ଚି ଥିଲେ ହାତିପଲ । ସେଠାରେ କଦଳୀ ପଣସ, ଆମ୍ବ ଖାଇବା ପରେ ଶୋଷ ହେବାରୁ ପାଣି ପିଇବା ପାଇଁ ପାଇପକୁ ଝିକି ପିଙ୍ଗି ଦେଇ ଥିଲେ । ତେବେ ପାଣି ନ ବହାରିବାରୁ ରାଗି ଯାଇ ସୋଲାର ପ୍ଲେଟ ଗୁଡ଼ାକ ମଧ୍ୟ ଭାଙ୍ଗି ଚୁର୍ ମାର କରିଦେଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ: କଲ୍ୟାଣସିଂହପୁର ଅଞ୍ଚଳରେ ହାତୀ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ

ବର୍ତ୍ତମାନ ଉକ୍ତ ଗ୍ରାମରେ ପିଇବା ପାଣି ପାଇଁ ଡହଳ ବିଳକ ହୋଉଥିବା ଗ୍ରାମ ବାସୀ କହିଛନ୍ତି, "ଯେହେତୁ ଗୋଟିଏ ନଳ କୂପ ସହ ଗୋଟିଏ ସୋଲାର ବୋର ଉପରେ ଗ୍ରାମର ଲୋକେ ନିର୍ଭର କରୁଥିଲେ, କିନ୍ତୁ ନଳ କୂପ ଘଣ୍ଟା ଘଣ୍ଟା ଧରି ମାରିବା ପରେ ମଧ୍ୟ ଲୁହା ପଥର ଗୁଣ୍ଡ ପାଣି ବାହାରୁ ଥିବାରୁ ପାଣି ପିଇବାକୁ ଡହଳ ବିକଳ ହେବାକୁ ପଡୁଛି । ବନ ବିଭାଗର କର୍ମଚାରୀମାନେ ପହଞ୍ଚି ହାତୀ ବାହାରିଥିବା ଅଞ୍ଚଳରେ ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି । ନିୟମଗିରି ପାହାଡ଼ ଅଞ୍ଚଳରେ ଓ ଏହାକୁ ଲାଗିଥିବା ପଲମା, ସୁନାଖଣ୍ଡି, ପାର୍ସାଲି, ପୂଜାରୀଗୁଡ଼ା, ସିଙ୍ଗାରି ପଞ୍ଚାୟତରେ ହାତୀ ଉପଦ୍ରବ ‌ ବଢ଼ିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଲୋକମାନେ ଯାହାଫଳରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଅପରପକ୍ଷରେ ବନାଞ୍ଚଳରେ ହାତୀଙ୍କ ଗତିବିଡି କିମ୍ବା ହାତିଙ୍କୁ ଘଉଡାଇବା ପାଇଁ ତାଲିମ ପ୍ରାପ୍ତ କର୍ମଚାରୀ ନିଯୁକ୍ତି ପାଇନଥିବାରୁ ବନ କର୍ମଚାରୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ତେଣୁ ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ସହ ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଗତିବିଧ‌ି ଉପରେ ନଜର ରଖିବାକୁ ଦାବି ହୋଇଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.