ETV Bharat / state

ଚାନ୍ଦିପୁରରୁ ଦୂରଗାମୀ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା DRDO - DRDO MISSILE TEST

ଅପରାହ୍ନରେ ହେଲା ପରୀକ୍ଷଣ । ସମସ୍ତ ପାରାମିଟର ସଠିକ୍‌ ଥିବା DRDOର ସୂଚନା । ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ।

ଚାନ୍ଦିପୁରରୁ ଦୂରଗାମୀ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା DRDO
ଚାନ୍ଦିପୁରରୁ ଦୂରଗାମୀ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା DRDO (ETV Bharat odisha)
author img

By ETV Bharat Odisha Team

Published : Nov 13, 2024, 7:44 AM IST

Updated : Nov 13, 2024, 12:21 PM IST

ବାଲେଶ୍ବର: ଚାନ୍ଦିପୁର ସମନ୍ବିତ ପରୀକ୍ଷଣ ଘାଟି (ଆଇଟିଆର)ରୁ ସଫଳତାର ସହ ପରୀକ୍ଷଣ ହେଲା ଦୂରଗାମୀ ଆଟାକ୍‌ କ୍ରୁଜ ମିସାଇଲ୍‌ (LRLACM)। ଗତକାଲି (ମଙ୍ଗଳବାର) ସଂଧ୍ୟାରେ ପ୍ରତିରକ୍ଷା ବିକାଶ ଓ ଗବେଷଣା ସଂସ୍ଥା (ଡିଆରଡିଓ) ପକ୍ଷରୁ ଏହି ପରୀକ୍ଷଣକୁ ସଫଳତାର ସହ ଶେଷ କରାଯାଇଛି । ଏକ ମୋବାଇଲ ଲଞ୍ଚପ୍ୟାଡରୁ ଏହି ପରୀକ୍ଷଣ କରାଯାଇଥିଲା । ଏହି ସମୟରେ ସମସ୍ତ ପାରାମିଟର ସଠିକ ଭାବେ କାମ କରିଥିବା ଓ ପରୀକ୍ଷଣ ସଫଳ ହୋଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି ।

ପରୀକ୍ଷଣ ସମୟରେ ରାଡାର, ଇଲେକ୍ଟ୍ରୋ-ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଏବଂ ଟେଲିମେଟ୍ରି ଉପକରଣ ସମେତ ବିଭିନ୍ନ ସେନସର ମାଧ୍ୟମରେ ଏହି କ୍ଷେପଣାସ୍ତ୍ରର ସଠିକତା ଓ କାର୍ଯ୍ୟଦକ୍ଷତା ଉପରେ ନଜର ରଖାଯାଇଥିଲା । ବର୍ଦ୍ଧିତ କାର୍ଯ୍ୟଦକ୍ଷତା ନିଶ୍ଚିତ କରିବାକୁ ଏହି କ୍ଷେପଣାସ୍ତ୍ରକୁ ଡିଜାଇନ୍ କରାଯାଇଛି । ଏହା ଦୂରଗାମୀ କ୍ଷେପଣାସ୍ତ୍ର ଓ ଏକ ଲମ୍ବା ଦୂରତା ଅତିକ୍ରମ କରି ଶତ୍ରୁର ପୋଷ୍ଟକୁ ଟାର୍ଗେଟ କରିବାରେ ସମ୍ପୂର୍ଣ୍ଣ ସକ୍ଷମ । ପୂର୍ବରୁ ମଧ୍ୟ ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଏକାଧିକ ବଡ ପରୀକ୍ଷଣ କରିସାରିଛି ଡିଆରଡିଓ । କିଛି ପରୀକ୍ଷଣ ବେଳେ ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତର ମଧ୍ୟ କରାଯାଇଥିଲା । କ୍ଷେପଣାସ୍ତ୍ର ଘାଟିର ପ୍ରାୟ 3 କିମି ପରିଧି ମଧ୍ୟରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରିଥିଲା ପ୍ରଶାସନ । ଏଥିପାଇଁ ଡିଆରଡିଓ ପକ୍ଷରୁ ସେମାନଙ୍କୁ କ୍ଷତିପୂରଣ ମଧ୍ୟ ଦିଆଯାଇଥିଲା । ପରୀକ୍ଷଣ ଶେଷ ହେବା ପରେ ସଂଧ୍ୟାରେ ସେମାନେ ଘରକୁ ଫେରିଥିଲେ । ମାତ୍ର ଗତକାଲିର ପରୀକ୍ଷଣ ପାଇଁ ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତରଣ କରିବାର ଆବଶ୍ୟକତା ପଡିନଥିଲା ।

ଏହା ମଧ୍ୟ ପଢନ୍ତୁ:- ଚାନ୍ଦିପୁର ITRରେ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ, ୬ ଗାଁର ୩ ହଜାର ଲୋକ ସ୍ଥାନାନ୍ତରିତ - Missile Test In Chandipur ITR

  • ଶୁଭେଚ୍ଛା ଜଣାଇଲେ ରାଜନାଥ-ନବୀନ

ପରୀକ୍ଷଣ ସଫଳ ହେବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ‘ଡିଆରଡିଓ’ର ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ‘ଡିଆରଡିଓ’ ବୈଜ୍ଞାନିକଙ୍କୁ ‘ଏକ୍ସ’ରେ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି । ଗତକାଲିର ଏହି ପରୀକ୍ଷଣ ସମୟରେ ‘ଡିଆରଡିଓ’ର ବରିଷ୍ଠ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବାଲେଶ୍ବର

Last Updated : Nov 13, 2024, 12:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.