ETV Bharat / state

କେନ୍ଦୁଝରରେ କର୍ମଜୀବୀ ମହିଳାଙ୍କ ପାଇଁ ଖୋଲିଲା ହଷ୍ଟେଲ, ମନ୍ତ୍ରୀ କହିଲେ ଜିଲ୍ଲା ପାଇଁ ମାଇଲଷ୍ଟୋନ

author img

By ETV Bharat Odisha Team

Published : Jan 27, 2024, 10:45 AM IST

Updated : Jan 27, 2024, 11:21 AM IST

DMF Asmita Working women Hostel Inaugurated: ଜିଲ୍ଲାରେ ଖୋଲିଲା ଡିଏମ୍ଏଫ୍ ଅସ୍ମିତା- କର୍ମଜୀବୀ ମହିଳା ହଷ୍ଟେଲ । ମହିଳାଙ୍କ ରହିବା ସୁବିଧାକୁ ଦୃଷ୍ଟିରେ ରଖି ଏହି ହଷ୍ଟେଲର ନିର୍ମାଣ କରାଯାଇଛି । ଅଧିକ ପଢ଼ନ୍ତୁ,

କର୍ମଜୀବୀ ମହିଳା ହଷ୍ଟେଲ
କର୍ମଜୀବୀ ମହିଳା ହଷ୍ଟେଲ
ମନ୍ତ୍ରୀ କହିଲେ ଜିଲ୍ଲା ପାଇଁ ମାଇଲଷ୍ଟୋନ

କେନ୍ଦୁଝର: ଜିଲ୍ଲାରେ ଖୋଲିଲା ଡିଏମ୍ଏଫ୍ ଅସ୍ମିତା- କର୍ମଜୀବୀ ମହିଳା ହଷ୍ଟେଲ । ମହିଳାଙ୍କ ରହିବା ସୁବିଧାକୁ ଦୃଷ୍ଟିରେ ରଖି ଏହି ହଷ୍ଟେଲର ନିର୍ମାଣ କରାଯାଇଛି । ଏହି ହଷ୍ଟେଲରେ 50 ଜଣ ମହିଳାଙ୍କ ରହଣୀ ବ୍ୟବସ୍ଥା ସହ ଅନ୍ୟାନ ସୁବିଧା ରହିଛି । ହଷ୍ଟେଲର ଶୁଭ ଉଦଘାଟନ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର ମନ୍ତ୍ରୀ କରିଛନ୍ତି । ଏହାର ପରିଚାଳନା ବ୍ୟବସ୍ଥା ଖଣିଜ ପ୍ରତିଷ୍ଠାନ(ଡିଏମ୍ଏଫ୍) ଦ୍ବାରା କରାଯାଉଛି ।

