ETV Bharat / state

ଦୀପାବଳି/କାଳିପୂଜା ଦ୍ୱନ୍ଦ୍ୱ: ୩୧ ନା ୧? କେଉଁ ଦିନ ପାଳିବା ଉଚିତ, ଜାଣନ୍ତୁ - WHEN IS DEEPAWALI

କାଳୀପୂଜା, ଦୀପାବଳି ଓ ପୟାଶ୍ରାଦ୍ଧକୁ ନେଇ ଦ୍ୱନ୍ଦ୍ୱ । ଅକ୍ଟୋବର ୩୧ ନା ନଭେମ୍ବର ୧ । ଦ୍ବନ୍ଦ ଦୂର କଲେ ଜ୍ୟୋତିର୍ବିଦ । କହିଲେ କେବେ ହେବ ଦୀପାବଳି ।

Deepawali Date
Deepawali Date (Getty)
author img

By ETV Bharat Odisha Team

Published : Oct 29, 2024, 9:13 PM IST

ଭୁବନେଶ୍ବର: କେଉଁ ଦିନ ପାଳିବେ ଦୀପାବଳି ? କେଉଁ ଦିନ ପାଳନ ହେବ କାଳୀପୂଜା ? କେବେ ହେବ ପୟାଶ୍ରାଦ୍ଧ ? ଆସନ୍ତା ୩୧ ଅକ୍ଟୋବର ନା ନଭେମ୍ବର ୧ରେ ପାଳନ ହେବ ଦୀପାବଳି ଅମାବାସ୍ୟା । କାଳୀପୂଜା ଓ ଦୀପବଳି ଅମାବାସ୍ୟାକୁ ନେଇ ଦ୍ଵନ୍ଦ ଉପୁଜିଛି । ରାଜ୍ୟରେ ପ୍ରଚଳିତ ଭିନ୍ନ ପଞ୍ଜିକାରେ ଭିନ୍ନ ଭିନ୍ନ ଦିନ ଧାର୍ଯ୍ୟ ପରେ ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି । ଉତ୍କଳୀୟ ପରମ୍ପରାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତିକୁ ଅନୁସରଣ କରାଯାଏ । ସାଧାରଣରେ କେବେ କେଉଁ ଦିନ ନୀତିକାନ୍ତି ଅନୁଷ୍ଠିତ ହେବ ତାର ଦିନ ଧାର୍ଯ୍ୟ ପଣ୍ଡିତମାନେ କରନ୍ତି । ପାଞ୍ଜି ଗଣନା ଅନୁଯାୟୀ ଦିନ ଧାର୍ଯ୍ୟ କରାଯାଏ । ବିଭିନ୍ନ ପାଞ୍ଜିରେ ଭିନ୍ନ ଭିନ୍ନ ତଥ୍ୟ ପାଇଁ ଅସୁବିଧାରେ ଶ୍ରଦ୍ଧାଳୁ ଏବଂ ସାଧାରଣ ଲୋକ । ତେବେ କେଉଁଦିନ ପାଳନ ହେବ କାଳୀପୂଜା । ଏନେଇ କ'ଣ କହୁଛନ୍ତି ଜ୍ୟୋତିଷ ବିଶାରଦ ।

Deepawali Date (ETV Bharat Odisha)

ଶ୍ରୀମନ୍ଦିର ନୀତିକାନ୍ତିରେ ପାଳନ ହେବ ଦୀପାବଳି:

ଶ୍ରୀମନ୍ଦିର ଚୂନରା ସେବାୟତ ଶରତ ମହାନ୍ତି କହିଛନ୍ତି, "ବିଭିନ୍ନ ପଞ୍ଜିକା ବା କ୍ୟାଲେଣ୍ଡରେ ବିଭିନ୍ନ କଥା ଲେଖାଯାଇଥାଏ । ବୈଷ୍ଣବ ମତରେ ଗୋଟିଏ ଏକାଦଶୀ ରହିଥାଏ କିନ୍ତୁ ଶ୍ରୀମନ୍ଦିରରେ ଯେଉଁଦିନ ମହାଦୀପ ପ୍ରଜ୍ବଳନ ହୁଏ ସେଦିନ ଏକାଦଶୀ ଓ ସେଦିନ ଏକାଦଶୀ ବ୍ରତ ପାଳନ କରାଯାଏ । ଯାହା ଗତକାଲି ସମ୍ଭୁ ଏକାଦଶୀ ବା ରମା ଏକାଦଶୀ ରହିଥିଲା । ସେହି ହିସାବରେ ଚତୁର୍ଦ୍ଦଶୀ ଦିନ ଲୋକନାଥଙ୍କ ପାଖରେ ମାହାଦୀପ ଉଠିବ । ଅମାବାସ୍ୟା ଦିନ ଅମାବାସ୍ୟା ନାରାୟଣ ସାଗର ବିଜେ ହେବେ । ଶ୍ରୀମନ୍ଦିର ନୀତି ଅନୁସାରେ ସେହିଦିନ ଧାର୍ଯ୍ୟ କରାଯାଇଛି, ଯାହା ୧ ତାରିଖରେ ପାଳନ ହେବ । ଆମେ ଉତ୍କଳ ପରମ୍ପରାରେ ଉତ୍କଳବାସୀ ବଡ଼ ଦେଉଳରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଅନୁସରଣ କରନ୍ତି । ତେଣୁ ଶ୍ରୀମନ୍ଦିରରେ ଯେଉଁଦିନ ନୀତିକାନ୍ତି ହେବ ସେହି ଦିନକୁ ଧରିବା । ୧ ତାରିଖରେ ଶ୍ରୀମନ୍ଦିରରେ ରାଧା ଦାମୋଦର ବେଶ, ବାଳ ଧୂପ, ଅମାବାସ୍ୟା ନାରାୟଣଙ୍କର ସାଗରସ୍ନାନ ବିଜେ ନୀତି ଅନୁଷ୍ଠିତ ହେବ । ସେହିଦିନ ଆମେ ଅମାବାସ୍ୟା, ବଡ଼ବଡ଼ିଆ ବା ପୟାଶ୍ରାଦ୍ଧ କରାଯିବ ।"

