ETV Bharat / state

ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା; ଟ୍ରେନିଂ-ପୋଷ୍ଟାଲ ବାଲାଟର ପରିଚାଳନାକୁ ଗୁରୁତ୍ୱ - Election Preparations Meeting

Election Preparations Meeting: ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଟ୍ରେନିଂ-ପୋଷ୍ଟାଲ ବାଲାଟର ପରିଚାଳନାକୁ ଗୁରୁତ୍ୱ ଦିଆଯାଇଥିଲା । ଅଧିକ ପଢନ୍ତୁ

Election Preparations Meeting
Election Preparations Meeting
author img

By ETV Bharat Odisha Team

Published : Mar 9, 2024, 7:30 AM IST

ଭୁବନେଶ୍ବର: ଆଉ କିଛିଦିନ ପରେ ଅନୁଷ୍ଠିତ ହେବ ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନ । ଆଗାମୀ ସାଧାରଣ ନିର୍ବାଚନ ୨୦୨୪କୁ ମୁକ୍ତ ଓ ଅବାଧ କରିବା ପାଇଁ ଗୁରୁତ୍ୱ ଦିଆଯାଉଛି । ତେବେ ନିର୍ବାଚନ ସମୟରେ ସଠିକ ପରିଚାଳନା କରିବା ପାଇଁ ବସିଥିଲା ପ୍ରସ୍ତୁତି ବୈଠକ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା ହୋଇଥିଲା । ଭିସି ଜରିଆରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ. ତିରୁମାଲା ନାଏକ ଅଧ୍ୟକ୍ଷତା କରିଥିଲେ ।

ବୈଠକରେ ପୁରୀ, ଗଜପତି, ଝାରସୁଗୁଡ଼ା, ମୟୂରଭଞ୍ଜ ଆଦି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ଭିସି ଜରିଆରେ ନିଜ ନିଜ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ସବିଶେଷ ତଥ୍ୟ ରଖିଥିଲେ । ଏହି ବୈଠକରେ ମୁଖ୍ୟତଃ ଜିଲ୍ଲାସ୍ତରରେ ଟ୍ରେନିଂ, ପୋଷ୍ଟାଲ ବାଲାଟର ପରିଚାଳନା ଆଦି ବିଷୟରେ ଆଲୋଚନା ହୋଇଥିଲା । ନିର୍ବାଚନ ସମୟରେ ପ୍ରିଜାଇଡିଂ ଅଫିସର ଓ ପୋଲିଂ ଅଫିସରମାନେ ଯେପରି ଇଭିଏମ ସମ୍ବନ୍ଧୀୟ ସମସ୍ତ ଟ୍ରେନିଂ ପାଇପାରିବେ ସେ ବିଷୟରେ ଆଲୋଚନା ହୋଇଛି ।

ଏହା ମଧ୍ୟ ପଢନ୍ତୁ: ବିଜେଡି ବୈଠକ; ମେଣ୍ଟ ନେଇ ଟିକେ କହିଲେ, ବେଶୀ ଚାପିଲେ

ଟ୍ରେନିଂ ପରେ ସମସ୍ତଙ୍କ ସନ୍ଦେହ ଦୂର ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । ପରେ ସେମାନେ ଏକ ସ୍ଵତନ୍ତ୍ର ପରୀକ୍ଷା ଦେବେ । ଏହା ଦ୍ଵାରା ନିର୍ବାଚନ ପରିଚାଳନା ସମ୍ବନ୍ଧରେ ସେମାନେ ସବିଶେଷ ଜ୍ଞାନ ପାଇପାରିବେ । ଏହା ଦ୍ବାରା ଉଚିତ ରୂପରେ ଦାୟିତ୍ଵ ନିର୍ବାହ କରିପାରିବେ ସେହି ଦିଗକୁ ନେଇ ସମସ୍ତ ପ୍ରକାର ସମୀକ୍ଷା କରାଯାଇଥିଲା । ବୈଠକରେ ଅନ୍ୟତମ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଏବଂ ମିହିର ମହାନ୍ତି ବିଭିନ୍ନ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ବାବଦରେ ସମୀକ୍ଷା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଲୋକସଭା ନିର୍ବାଚନ: ଫର୍ମୁଲା ରିପିଟ୍ କରିବ ବିଜେଡି, 'ଏକ ତୃତୀୟାଂଶ ମହିଳାଙ୍କୁ ଟିକେଟ୍ ଦିଆଯିବ'

ବିଭିନ୍ନ ଜିଲ୍ଲା ପକ୍ଷରୁ ଏହି ସମସ୍ତ ବିଷୟ ଉପରେ ଅଧିକାରୀମାନେ ତଥ୍ୟ ରଖିଥିଲେ । ଆଗାମୀ ସାଧାରଣ ନିର୍ବାଚନ ୨୦୨୪କୁ ମୁକ୍ତ ଓ ଅବାଧ କରିବା ନିମନ୍ତେ ଗୁରୁତ୍ୱ ଦିଆଯାଉଛି । ଜିଲ୍ଲାସ୍ତରରୁ ନିର୍ବାଚନର ସୁପରିଚାଳନା ଏବଂ ପ୍ରତିଟି ବୁଥରେ ଯେପରି ଭୋଟରମାନେ ଉପଯୁକ୍ତ ଭାବେ ମତଦାନ କରିପାରିବେ ସେ ଉପରେ ଧ୍ୟାନ କେନ୍ଦ୍ରିତ ହୋଇଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଲଗାତାର ଭାବେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.