କେନ୍ଦୁଝର ସହରର ବଣିଆପାଟ ଠାରେ ଡିଏମ୍ଏଫ୍ ଅସ୍ମିତା-କର୍ମଜୀବୀ ମହିଳା ହଷ୍ଟେଲର ଶୁଭ ଉଦଘାଟନ କରାଯାଇଛି । ଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍ଏଫ୍), କେନ୍ଦୁଝରର ଆର୍ଥିକ ଅନୁଦାନରେ ଏହା ନିର୍ମାଣ ହୋଇଛି । ତେବେ ଏହାର ଉଦଘାଟନ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର ମନ୍ତ୍ରୀ ସାରଦା ପ୍ରସାଦ ନାୟକ କରିଛନ୍ତି । ଏହା କେନ୍ଦୁଝର ଜିଲ୍ଲାପାଇଁ ଏକ ମାଇଲଷ୍ଟୋନ ବୋଲି ମନ୍ତ୍ରୀ ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହି ହଷ୍ଟେଲରେ 50 ଜଣ କର୍ମଜୀବୀ ମହିଳାଙ୍କ ରହଣୀ ପାଇଁ ସୁବିଧା ରହିଛି । ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ବେଡ ସାଙ୍ଗକୁ ଆସବାବପତ୍ର ରଖିବା ପାଇଁ ଆଲମିରା ବ୍ୟବସ୍ଥା ଉପଲବ୍ଧ ଅଛି । ଏହାବାଦ ସକାଳ ଜଳଖିଆ, ମଧ୍ୟାନ୍ନ ଏବଂ ରାତ୍ରି ଭୋଜନ ପାଇଁ ରୋଷେଇ ବ୍ୟବସ୍ଥା ସାଙ୍ଗକୁ ସ୍ୱତନ୍ତ୍ର ଡାଇନିଂ ହଲ୍, ବିଶୁଦ୍ଧ ପାନୀୟ ଜଳ, ଫ୍ରିଜ୍, ଗିଜର, ୱାସିଂ ମେସିନ୍, କୁଲର୍, ରୁମ୍ ହିଟର୍, ଲଣ୍ଡ୍ରୀ, ଦୁଇଚକିଆ ଯାନ ପାଇଁ ପାର୍କିଂ, ମନୋରଞ୍ଜନ ପାଇଁ ଟିଭି ଏବଂ ୱାଇଫାଇ ଇତ୍ୟାଦିର ସୁବିଧା ରହିଛି । ସୁରକ୍ଷା ତଦାରଖ ପାଇଁ ସ୍ୱତନ୍ତ୍ର ସୁରକ୍ଷା କର୍ମୀ ନିୟୋଜିତ ଥିବାବେଳେ ପରିସରରେ 24x7 ସିସିଟିଭି ବ୍ୟବସ୍ଥା ଏବଂ ମହିଳା କର୍ମଚାରୀ ନିୟୋଜିତ ଅଛନ୍ତି । କର୍ମଜୀବୀ ମହିଳାଙ୍କ ସହ ସେମାନଙ୍କର ଶିଶୁ ମଧ୍ୟ ଏଠାରେ ରହିପାରିବେ । ଶିଶୁଙ୍କ ଯତ୍ନ ନେବାପାଇଁ ଏଠାରେ ଏକ ଆମ କଳିକା କେନ୍ଦ୍ର ମଧ୍ୟ ଖୋଲାଯିବାର ଯୋଜନା ଅଛି ।

ଏହା ମଧ୍ୟ ପଢ଼ନ୍ତୁ...ସମଲେଇ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା; ଲୋକଙ୍କ ଆସ୍ଥା ଓ ବିଶ୍ଵାସର ପ୍ରାଣ କେନ୍ଦ୍ର ମା' ସମଲେଶ୍ବରୀ

ସାଧାରଣତନ୍ତ୍ର ଦିବସ ଅବସରରେ କେନ୍ଦୁଝର ଜିଲ୍ଲାକୁ ଅତିଥି ଭାବେ ଆସିଥିବା ମନ୍ତ୍ରୀ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ଯୋଗଦେଇ ସାରିବା ପରେ କର୍ମଜୀବୀ ମହିଳା ହଷ୍ଟେଲ ଠାରେ ପହଞ୍ଚିଥିଲେ । ମନ୍ତ୍ରୀଙ୍କ ସହ ସମସ୍ତ ବରିଷ୍ଠ ଅଧିକାରୀ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ଫଟୋ ଚିତ୍ରରେ ପୂଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ପରେ ମନ୍ତ୍ରୀ ନାମଫଳକର ଉନ୍ମୋଚନ କରି ଏହି କର୍ମଜୀବୀ ମହିଳା ହଷ୍ଟେଲର ବିଧିବଦ୍ଧ ଉଦଘାଟନ କରିଥିଲେ । ପରେ ମନ୍ତ୍ରୀ ହଷ୍ଟେଲ ପରିସର ବୁଲି ଦେଖିବା ସହ ଉପଲବ୍ଧ ସୁବିଧା ବିଷୟରେ ପଚାରି ବୁଝିଥିଲେ । ପରିଚାଳନା ସଂସ୍ଥା ଓସ୍କାର ସମ୍ପାଦିକା ଧରିତ୍ରୀ ରାଉତ ମନ୍ତ୍ରୀଙ୍କୁ ସମସ୍ତ ବ୍ୟବସ୍ଥା ବିଷୟରେ ଅବଗତ କରାଇଥିଲେ । ଅଫିସ୍ ଗୃହ, ହଷ୍ଟେଲ୍ ରୁମ୍, ଡାଇନିଂ ହଲ୍ ଇତ୍ୟାଦି ବୁଲି ଦେଖିବା ସହ ହଷ୍ଟେଲରେ ରହୁଥିବା କିଛି ଅନ୍ତେବାସୀ ଏବଂ ନିୟୋଜିତ କର୍ମଚାରୀଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ ।

ଇଟିଭି ଭାରତ, କେନ୍ଦୁଝର

Last Updated : Jan 27, 2024, 11:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.