Deepawali Date (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ଦୀପାବଳିରେ ଘରେ ଲଗାନ୍ତୁ ଏହି ୬ ଗଛ, ପରିବାର ଉପରେ ହେବ ମା' ଲକ୍ଷ୍ମୀଙ୍କ କୃପା

ଏହା ମଧ୍ୟ ପଢ଼ନ୍ତୁ...ଚଳଚଞ୍ଚଳ ବୀରଗୋବିନ୍ଦପୁର ମା' ଦକ୍ଷିଣକାଳୀଙ୍କ ପୀଠ, ପୂଜା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

ଏହା ମଧ୍ୟ ପଢ଼ନ୍ତୁ...ଦୀପାବଳିରେ ୫ ରାଶିଙ୍କ ଜୀବନରୁ ହଟିବ ଦୁଃଖର କଳା ବାଦଲ, ମା' କାଳୀଙ୍କ କୃପାରୁ ହେବ ସୁଖ ସମୃଦ୍ଧିର ବର୍ଷା

କେବେ ଦୀପାବଳି, ଅକ୍ଟୋବର ୩୧ ନା ନଭେମ୍ବର ୧ ?

ଜ୍ୟୋତିର୍ବିଦ ହରିଶଙ୍କର ମିଶ୍ର କହିଛନ୍ତି, "ସରକାରୀ କ୍ୟାଲେଣ୍ଡରେ ଅକ୍ଟୋବର ୩୧ ଦୀପାବଳି ବୋଲି ଲେଖାଯାଇଛି । ଏହାସହ କିଛି ନିର୍ଦ୍ଦିଷ୍ଟ ପ୍ରେସ କ୍ୟାଲେଣ୍ଡରରେ ବା ସଂକ୍ଷିପ୍ତ ପଞ୍ଜିକା ୩୧ ତାରିଖ ଦୀପାବଳି ବୋଲି ଛପା ହୋଇଥିବାରୁ ଏହା ବିଭ୍ରାନ୍ତ ସୃଷ୍ଟି କରୁଛି । ୧ ନଭେମ୍ବର ଶୁକ୍ରବାର ପ୍ରଦୋଷ ଏବଂ ପ୍ରତ୍ୟୁଷ ପର୍ଯ୍ୟନ୍ତ ଅର୍ଥାତ ସୂର୍ଯ୍ୟ ଉଦୟ ଠାରୁ ସୂର୍ଯ୍ୟ ଅସ୍ତ ଉଭୟକୁ ଅମାବାସ୍ୟା ତିଥି ରହୁଛି । ତାହା ପୁରୁଣା ତିଥି । ନଭେମ୍ବର ୧ ତାରିଖରେ ଦୀପଦାନ ନୀତି କରାଯିବ । ଯେଉଁମାନେ ମହାଳୟା ଶ୍ରାଦ୍ଧ କରିନାହାନ୍ତି ୧ ତାରିଖ ଦ୍ବିପ୍ରହରରେ ମହାଳୟା ବିଧିରେ ଶ୍ରାଦ୍ଧ କରି ସନ୍ଧ୍ୟା ବେଳେ ଦୀପଦାନ କରି ବଡ଼ବଡୁଆଙ୍କୁ ଡାକି ପାରିବେ । କ୍ୟାଲେଣ୍ଡର ଉପରେ ଭରଷା କରି ସରକାର ୩୧ ତାରିଖରେ ଛୁଟି ଘୋଷଣା କରିଥିବାରୁ ସରକାରୀ କର୍ମଚାରୀ ଯେଉଁମାନେ ଘରେ ଶ୍ରାଦ୍ଧ କରନ୍ତି ସେମାନେ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ସରକାରଙ୍କୁ ଅନୁରୋଧ ୩୧ ତାରିଖ ଛୁଟି ବାତିଲ କରି ୧ ନଭେମ୍ବରରେ ଛୁଟି ଘୋଷଣା କଲେ ତାହା ଲୋକମାନଙ୍କ ପାଇଁ ଆସ୍ବସ୍ତୁକର ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.