ଭଦ୍ରକ/ବୌଦ୍ଧ/ଯାଜପୁର: ଆଜି ଇସଲାମ ଧର୍ମଗୁରୁ ପ୍ରଫେଟ ମହମ୍ମଦଙ୍କ ପବିତ୍ର ଜନ୍ମ ଜୟନ୍ତୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଇସଲାମ ଧର୍ମାବଲମ୍ବୀ ଅତି ଆନନ୍ଦ ଉଲ୍ଲାସର ସହ ଏହି ପର୍ବ ପାଳନ କରୁଛନ୍ତି । ଭଦ୍ରକ ସହରରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଅନୁଷ୍ଠିତ ହୋଇଛି । ଜୁଲୁସ ଶୋଭାଯାତ୍ର ରେ 67 ଟି କାଫେଲା ବାହାରି ଭଦ୍ରକ ସହର ପରିକ୍ରମା କରିବା ନେଇ ପୂର୍ବରୁ ପ୍ରଶାସନିକ ସ୍ତରରେ ସ୍ଥିର କରାଯାଇଛି । ଚଉଖଣ୍ଡିରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ମଲ୍ଲିକ ମଇଦାନଠାରେ ପହଞ୍ଚିବ। ସେଠାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଧର୍ମସଭା ଅନୁଷ୍ଠିତ ହେବ।
ଭଦ୍ରକରେ ଇଦ୍:
ସନ୍ଧ୍ୟା 5 ଟାରେ ଶୋଭାଯାତ୍ରା ଆରମ୍ଭ ହୋଇ ରାତି 12 ଭିତରେ ଶୋଭାଯାତ୍ରା ଶେଷ କରିବାକୁ ଏସପି ଅନୁରୋଧ କରିଛନ୍ତି । ଏହି ଶୋଭାଯାତ୍ରା ସମୟରେ ଡିଜେ ନ ବାଜିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ, ମୁସଲିମ ଜମାତ ଏବଂ ସ୍ଥାନୀୟ ସର୍ଦ୍ଦାରମାନଙ୍କ ତରଫରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ତେଣୁ ଏହି ଉତ୍ସବକୁ ନେଇ ଭଦ୍ରକ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗତକାଲି (ରବିବାର) ଭଦ୍ରକ ଶନି ମନ୍ଦିର ନିକଟରୁ ପୋଲିସ ପକ୍ଷରୁ ଫୋର୍ସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା । ଏହା ନୂଆ ବଜାର, କୁଆଁସ, ଚନ୍ଦନ ବଜାର, ପୁରୁଣା ବଜାର, କଚେରୀ ଛକ ଦେଇ ସହର ପରିକ୍ରମା କରିଥିଲା । ଏଥିରେ ସିଟି ଡିଏସପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ସାମିଲ ହୋଇଥିଲେ । ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୋଲିସ ପକ୍ଷରୁ ଏହି ଫ୍ଳାଗ ମାର୍ଚ୍ଚ ହୋଇଛି। ଡ୍ରୋନ କ୍ୟାମେରା, ଭିଡିଓ ଗ୍ରାଫି, ଫୋଟଗ୍ରାଫି, ମୋବାଇଲ ପେଟ୍ରୋଲିଂ ସହ ବିଭିନ୍ନ ସ୍ଥାନରେ ଷ୍ଟାଟିକ ମୁତୟନ କରାଯାଇଛି ବୋଲି ସୂଚନା ମିଳିଛି। ପୋଲିସ ପକ୍ଷରୁ ସାଇବର ସେଲ ମଧ୍ୟ ହୋଇଛି ।
ବୌଦ୍ଧରେ ସଦଭାବନ ସଭା:
ବୌଦ୍ଧରେ ସଦଭାବନା ଶୋଭାଯାତ୍ରାରେ ନଗର ପରିକ୍ରମା ସହିତ ଭାଇଚାରାର ବାର୍ତ୍ତା ପ୍ରଚାର କରାଯାଇଛି । ମହମ୍ମଦଙ୍କ ଜନ୍ମ ଦିବସରେ ଆଜି ମୁସଲମାନ ଧର୍ମର ଭାଇଭଉଣୀମାନେ ଜିଲ୍ଲା ସଦରମହକୁମାଠାରେ ଏକ ସଦଭାବନା ଶୋଭାଯାତ୍ରା ମାଧ୍ୟମରେ ସହର ପରିକ୍ରମା କରିଥିଲେ । ମହମ୍ମଦଙ୍କ ବାଣୀ ପ୍ରଚାର ସହିତ ଧରାପୃଷ୍ଠରେ ଭାଇଚାରା ଓ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତେ କାମନା କରିଥିଲେ ।
ଏହା ବି ପଢନ୍ତୁ...ଇଦ-ଉଲ-ଜୁହା ପର୍ବ, ଭଦ୍ରକର ବିଭିନ୍ନ ମସଜିଦରେ ସମୂହ ନମାଜ ପାଠ - Eid al Adha 2024 Celebartion |
ଯାଜପୁରରେ ଇଦ ମିଲାଦ ଉନ୍ ନବି:
ଇଦ ମିଲାଦ-ଉନ୍ -ନବି ପର୍ବର ପର୍ବ ଉପଲକ୍ଷେ ବ୍ୟାସନଗର ମୁସଲିମ ସମ୍ପ୍ରଦାୟ ପକ୍ଷରୁ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ୟାସନଗର ପୌର ପରିଷଦ ଅଞ୍ଚଳରେ ବସବାସ କରୁଥିବା ମୁସଲମାନ ଭାଇ ଭଉଣୀମାନେ ଗଣେଶ ବଜାର ନିକଟରେ ଏକଜୁଟ ହେଇ ଏକ ବିରାଟ ଶୋଭାଯାତ୍ରା ବାହାରି ପୁରା ସହର ପରିକ୍ରମା କରିଛନ୍ତି l ଏଥିସହିତ ମହାପୁରୁଷ ମହମ୍ମଦଙ୍କ ନୀତି ଆଦର୍ଶ ସମ୍ପର୍କରେ ଲୋକଙ୍କୁ ସଚେତନତା କରାଇଛନ୍ତି l
ଇଟିଭି ଭାରତ, ଭଦ୍ରକ/ବୌଦ୍ଧ/ଯାଜପୁର