ETV Bharat / state

ଜିଦରେ ପ୍ରାଣୀ ଚିକିତ୍ସକ; ନିଦରେ ସରକାର, ଗ୍ରାମାଞ୍ଚଳରେ ଜଟିଳ ହେଉଛି ପ୍ରାଣୀ ଚିକିତ୍ସା

author img

By ETV Bharat Odisha Team

Published : Feb 10, 2024, 5:22 PM IST

Veterinary Doctors Strike: ଗ୍ରାମାଞ୍ଚଳରେ ବିଗୁଡିଛି ପ୍ରାଣୀ ଚିକିତ୍ସା ସେବା । ରାଜ୍ୟ ସରକାର ପଶୁପାଳକମାନଙ୍କ ସମସ୍ୟା ତୁରନ୍ତ ସମାଧାନ ପାଇଁ ଦାବି ହୋଇଛି ।‌ ଅଧିକ ପଢ଼ନ୍ତୁ

ଗ୍ରାମାଞ୍ଚଳରେ ଜଟିଳ ହେଉଛି ପ୍ରାଣୀ ଚିକିତ୍ସା
ଗ୍ରାମାଞ୍ଚଳରେ ଜଟିଳ ହେଉଛି ପ୍ରାଣୀ ଚିକିତ୍ସା
ଗ୍ରାମାଞ୍ଚଳରେ ଜଟିଳ ହେଉଛି ପ୍ରାଣୀ ଚିକିତ୍ସା

ନିଆଳି: ଗ୍ରାମାଞ୍ଚଳରେ ବିଗୁଡିଛି ପ୍ରାଣୀ ଚିକିତ୍ସା ସେବା । ପ୍ରାଣୀ ଚିକିତ୍ସାକୁ ନେଇ ଚିନ୍ତାରେ ପଶୁପାଳକ । ଗତ ମାସ ୧୮ ତାରିଖରୁ ରାଜ୍ୟରେ ପ୍ରାଣୀ ଚିକିତ୍ସକ ଚାରି ଦଫା ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି । ଫଳରେ ପଶୁପାଳନ କରି ପରିବାର ଗୁଜୁରାଣ ମେଣ୍ଟାଉଥିବା ଚାଷୀମାନେ ଏବେ ସଙ୍କଟରେ ପଡିଛନ୍ତି । ଦୀର୍ଘ ୨୨ ଦିନ ଧରି ଚିକିତ୍ସା ସେବାରୁ ବଞ୍ଚିତ ହୋଇଛନ୍ତି ବିଭିନ୍ନ ଗୃହପାଳିତ ପଶୁ । ଚିକିତ୍ସା ଅଭାବରୁ ଅନେକ ପ୍ରାଣୀ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଯାହାକୁ ନେଇ ପଶୁପାଳକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ତେବେ କଟକ ଜିଲ୍ଲା ନିଆଳି, କଣ୍ଟାପଡ଼ା, ବାରଙ୍ଗ, କଟକ ସଦର ଏବଂ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଓ ବାଲିଅନ୍ତା ବ୍ଲକ ଅଞ୍ଚଳରେ ଲକ୍ଷାଧିକ ଲୋକ କେବଳ ଗୃହ ପାଳିତ ପଶୁପାଳନ କରି ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି । କିନ୍ତୁ ବର୍ତ୍ତମାନ ଗୃହପାଳିତ ପଶୁ ବିଭିନ୍ନ ପ୍ରକାରର ରୋଗରେ ଆକ୍ରାନ୍ତ ହେବା ସହିତ ମୃତ୍ୟୁ ମୁଖରେ ଜୀବନ ଯାଉଛି । ନିକଟରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର ଖୋଲା ରହୁଥିଲେ ମଧ୍ୟ ଚିକିତ୍ସକ ନଥିବାରୁ ଗ୍ରାମାଞ୍ଚଳରେ ପ୍ରାଣୀ ଚିକିତ୍ସା ସେବା ଠପ ହୋଇଯାଇଛି । ଗତ ୧୮ ତାରିଖ ଠାରୁ ଅଦ୍ୟାବଧି ପ୍ରାଣୀ ଚିକିତ୍ସକ ଏବଂ କର୍ମଚାରୀମାନେ ଚାରି ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି । ଗୋମିତ୍ରଙ୍କ ହାତରେ ଏବେ ପ୍ରାଣୀ ଚିକିତ୍ସା ଭାର ନ୍ୟସ୍ତ ରହିଛି । କିନ୍ତୁ ସେମାନେ କେବଳ ଟିକା ଓ ଏଲ.ଆଇ କରିବା ପାଇଁ ନିଯୁକ୍ତ ହୋଇଥିବା ବେଳେ ଅନ୍ୟ ଚିକିତ୍ସା ପାଇଁ ଅକ୍ଷମ ।

