ETV Bharat / state

ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ, ବିଳମ୍ବରେ ମଣ୍ଡି ଖୋଲିବା ନିଷ୍ପତ୍ତିରେ ଚାଷୀ ଅସନ୍ତୋଷ - Paddy Procurement Meeting - PADDY PROCUREMENT MEETING

District Level Paddy Procurement Meeting: ବରଗଡ଼ରେ ମେ 10 ତାରିଖରୁ ହେବ ଧାନ ସଂଗ୍ରହ । ମେ ମାସ 1 ତାରିଖରୁ ମଣ୍ଡି ଖୋଲିବାକୁ ଚାଷୀମାନଙ୍କ ପ୍ରସ୍ତାବରେ ଜିଲ୍ଲା ପ୍ରଶାସନ ରାଜି ନହେବାରୁ ଚାଷୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଅଧିକ ପଢ଼ନ୍ତୁ

ଧାନ ସଂଗ୍ରହ କମିଟି ବୈଠକ
ଧାନ ସଂଗ୍ରହ କମିଟି ବୈଠକ
author img

By ETV Bharat Odisha Team

Published : Apr 17, 2024, 10:44 AM IST

ଧାନ ସଂଗ୍ରହ କମିଟି ବୈଠକ

ବରଗଡ଼: ବରଗଡ଼ରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ରବି ଋତୁ ଧାନ ସଂଗ୍ରହ ପାଇଁ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ମଙ୍ଗଳବାର ସ୍ଥାନୀୟ ଡ଼ିଆରଡ଼ିଏ ସଭାଗୃହରେ ବସିଥିଲା । ସାଧାରଣ ନିର୍ବାଚନ ନିମନ୍ତେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିଲେ ମଧ୍ୟ ଧାନ ସଂଗ୍ରହ କାର୍ଯ୍ୟକୁ ସଫଳତାର ସହିତ ସମ୍ପାଦନା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଉକ୍ତ ବୈଠକରେ ଚାଷୀ ଅସନ୍ତୁଷ୍ଟ ଥିବା ଦେଖିବାକୁ ମିଳିଥିଲା । ମେ ମାସ 1 ତାରିଖରୁ ମଣ୍ଡି ଖୋଲିବାକୁ ଚାଷୀମାନେ ପ୍ରସ୍ତାବ ଦେଇଥିଲେ ମଧ୍ୟ ପ୍ରଶାସନ 10 ତାରିଖରେ ମଣ୍ଡି ଖୋଲିବା ନିଷ୍ପତ୍ତି ନେଇଥିବାରୁ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ l

ଏହି ବୈଠକରେ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଆଗାମୀ ମେ ୧୦ ତାରିଖରୁ ରବି ଋତୁ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ କରାଯାଇଛି । ଜିଲ୍ଲାର ସମୁଦାୟ ୧୨ଟି ବ୍ଲକ ତଥା ବରଗଡ଼, ଅତାବିରା ଏବଂ ପଦ୍ମପୁର ଆରଏମସିରୁ ସମୁଦାୟ ୧୯୭ଟି ମଣ୍ଡିରେ ୫୨ ଗୋଟି ପି.ଏ.ସି.ଏସ, ୫୦ଟି ମହିଳା ସ୍ୱୟଂ ସହାୟକ ଦଳ ଏବଂ ୧୧୨ ମିଲରେ ଧାନ ସଂଗ୍ରହ କରିବା ବ୍ୟବସ୍ଥା କରାଯାଇଛି । ଧାନ ସଂଗ୍ରହ କେନ୍ଦ୍ରଗୁଡିକ ସପ୍ତାହରେ ୬ଦିନ ଖୋଲା ରହି ସକାଳ ୬ ଘଟିକାରୁ ଧାନ ସଂଗ୍ରହ କରାଯିବ । ଚାଷୀଙ୍କ ସୁବିଧା ତଥା ଧାନ ସଂଗ୍ରହ ପ୍ରକ୍ରିୟାକୁ ସଫଳତାର ସହିତ ଶେଷ କରିବା ପାଇଁ ୩୪ଟି ଜାଗାରେ ସବ୍ ମାର୍କେଟ୍ ଖୋଲିବା ସହିତ ସମସ୍ତ ଧାନ ସଂଗ୍ରହ କେନ୍ଦ୍ରରେ ଆର୍ଦ୍ରତା ମିଟର, ତାରପୋଲିନ, ୱେଟବ୍ରିଜ, ବିଶ୍ଳେଷଣ କିଟ୍ ଆଦି ଯୋଗାଇବା ସହିତ ପ୍ରତୀକ୍ଷା କକ୍ଷ, ଛାଇ, ପାନୀୟ ଜଳ, ଲାଇଟ, ପାଇଖାନା, ସିସିଟିଭି ଏବଂ ମୂଲ୍ୟ ପ୍ରଦର୍ଶନ ବୋର୍ଡ ଆଦିର ବ୍ୟବସ୍ତା ମଣ୍ଡିରେ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ... ଆଳୁ ଦର ଆକାଶ ଛୁଆଁ, ହଟହଟା ହେଲେଣି ବ୍ୟବସାୟୀ ଓ ଗ୍ରାହକ - Potato Prices Surge

