ETV Bharat / state

ତାତିରେ ସିଝୁଛି ଝାରସୁଗୁଡା; ଗ୍ରୀଷ୍ମପ୍ରବାହ ମୁକାବିଲା ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ

Heatwave Preparatory Meeting: ଝାରସୁଗୁଡା ଜିଲ୍ଲା ଏବେ ପାଲଟିଛି ତତଲା କଡ଼େଇ । ଅସହ୍ୟ ଗରମ ସାଙ୍ଗକୁ ଝାଞ୍ଜି ପବନ ଜନଜୀବନ ଅସ୍ତବ୍ୟସ୍ତ କରୁଛି । ଯାହାକୁ ନେଇ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 18, 2024, 5:32 PM IST

ସିଝୁଛି ଝାରସୁଗୁଡା; ଗ୍ରୀଷ୍ମପ୍ରବାହ ମୁକାବିଲା ନେଇ ପ୍ରଶାସନର ପ୍ରସ୍ତୁତି ବୈଠକ

ଝାରସୁଗୁଡ଼ା: ଜିଲ୍ଲା ଏବେ ପାଲଟିଛି ତତଲା କଡ଼େଇ । ମାର୍ଚ୍ଚ ମାସ ଆରମ୍ଭରୁ ଏଠାରେ ଅସହ୍ୟ ଗରମ ସାଙ୍ଗକୁ ଝାଞ୍ଜି ପବନ ଜନଜୀବନକୁ କଲବଲ କଲାଣି । ବିଭିନ୍ନ ଜିଲ୍ଲାରେ ଏବେ ହାଲୁକା ବର୍ଷା ହେଉଥିବାବେଳେ ଆଗକୁ ଖରା ବଢ଼ିବାକୁ ଯାଉଛି । ତେବେ ୩ରୁ ୪ ଦିନ ମଧ୍ୟରେ ଦିନର ତାପମାତ୍ରା ଧୀରେ ଧୀରେ ୪ରୁ ୬ ଡିଗ୍ରୀ ଯାଏଁ ବଢ଼ିବାର ସମ୍ଭାବନା ରହିଛି । ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଭିନ୍ନ ଅଧିକାରୀ ଯୋଗ ଦେଇଥିବାବେଳେ ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ସମସ୍ତେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଝାରସୁଗୁଡ଼ା ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ହୋଇଥିବାରୁ ଜଙ୍ଗଲ ଜମିରେ ମାଳ ମାଳ ଶିଳ୍ପ କାରଖାନାମାନ ରହିଛି । ଜଙ୍ଗଲ ନଷ୍ଟ ହେବା ଫଳରେ ସିଧାସଳଖ ପରିବେଶ ଉପରେ ଏହାର ପ୍ରଭାବ ପଡ଼ିଛି । ଜଙ୍ଗଲ ନଷ୍ଟ ହେବା ଦ୍ବାରା ସଠିକ ସମୟରେ ବର୍ଷା ହେଉନଥିବା ସହ ଗରମ ବଢ଼ିବାରେ ଲାଗିଛି । ଜିଲ୍ଲାରେ ଥିବା କଳକାରଖାନା ଗୁଡ଼ିକରୁ ନିର୍ଗତ ଧୁଆଁ ଯୋଗୁଁ ବାୟୁମଣ୍ଡଳ ଦୂଷିତ ହେଉଛି । ଯେଉଁଥିପାଇଁ ଗରମ ଅସମ୍ଭାଳ ହୋଇପଡ଼ିଛି । ଯାହା ଜନସାଧାରଣଙ୍କୁ ଅତିଷ୍ଠ କରିଦେଇଛି ।

ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଗ୍ରୀଷ୍ମପ୍ରବାହକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗକୁ ଆସୁଥିବା ଗ୍ରୀଷ୍ମପ୍ରବାହକୁ କିଭଳି ଭାବେ ସମ୍ନା କରାଯିବ ତାହାକୁ ନେଇ ଆଲୋଚନା କରାଯାଇଛି । ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରିବା, ଦିନ ୧୧ଟାରୁ ସନ୍ଧ୍ୟା ୪ଟା ଯାଏଁ ଦିନ ମଜୁରିଆ ଭାବେ କାର୍ଯ୍ୟକରୁଥିବା ଶ୍ରମିକମାନଙ୍କୁ କାମ ନକରିବା ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ ।

ଯେଉଁସବୁ ସ୍ଥାନରେ ପାନୀୟ ଜଳର ସମସ୍ୟା ଦେଖାଯିବ, ସେଠାରେ ସ୍ଥାନୀୟ ଶିଳ୍ପ ସଂସ୍ଥା ପକ୍ଷରୁ ଜଳଯୋଗାଣ କରାଯିବା ପାଇଁ ପ୍ରଶାସନ ପକ୍ଷରୁ ତାଗିଦ କରାଯାଇଛି । ଟାଟା ପାୱାରକୁ ବିଦ୍ୟୁତ ଅହେତୁକ କାଟ ନକରିବା ପାଇଁ ପରାମର୍ଶ କରିଛି ଜିଲ୍ଲା ପ୍ରଶାସନ । ଅପରପକ୍ଷରେ ଗ୍ରୀଷ୍ମପ୍ରବାହ ଯୋଗୁଁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସୂଚିତ କରାଯାଇଛି । ଜିଲ୍ଲା ପ୍ରଶାସନର ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, କିଶୋର ଚନ୍ଦ୍ର ସ୍ଵାଇଁ, ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଝାରସୁଗୁଡା ଜିଲ୍ଲାର ତିନିଟି ପୌର ପରିଷଦ ଅଧ୍ୟକ୍ଷଙ୍କ ସମେତ ବିଭାଗୀୟ ଅଧିକାରୀ ଏବଂ ଜିଲ୍ଲାର ବିଭିନ୍ନ ଶିଳ୍ପାନୁଷ୍ଠାନର କର୍ତ୍ତୃପକ୍ଷମାନେ ଯୋଗଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ !

ଝାରସୁଗୁଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.