ETV Bharat / state

ସାମାନ୍ୟ ବଚସାରୁ ହତ୍ୟା, ନିଶାଶକ୍ତ ଯୁବକର ଜୀବନ ନେଲା ମଦ୍ୟପ - Drunk Youth Killed

author img

By ETV Bharat Odisha Team

Published : Mar 28, 2024, 8:54 AM IST

Youth Killed In Rayagada: ରାୟଗଡା ସହରରେ ବୁଧବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସାମନ୍ୟ ବଚସାରୁ ରାୟଗଡ଼ା ସହରର ରାମକୃଷ୍ଣ ନଗର ଠାରେ ଜଣେ ଯୁବକକୁ ଦିନ ଦ୍ବିପ୍ରହରରେ ମଦ କାଚରେ ଭୁସି ଜଣେ ଯୁବକକୁ ହତ୍ୟା କରିଛି । ଅଧିକ ପଢନ୍ତୁ

ସାମାନ୍ୟ ବଚସାରୁ ନେଇ ଯୁବକର ଉନ୍ମୁକ୍ତ କାଣ୍ଡ, କାଚ ବୋତଲରେ ଭୁଷି କଲେ ହତ୍ୟା

ରାୟଗଡା: ମଦ୍ୟପାନ କରି ସାମାନ୍ୟ ବଚସାରୁ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ । କାଚ ବୋତଲରେ ଭୁସି ହତ୍ୟା କଲା ଯୁବକ । ରାୟଗଡା ସହରରେ ବୁଧବାର ଦିନ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ହତ୍ୟାକାଣ୍ଡ ଶିକାର ହୋଇଥିବା ଯୁବକଙ୍କ ନାଁ କ୍ରିଷ୍ଣା କଣ୍ଡାଗରି (୩୦) ଓ ତାଙ୍କ ଘର ରାୟଗଡ଼ା ସହରର ରେଳବାଇ କୋଲୋନୀରେ ବୋଲି ଜଣାପଡିଛି । କ୍ରିଷ୍ଣା କଣ୍ଡାଗରିକୁ ଘାସିରାମ ଝୋଡିଆ ନାମକ ଯୁବକ ହତ୍ୟା କରିଛି ।

ଏହା ମଧ୍ୟ ପଢନ୍ତୁ... ବହୁ ଚର୍ଚ୍ଚିତ ଡାକ୍ତର ଦମ୍ପତି ହତ୍ୟାକାଣ୍ଡ ରାୟ ପ୍ରକାଶ, ୫ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ - Life Imprisonment In Murder Case

ସୂଚନା ଅନୁଯାୟୀ, କ୍ରିଷ୍ଣା କଣ୍ଡାଗିରି ଗତକାଲି(ବୁଧବାର) ମଧ୍ୟାହ୍ନରେ ଝୋଡିଆ ସାହି ଦେଶୀ ମଦ ପିଇବାକୁ ଯାଇଥିଲେ । ସେଠାରେ ଘାସିରାମ ସହିତ କୌଣସି କାରଣରୁ ସାମାନ୍ୟ ବଚସା ହୋଇଥିଲା । ବୁଧବାର ନିଶାସକ୍ତ ଅବସ୍ଥାରେ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ପୁଣି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଘାସିରାମ ନିଜେ ଧରିଥିବା ଏକ ମଦ କାଚ ଭାଙ୍ଗି କ୍ରିଷ୍ଣାଙ୍କ ଶରୀରରେ ଆକ୍ରମଣ କରିଥିଲା । ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହେବା ଫଳରେ ଗୁରୁତର ଆହତ ହୋଇ ତଳେ ପଡ଼ି ଥିବା ବେଳେ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଓ ଆମ୍ବୁଲାନ୍ସ ପହଞ୍ଚି କ୍ରିଷ୍ଣାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣା ସଂପର୍କରେ ଖବର ପାଇ ଏସଡିପିଓ ରଶ୍ମି ରଂଜନ ସେନାପତି ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରିଥିଲେ । ଘଟଣାକୁ ନେଇ ରାୟଗଡ଼ା ଥାନାରେ ଏକ ମାମଲା ରୁଜୁ ହେବା ସହ ଘାସିରାମକୁ ଗିରଫ କରାଯାଇଛି । ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ସେପଟେ ସ୍ଥାନୀୟ ଲୋକେ ରାୟଗଡାରେ ହେଉଥିବା ବେଆଇନ ମଦ ବେପାରକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଏହା ସହ ଅବକାରୀ ବିଭାଗ ଏହା ଉପରେ ନିୟନ୍ତ୍ରଣ ଆଣିଲେ ଯୁବପିଢିଙ୍କୁ ରକ୍ଷା କରାଯାଇପାରିବ ବୋଲି କହିଛନ୍ତି ସ୍ଥାନୀୟ ଲୋକ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.