ସେପଟେ ଏହି ଘଟଣାକୁ ନେଇ ଯାଦବ ସଂଘ ଗୁରୁତର ଭାବରେ ଗ୍ରହଣ କରିବା ସହିତ ରାଜ୍ୟ ସରକାର ପ୍ରାଣୀ ସେବା ଯୋଗାଇ ନଦେଲେ ଗୋପାଳକମାନେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି । ଆନ୍ଦୋଳନ କାରଣରୁ ଗ୍ରାମାଞ୍ଚଳରେ ପ୍ରାଣୀ ସେବା ବିଗିଡିବା ସହିତ ବ୍ୟାପକ କ୍ଷୟକ୍ଷତି ହେବା ପୂର୍ବରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀମାନଙ୍କ ସମସ୍ୟା ତୁରନ୍ତ ସମାଧାନ ପାଇଁ ଦାବି ହୋଇଛି ।‌

ଏହା ମଧ୍ୟ ପଢ଼ନ୍ତୁ....ଧାରଣାରେ ପ୍ରାଣୀ ଚିକିତ୍ସକ, ସିଡିଭିଓଙ୍କ କାର୍ଯ୍ୟାଳୟ ଘେରାଉ କଲେ ପଶୁପାଳକ

ସୂଚନା ଯୋଗ୍ୟ ଯେ, ପ୍ରାଣୀ ଚିକିତ୍ସକମାନେ ନିଜର ଚାରି ଦଫା ଦାବି ନେଇ କଳା ବ୍ୟାଚ ପରିଧାନ କରି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସେମାନଙ୍କ ଦାବି ଗୁଡିକ ହେଲା, ପ୍ରାଣୀ ଚିକିତ୍ସା ସେବା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତରଣ ଯଥା ୨୪ ଘଣ୍ଟା ସେବା ବ୍ୟବସ୍ଥା, ବିଶେଷଜ୍ଞ ସେବା ବ୍ୟବସ୍ଥା, ଜଟିଳ ରୋଗାକ୍ରାନ୍ତ ପ୍ରାଣୀମାନଙ୍କ ସ୍ଥାନାନ୍ତରଣ ସୁବିଧା, ନିଶୁଳ୍କ ସେବା ଇତ୍ୟାଦି ସହ ଓଡ଼ିଶାର ପ୍ରାଣୀ ଚିକିତ୍ସକମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନଙ୍କ ସହ ସମାନ ପଦୋନ୍ନତି (ଡି.ଏ.ସି.ପି.) ସୁବିଧା ପ୍ରଦାନ, ଓଡ଼ିଶାର ପ୍ରାଣୀ ଚିକିତ୍ସକମାନଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକମାନଙ୍କ ହାରରେ ଏନ.ପି.ଏ ପ୍ରଦାନ ଓ ରାଜ୍ୟରେ ପ୍ରାଣୀ ଗଣନା ଓ ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ଡାକ୍ତର ପଦବୀ ସୃଷ୍ଟି, ଡାକ୍ତର ନିଯୁକ୍ତି ଓ କ୍ୟାଡ଼ର ପୁନଃଗଠନ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.