ETV Bharat / state

ଅସଲି ନାଁରେ ନକଲି ମଦ, ପିଇଲେ ନିଶା ହେବନି ! - Duplicate liquor seized - DUPLICATE LIQUOR SEIZED

Duplicate liquor seized: ନାଁ ଅସଲି । କିନ୍ତୁ ମଦ ନକଲି । କଟକରେ ନକଲି ମଦ ବିକ୍ରି ଚାଲିଥିବା ବେଳେ ଚଢାଉ କଲା ଅବକାରୀ ଟିମ୍‌ । ଜାଣନ୍ତୁ ପୂରା ଖବର ।

Duplicate liquor
Duplicate liquor (ETV Bharat Odisha)
author img

By ETV Bharat Odisha Team

Published : Sep 26, 2024, 7:23 PM IST

କଟକ: ସିଲଭର ସିଟିରେ ନକଲି ରାଜ । ଯେମିତି ନକଲି ହବ୍‌ ପାଲଟିଗଲାଣି କଟକ । କେତେବେଳେ ନକଲି ଚା’ ତ କେତେବେଳେ ଡାଲି । ପୁଣି କେତେବେଳେ ନକଲି କ୍ଷୀର । ତେବେ ନକଲି କ୍ଷୀର ମିଳିବାର କେଇଟା ଦିନ ନବିତୁଣୁ ମିଳିଲା ନକଲି ମଦ । ଅସଲି ନାଁରେ ବିକ୍ରି ଚାଲିଥିଲା ପାଣି ମିଶା ମଦ । ଅବିକଳ ମଦ ଭଳି ଲାଗୁଥିଲେ ମଧ୍ୟ ତାହା ନକଲି ଥିଲା । ଯାହାକୁ ଆଜି ରେଡ଼ କରିବା ସହ 5 ଜଣଙ୍କୁ ଅଟକ ରଖିଛି କଟକ ଅବକାରୀ ଟିମ ।

ନକଲି ମଦ ଜବତ:

ଅସଲି ନାଁରେ ନକଲି ମଦ (ETV Bharat Odisha)

କଟକ ଅବକାରୀ ବିଭାଗକୁ ବଡ଼ ସଫଳତା । କଟକରେ ନକଲି ମଦ ଠାବ । ପାଣି ମିଶା ହୋଇ ହେଉଥିଲା ବିକ୍ରି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଖବର ପାଇ ଏକ ବାର ଉପରେ ଅବକାରୀ ବିଭାଗ କରିଛି ଚଢ଼ାଉ । ବାରରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଛି ଅବକାରୀ ଟିମ l ଆଜି(ଗୁରୁବାର) ସକାଳୁ ଅବକାରୀ ବିଭାଗର 10ଜଣିଆ ଟିମ ଏକ ବାର ମାଲିକଙ୍କ ଘର ଭଦ୍ରେଶ୍ବର ଥାନା ପ୍ରହରାଜ ପୁର ଠାରେ ଚଢ଼ାଉ କରି ନକଲି ବିଦେଶୀ ମଦ ସହିତ ବ୍ୟବହୃତ ହେଉଥିବା ବୋତଲ ଲୋଗକୁ ଜବତ କରିଛି ଟିମ ।

ନିଶ୍ଚିନ୍ତକୋଇଲିରେ ଚଢାଉ 5 ଅଟକ:

Duplicate liquor
Duplicate liquor (ETV Bharat Odisha)

