ETV Bharat / state

ରାଉରକେଲାରେ ନକଲି ବିଦେଶୀ ମଦ ଜବତ, ୩ ବେପାରୀ ଗିରଫ - Duplicate Foreign Liquor Seized

Duplicate Liquor Seized: ରାଉରକେଲାରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ । ଅଟୋରେ ମଦ ଚୋରା ଚାଲାଣ କରୁଥିବା ବେଳେ ୩ ମଦ ବେପାରୀଙ୍କୁ ବାନ୍ଧିଲା ପୋଲିସ ।

Etv Bharat
Etv Bharat
author img

By ETV Bharat Odisha Team

Published : Mar 18, 2024, 1:37 PM IST

ରାଉରକେଲାରେ ନକଲି ବିଦେଶୀ ମଦ ଜବତ, ୩ ବେପାରୀ ଗିରଫ

ରାଉରକେଲା: ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ । ଅଟୋରେ ମଦ କାରବାର ଚାଲୁଥିବା ବେଳେ ଅବକାରୀ ବିଭାଗର ଚଢାଉ କରିଥିଲା । ଫଳରେ ଏହି ମାମଲାରେ ୩ଜଣ ମଦ ବେପାରୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ତିନି ଜଣ ଅଭିଯୁକ୍ତ ହେଉଛନ୍ତି ରାଉରକେଲା ସହରର ସେକ୍ଟର ଦୁଇ ଅଞ୍ଚଳର ରାଜୁ ସାହୁ, ଓମ ବାଘ ଏବଂ ବସନ୍ତ ସାହୁ ।

ସୂଚନା ଅନୁସାରେ, ଅନ୍ୟ ରାଜ୍ୟର ମଦକୁ ଆଣି ଓଡ଼ିଶାରେ ବିକ୍ରି କରୁଥିଲେ ମଦ ବେପାରୀ । ମଦକୁ ଆଣି ଅପମିଶ୍ରିତ କରି ଏହାକୁ ବଟଲିଂ କରି ବେଆଇନ ଭାବେ ବିକ୍ରି କରୁଥିଲେ । ଏହି ମଦ ନକଲି ହୋଇଥିବା ବେଳେ ସେଠାକାର ପ୍ରସ୍ତୁତକର୍ତ୍ତା ଏହାକୁ ନାଇଟ୍ ଗାର୍ଲ ନାମକ ଏକ କମ୍ପାନୀର ଲୋଗୋ ଲଗାଇ ବିକ୍ରି କରୁଥିଲେ । ଆବଶ୍ୟକ ପଡ଼ିଲେ ମଦ ବାସ୍ନା ହେଉଥିବା ଆସେଣ୍ଟ ମଧ୍ୟ ମିଶାଉଥିଲେ । OLA ଅଟୋରେ ଚାଲୁଥିଲା ମଦ ବେପାର । ଯେଉଁ ଅଟୋରେ ଯାତ୍ରୀ ଯାତାୟାତ କରିବା କଥା ସେହି ଅଟୋରେ ଚାଲିଥିଲା ମଦ ବେପାର ।

ଗତକାଲି(ରବିବାର) କୌଣସି ସୂତ୍ରରୁ ଖବର ପାଇ ସେକ୍ଟର-୨ ଅଞ୍ଚଳକୁ ମଦ ନେଇ ବିକ୍ରି କରିବାକୁ ଯାଉଥିବା ବେଳେ ଅବକାରୀ ବିଭାଗ ଚଢାଉ କରିଥିଲା । ଏହି ସମୟରେ ଅବକାରୀ ବିଭାଗ ବିପୁଳ ପରିମାଣର ମଦ ଜବତ କରିବା ସହ ଓଲା ଅଟୋ ଓଡ଼ି ୧୪୪ ୩୭୮୬, ଏକ ମଟରସାଇକେଲ ଓଡ଼ି ୧୪ଏଚ୍ ୧୯୫୦, ମଦ ବୋତଲ ଠିପି, ଲେବଲ, ଖାଲି ବୋତଲ, ନାମିଦାମୀ ବ୍ରାଣ୍ଡର ନକଲୀ ବିଦେଶୀ ମଦ, ଲେବୁଲ, ଇଏଲ ଏବଂ ନକଲି ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ଆଦି ଜବତ କରିଛି । ତେବେ ଏହି ନକଲି ମଦକୁ କେଉଁ ଅଞ୍ଚଳ କିମ୍ବା କେଉଁ ଦୋକାନରେ ବିକ୍ରି କରାଯାଉଛି ସେ ନେଇ ବିଭାଗ ତଦନ୍ତ କରୁଛି ବୋଲି ଅବକାରୀ ବିଭାଗ ସୂଚନା ଦେଇଛି ।

ସୂଚନା ଥାଉ କି, ବର୍ତ୍ତମାନ ରାଉରକେଲା ଅବକାରୀ ଥାନା ଅଞ୍ଚଳରେ ବଢ଼ିବାରେ ଲାଗିଛି ନକଲି ମଦ ବେପାର । ରାଉରକେଲା ସେକ୍ଟର ଅଞ୍ଚଳରେ ଚାଲିଛି ବେଆଇନ ନକଲି ମଦ କାରଖାନା । ବାହାର ରାଜ୍ୟର ମଦକୁ ଚୋରା ଚାଲାଣ କରି ବେଆଇନ ଭାବରେ ଆଣି ଘରେ ଏହାକୁ ପୁଣି ଅପ ମିଶ୍ରିତ କରି ନକଲି ମଦ ତିଆରି କରି ମାର୍କେଟକୁ ସପ୍ଲାଇ କରୁଛନ୍ତି ମଦ ବେପାରୀ । ଯାହାକୁ ପିଇ ଲୋକେ ମୃତ୍ୟୁ ମୁଖରେ ପଡୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନୂଆପଡାରେ ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି ଠାବ, ଦୁଇ ଗିରଫ

ଇଟିଭି ଭାରତ, ସୁନ୍ଦରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.