ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଗଡି଼ଲା ଇଲେକଟ୍ରିକ ଯାନ। ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ରୋଗୀମାନେ ଯିବା ଆସିବା ପାଇଁ ଆରମ୍ଭ ହୋଇଛି ଏହି ଯାନ। ଓଡି଼ଶା ରାଜ୍ୟ ପଣ୍ୟାଗାର ନିଗମ ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱ ପାଣ୍ଠିରୁ କ୍ୟାପିଟାଲ ହସ୍ପିଟାଲକୁ ୧୧ ଲକ୍ଷ ୯୦ହଜାର ଟଙ୍କା ମୂଲ୍ୟର ଏକ ୧୦ ସିଟ୍ ବିଶିଷ୍ଟ ଇଲେକଟ୍ରିକ ଯାନ ପ୍ରଦାନ କରାଯାଇଛି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସୂଚନା ଦେଇଛନ୍ତି । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଇଲେକଟ୍ରିକ ଯାନ ଉଦଘାଟିତ ହୋଇଛି।
- " class="align-text-top noRightClick twitterSection" data="">
ସୂଚନା ଅନୁଯାୟୀ, ପୋଷ୍ଟ ଗ୍ରାଜୁଏଟ ଅନୁଷ୍ଠାନ ଭାବେ ଘୋଷିତ କ୍ୟାପିଟାଲ ହସ୍ପିଟାଲ ରାଜ୍ୟର ଏକ ପ୍ରମୁଖ ଚିକିତ୍ସାଳୟ। ଯାହା ୨୫ ଏକର ପରିମିତ ଜମିରେ ୭୫୦ ସଂଖ୍ୟା ବିଶିଷ୍ଟ ଶଯ୍ୟା ବିଶିଷ୍ଟ ରହିଛି । ଦୈନିକ ପ୍ରାୟ ୫ ହଜାର ୫୦୦ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରାଯାଉଛି। ବିଶେଷ ଭାବରେ ଏହି ଯାନଟି ହସ୍ପିଟାଲର ବିଭିନ୍ନ ବିଭାଗ ମଧ୍ୟରେ କମ୍ ସମୟରେ ସୁବିଧାରେ ଯିବା ଆସିବା ଦିଗରେ ସହାୟକ ହେବ । ଚିକିତ୍ସା ପାଇଁ ଆସୁଥିବା ରୋଗୀ, ଭିନ୍ନକ୍ଷମ ବ୍ୟକ୍ତି, ଶିଶୁ ଓ ବରିଷ୍ଠ ନାଗରିକମାନଙ୍କୁ ଏହା ସାହାଯ୍ୟ କରିବ। ଏହି ନିଗମ ରାଜ୍ୟର ୩୦ଟି ଜିଲ୍ଲାରେ ୬୮ ଟି ପଣ୍ୟାଗାର ପରିଚାଳନା କରି କୃଷିଜାତ ଦ୍ରବ୍ୟର ବୈଜ୍ଞାନିକ ସଂରକ୍ଷଣ କ୍ଷେତ୍ରରେ ଆନୁସଙ୍ଗିକ ବ୍ୟବସ୍ଥା ପ୍ରଦାନ କରିଆସୁଛି।
ଏହା ମଧ୍ୟ ପଢନ୍ତୁ...କ୍ୟାପିଟାଲ ହସ୍ପିଟାଲରେ ଖୁବ୍ ଶୀଘ୍ର ବର୍ଣ୍ଣ କେୟାର ୟୁନିଟ୍: ନିର୍ଦ୍ଦେଶକ
ଏହା ମଧ୍ୟ ପଢନ୍ତୁ...ସହର ବିକାଶରେ ନୂଆ ମାଇଲଷ୍ଟୋନ; ବିଭିନ୍ନ ସହରରେ ବିକାଶମୂଳକ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
"ଏନେଇ ହସ୍ପିଟାଲକୁ ଆସୁଥିବା ରୋଗୀମାନଙ୍କ କ୍ଷେତ୍ରରେ ଘଟୁଥିବା ଅନେକ ସମସ୍ୟାର ସମାଧାନ ହୋଇପାରିବ" ବୋଲି କହିଛନ୍ତି ମନ୍ତ୍ରୀ। ଏହି ଅବସରରେ ପଣ୍ୟାଗାର ନିଗମର ଅଧ୍ୟକ୍ଷ ମଞ୍ଜୁଶ୍ରୀ ବଢ଼ାଇ, ପରିଚାଳନା ନିର୍ଦେଶକ ଡ଼. ଗଣେଶ୍ୱର ଜେନା, ବିତ୍ତ ପରାମର୍ଶଦାତା ସ୍ମିତାଞ୍ଜଳି ସ୍ୱାଇଁ ମୁଖ୍ୟ ସାଧାରଣ ପ୍ରବନ୍ଧକ ସୁପ୍ରିୟା ସ୍ୱାଇଁ ଏବଂ ସାଧାରଣ ପ୍ରବନ୍ଧକ (ବାଣିଜ୍ୟ) ନବ କିଶୋର ମିଶ୍ରଙ୍କ ସମେତ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡା. ଲଷ୍ମୀଧର ସାହୁ ଆଦି ଉପସ୍ଥିତ ରହିଥିଲେ । ସାମାଜିକ ଦାୟିତ୍ୱ ପାଣ୍ଠିରୁ କ୍ୟାପିଟାଲ ହସ୍ପିଟାଲକୁ ୧୧ ଲକ୍ଷ ୯୦ହଜାର ଟଙ୍କା ମୂଲ୍ୟର ଏକ ୧୦ ସିଟ୍ ବିଶିଷ୍ଟ ଇଲେକଟ୍ରିକ ଯାନ ପ୍ରଦାନକୁ ସବୁ ମହଲରେ ପ୍ରଶଂସା କରାଯାଇଛି । ଏହା ଦ୍ବାରା ବହୁ ରୋଗୀ ଉପକୃତ ହେବେ ।
ଇଟିଭି ଭାରତ, ଭୁବନେଶ୍ବର