ଏହାବ୍ୟତୀତ ନିଶ୍ଚିନ୍ତକୋଇଲିରେ ଥିବା ଏକ ବାର ଉପରେ ଚଢ଼ାଉ କରି ବିପୁଳ ପରିମାଣ ଲକ୍ଷାଧିକ ଟଙ୍କାର ନକଲି ବିଦେଶୀ ମଦ ଜବତ କରିବା ସହିତ 5ଜଣଙ୍କୁ ଅଟକ ଅବକାରୀ ବିଭାଗ । ଏଥିରେ ବାରର କର୍ମଚାରୀ ଏବଂ ଘରେ ପ୍ରସ୍ତୁତ କରୁଥିବା ଯୁବକଙ୍କ ମଧ୍ୟ ସମ୍ପୃକ୍ତ ରହିଛନ୍ତି । ଏଥିରେ ଵ୍ୟବହୃତ ହେଉଥିବା 3ଟି ସ୍କୁଟିକୁ ମଧ୍ୟ ଜବତ କରିଛି ଅବକାରୀ ବିଭାଗ । ତାହା ସହ ଅଧିକ ତଦନ୍ତ ଚଳାଇଛି ଅବକାରୀ ବିଭାଗର 10ଜଣିଆ ଟିମ l ଭୁବନେଶ୍ବରରେ ଏକ ବଡ଼ ନକଲି ମଦ ବାର ଉପରେ ଚଢ଼ାଉ ପରେ ଆଜି କଟକରେ ସମାନ ଢଙ୍ଗରେ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ପ୍ରମାଣ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ:

Duplicate liquor
Duplicate liquor (ETV Bharat Odisha)

ଏନେଇ ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରି କହିଛନ୍ତି, ‘ଏହି ବାରରେ ଦୀର୍ଘଦିନ ହେବ ନକଲି ମଦ ବ୍ୟବସାୟ ଚାଲିଥିଲା । ପାଣି ମିଶାଇ ମଦ ତିଆରି କରାଯାଉଥିଲା । ଆଜି ଖବର ପାଇ ଅବକାରୀ ଟିମ ଏହି ବାର ଉପରେ ରେଡ଼ କରିବା ସମୟରେ ନିକଟସ୍ଥ ଦୁଇଟି ଘରରୁ ବିପୁଳ ପରିମାଣର ନକଲି ମଦ ଜବତ କରାଯାଇଛି । ଏହି ଘଟଣାରେ 5 ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି । ଯଦି ମାଲିକ ନାଁରେ ନକଲି ମଦ ବିକ୍ରି ଅଧିକ ପ୍ରମାଣ ମିଳେ ପ୍ରଥମେ ତାଙ୍କର ଲାଇସେନ୍ସ ରଦ୍ଦ କରିବା ସହ ତାଙ୍କ ବିରୁଦ୍ଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।’

Duplicate liquor
Duplicate liquor (ETV Bharat Odisha)

ସୂଚନା ଥାଉକି, ଗତ 23ରେ ଜଗତପୁର ଥାନା ଆତୋଡା ନକଲି କ୍ଷୀର କମ୍ପାନୀରେ ଚଢାଉ କରିଥିଲା ପୋଲିସ । କ୍ଷୀରରେ କାଷ୍ଟିଂ ପାଉଡର ଓ ଲୁଣ ମିଶ୍ରଣ ଭଳି ଅନେକ ରାସାୟନିକ ଗୁଣ୍ଡ ମିଶାଯାଇ କ୍ଷୀର ପ୍ରସ୍ତୁତ କରାଯାଉଥିଲା । ପୋଲିସ ଚଢାଉ କରି କମ୍ପାନୀକୁ ସିଲ୍‌ କରିଥିଲା । ନକଲି କ୍ଷୀର ଧରାଯିବାର ଦିନ କେଇଟା ନ ହେଉଣୁ ପୁଣି ନକଲି ମଦ ଜବତ ହେବା ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ମଧ୍ୟ ପଢନ୍ତୁ:

କ୍ଷୀର ପିଉଥିଲେ ସାବଧାନ ! ଅପମିଶ୍ରିତ ନକଲି କ୍ଷୀର ଜବତ

ଟଙ୍କା ନେଉଥିଲେ ଅସଲି ବ୍ରାଣ୍ଡର, ବିକୁଥିଲେ ପାଣି
ଅସଲି ବିଦେଶୀ ବ୍ରାଣ୍ଡରେ ନକଲି ମଦ, ଗଞ୍ଜାମରୁ ଆନ୍ଧ୍ର ଯାଏଁ ଲମ୍ବିଛି ଚେର

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.