ଚଳିତ ବର୍ଷ ଧାନ ସଂଗ୍ରହରେ ସ୍ୱଚ୍ଛତା ଆଣିବା ନିମନ୍ତେ କୌଣସି ମିଲର, ସ୍ୱୟଂ ସହାୟକ ଗୋଷ୍ଠୀ, ଆରଏମସି ଅଧିକାରୀ ଏବଂ ଯୋଗାଣ ଅଧିକାରୀ ଠକେଇ କଲେ ତୁରନ୍ତ ଥାନାରେ ଏତେଲା ଦେବା ପାଇଁ ତଥା ଟୋଲ ଫ୍ରି ନଂ-୧୯୬୭ କିମ୍ବା ୦୬୬୪୬-୨୪୬୦୪୧ରେ ଅଭିଯୋଗ କରିବା ପାଇଁ ଜିଲ୍ଲାପାଳ କହିଛନ୍ତି । ଭିତ୍ତିଭୂମିର ସୁବିଧା ନିମନ୍ତେ ପ୍ରଶାସନ ତରଫରୁ ମଡେଲ ମଣ୍ଡି ବ୍ୟବସ୍ଥା କରିବା ସହିତ ଚାଷୀଙ୍କୁ ଗ୍ରାମ ପଞ୍ଚାୟତସ୍ତରରେ ଝୋଟ ବ୍ୟାଗ ଯୋଗାଇବା କିମ୍ବା ଚାଷୀ ଦେଇଥିବା ବ୍ୟାଗର ଉଚିତ ମୂଲ୍ୟ ମିଲର ବହନ କରିବେ ଏବଂ ଏହାର ତଦାରଖ ନିମନ୍ତେ ସ୍ୱତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ । ପ୍ରତ୍ୟେକ ଧାନ ସଂଗ୍ରହ କେନ୍ଦ୍ରରେ ଚାଷୀଙ୍କ ଅଭିଯୋଗ ଗ୍ରହଣ ନିମନ୍ତେ ସ୍ୱତନ୍ତ୍ର ରେଜିଷ୍ଟର କରାଯିବ ।

ଧାନ ଦେବାର ୪୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଯିବ । ପ୍ରତ୍ୟେକ ଆରଏମସି ଦ୍ୱାରା ଡ଼ାକବାଜି ଯନ୍ତ୍ର ଦ୍ୱାରା ଧାନ ସଂଗ୍ରହ ତାରିଖ, ତଥା ଅନ୍ୟାନ୍ୟ ବିବରଣୀ ବିଷୟରେ ସଚେତନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଧାନ ସଂଗ୍ରହ କାର୍ଯ୍ୟକୁ ସଫଳ କରାଇବା ପାଇଁ ପ୍ରତିଟି ଆରଏମସିର ଅଧ୍ୟକ୍ଷମାନଙ୍କୁ ଗାଁ ଗାଁ ବୁଲି ଚାଷୀମାନଙ୍କ ସହିତ ଉତ୍ତମ ଯୋଗାଯୋଗ ରଖିବା, ମଣ୍ଡିକୁ ଧାନ ଆସିବାର ଯଥା ସମୟ ପୂର୍ବରୁ ଚାଷୀମାନଙ୍କୁ ଟୋକନ ଦେବା ପାଇଁ ବ୍ୟବସ୍ଥା କରିବା, କଳାବଜାରୀ କିମ୍ବା ଆବଶ୍ୟକୀୟ ଧାନ ପଡୋଶୀ ଜିଲ୍ଲାକୁ ସ୍ଥାନାନ୍ତରଣ ଭଳି ବେଆଇନ କାର୍ଯ୍ୟଗୁଡିକୁ ରୋକିବା ପାଇଁ ଜିଲ୍ଲାର ସମସ୍ତ ସୀମାରେଖାରେ ପୋଲିସ ମୁତୟନ କରିବା ସହିତ କଡାକଡି ଯାଞ୍ଚ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.