ETV Bharat / state

ନୟାପଲ୍ଲୀବାସିଙ୍କ ନିଦ ହଜାଇଛି ବୁଲା କୁକୁର: ଯାହାକୁ ପାଇଲେ ତାଙ୍କୁ କାମୁଡିଲେ, ସମାଧାନ ବାଟ କହିଲେ ମେୟର - Dog attack cases Increase

author img

By ETV Bharat Odisha Team

Published : Jul 28, 2024, 9:31 PM IST

Dog attack cases Increase: ନୟାପଲ୍ଲୀ ବ୍ରିଡ଼ କଲୋନୀରେ ବୁଲା କୁକୁରଙ୍କ ଆତଙ୍କରାଜ । ଏକ ମାସ ମଧ୍ୟରେ କୁକୁର କାମୁଡ଼ାର ଶିକାର ହେଲେଣି ୧୦ରୁ ଊର୍ଦ୍ଧ୍ବବ୍ୟକ୍ତି । ସେପଟେ ମେୟର କହିଲେ ,"ବନ୍ଧ୍ୟାକରଣ ଏକ ମାତ୍ର ସମାଧାନର ବାଟ କିନ୍ତୁ ବର୍ଷା ପାଇଁ ବନ୍ଧ୍ୟାକରଣ ବନ୍ଦ ରହିଛି ।" ଅଧିକ ପଢନ୍ତୁ

DOG TERROR INCREASE IN BHUBANESWAR
DOG TERROR INCREASE IN BHUBANESWAR (ETV Bharat Odisha)

ଭୁବନେଶ୍ବର: ରାଜଧାନୀରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ । ଦିନକୁ ଦିନ ଏହି ଦୌରାତ୍ମ୍ୟ ବଢି ଚାଲିଛି । ବୁଲା କୁକୁରଙ୍କ ଆତଙ୍କରେ ଆତଙ୍କିତ ରାଜଧାନୀବାସୀ । ଘରୁ ବାହାରିଲେ ମନରେ ପଶୁଛି ଛନକା । ରାଜଧାନୀର ବିଭିନ୍ନ ସ୍ଥାନରେ ବୁଲା କୁକୁରଙ୍କ ଆତଙ୍କରେ ସହରବାସୀ ଭୟଭୀତ ହେଉଥିବା ବେଳେ ନୟାପଲ୍ଲୀ ବ୍ରିଡ଼ କଲୋନୀରେ ଅବସ୍ଥା ଶୋଚନୀୟ । ଏକ ମାସରେ ୧୦ରୁ ଊର୍ଦ୍ଧ୍ବ ଲୋକଙ୍କୁ କାମୁଡିଲେଣି କୁକୁର । ଏନେଇ କୁକୁରଙ୍କ ଥଇଥାନ ସହ ବନ୍ଧ୍ୟାକରଣ କରି ସେମାନଙ୍କର ପ୍ରଜନନ ସଂଖ୍ୟା କମାଇବା ପାଇଁ ବିଏମସିକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ବର୍ଷା ପାଇଁ ବନ୍ଧ୍ୟାକରଣ ବନ୍ଦ ଥିବା କହିଛନ୍ତି ମେୟର ।

ରାଜଧାନୀରେ ବୁଲା କୁକୁରଙ୍କ ଆତଙ୍କ:

ବ୍ରିଡ଼ କଲୋନୀ ବାସିନ୍ଦାଙ୍କ ମୁତାବିକ, ‘ପ୍ରାୟ ଏକ ମାସ ହେବ କଲୋନୀରେ ବୁଲା କୁକୁରଙ୍କ ଆତଙ୍କ ଦେଖାଯାଉଛି । ଏହା ଦ୍ୱାରା ଆମେ ନିଜକୁ ଅସୁରକ୍ଷିତ ଭାବୁଛୁ । କାରଣ କୁକୁର ଯାହାକୁ ଦେଖୁଛି ତାକୁ କାମୁଡୁଛି । ରାସ୍ତାରେ ଚାଲିକି ଯିବା ହେଉ ଅବା ଦୋକାନରେ ସଉଦା ନେବାକୁ ଆସିବା ଅଥବା କଲୋନୀରେ ବୁଲିବା ସମୟରେ ବୁଲା କୁକୁରମାନେ ଆସି ଲୋକଙ୍କୁ କାମୁଡି ଦେଉଛନ୍ତି ।’

ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କଲୋନୀର ଏକ ଦୋକାନରେ । ଯାହା ସିସିଟିଭି ଫୁଟେଜରେ ରେକର୍ଡ ହୋଇଛି । ଆଳୁ କିଣୁଥିବା ସମୟରେ କୁକୁରଟି ଆସି ଯୁବକଙ୍କୁ କାମୁଡି ଦେଉଛି । ଯାହାଦ୍ୱାରା ଯୁବକଟି କଷ୍ଟରେ ଜର୍ଜରିତ ହେବା ସହ ଉପସ୍ଥିତ ଲୋକମାନେ ଏହାକୁ ଦେଖି ସମ୍ପୂର୍ଣ୍ଣ ଭୟଭୀତ ହୋଇଯାଇଥିଲେ । ଏକ ମାସ ମଧ୍ୟରେ ୮ ରୁ ୧୦ ଜଣ ଲୋକଙ୍କୁ କୁକୁର କାମୁଡୁଥିବା ଅଭିଯୋଗ ହୋଇଛି । ତେଣୁ ସ୍ଥାନୀୟ ଲୋକେ ଉଦବେଗ ପ୍ରକାଶ କରିବା ସହ ଶୀଘ୍ର ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ।

'ଖାଦ୍ୟ ଅଭାବରୁ କୁକୁରଙ୍କ ଦୌରାତ୍ମ୍ୟ ବଢୁଛି':

ସେହିପରି ଆଉ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ, ବୁଲା କୁକୁରଙ୍କ ଦୌରାତ୍ମ୍ୟ ବଢିବା ଓ ଏନେଇ ଲୋକେ ଆତଙ୍କିତ ହେଉଥିବାର ବଡ କାରଣ ହେଉଛି ଖାଦ୍ୟାଭାବ । ସହରରେ ବୁଲା କୁକୁରଙ୍କୁ ଖାଇବା ସଠିକ ଭାବେ ମିଳୁନଥିବାରୁ ଖାଇବା ସନ୍ଧାନରେ ଆସି ଲୋକଙ୍କୁ କାମୁଡୁଛନ୍ତି । ତେଣୁ ସେମାନଙ୍କ ପାଇଁ ଖାଇବା ବ୍ୟବସ୍ଥା ବିଏମସି କରୁ ଅବା ବିଭିନ୍ନ ପଶୁ ପ୍ରେମୀ ସଂଗଠନ କରିପାରିଲେ ବୁଲା କୁକୁର ଆତଙ୍କ ଟିକେ କମ ହେବ ।

ଏହା ମଧ୍ୟ ପଢନ୍ତୁ...କୁକୁର କାମୁଡ଼ିଲେ କରନ୍ତୁନି ହେୟଜ୍ଞାନ, ନଚେତ ଆସିପାରେ ବଡ଼ ବିପଦ - Rabies Disease Dog Bites

'ବର୍ଷାଦିନେ ବନ୍ଧ୍ୟାକରଣ ବନ୍ଦ ରହିଛି':

ସେପଟେ ଏହି ଘଟଣାକୁ ନେଇ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ କହିଛନ୍ତି," ଏହି ଘଟଣା ମୋ ନଜରକୁ ଆସିଛି । ଲୋକମାନେ ଫୋନ କରିବା ପରେ ବିଏମସି ସେହି ଅଞ୍ଚଳରୁ କୁକୁରଙ୍କୁ ଆଣିଛି । ସେ ଏକ ପାଗଳ କୁକୁର ଥିଲା । ଲୋକଙ୍କ ଅଭିଯୋଗକୁ ଆମେ ଶୁଣୁଛୁ । କେତେକ ସ୍ଥାନରେ ଅସୁବିଧା ଥାଇପାରେ । ଆମ ନଜରରେ ଆସିଲେ ଏହାର ସମାଧାନ ହେଉଛି । ସଚେତନ ପାଇଁ କାନ୍ଥରେ ହେଲପ ଲାଇନ ନମ୍ବର ୧୯୨୯ ବି ଲଗାଯାଇଛି । ଏଭଳି ଘଟଣାରେ କୁକୁରଙ୍କୁ ନେଇ ଆମେ ମାରି ପାରିବୁନାହିଁ ବନ୍ଧ୍ୟାକରଣ କରି କେବଳ ରୋକା ଯାଇପାରିବ । ହେଲେ ବର୍ତ୍ତମାନ ଯେହେତୁ ବନ୍ଧ୍ୟାକରଣ ବର୍ଷାଦିନରେ ସଂକ୍ରମଣ ପାଇଁ ବନ୍ଦ ରହିଛି । ତେଣୁ ବନ୍ଧ୍ୟାକରଣ ପୁଣି ଆରମ୍ଭ ହେବ ଯାଇଁ ସତର୍କ ଓ ସଚେତନ ରହିବାର ଆବଶ୍ୟକତା ରହିଛି । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.