ETV Bharat / state

ନେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବୃଷଭ ସ୍ଥାନାନ୍ତର, ତୀବ୍ର ଅସନ୍ତୋଷ

Relocate Of Bull Statue in Boudh: ସୌନ୍ଦର୍ଯ୍ୟକରଣ ପାଇଁ ବୃଷଭଙ୍କ ମୂର୍ତ୍ତି ସ୍ଥାନାନ୍ତରକୁ ନେଇ ଅସନ୍ତୋଷ । ଅଧିକ ପଢ଼ନ୍ତୁ

ନେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବୃଷଭ ସ୍ଥାନାନ୍ତର

author img

By ETV Bharat Odisha Team

Published : Mar 1, 2024, 1:44 PM IST

ନେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବୃଷଭ ସ୍ଥାନାନ୍ତର

ବୌଦ୍ଧ: ନ୍ୟାୟ ପାଇଁ ଥାନାରେ ପହଞ୍ଚିଲା ବୃଷଭଙ୍କ ମୂର୍ତ୍ତି । ପ୍ରତ୍ନତତ୍ତ୍ଵ ବିଭାଗ ଅଧିନରେ ଥିବା ମନ୍ଦିରର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟକରଣ ପାଇଁ ଆସିଥିବା ବୃଷଭଙ୍କ ମୂର୍ତ୍ତି କାଢି ନିଆଯାଇ ସେଠାରେ ଜଣେ ସ୍ବର୍ଗତ ମନ୍ତ୍ରୀଙ୍କ ମୂର୍ତ୍ତି ସ୍ଥାପନକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ମନ୍ଦିର ଉନ୍ନତିକରଣ ନାଁରେ ବୃଷଭଙ୍କ ମୂର୍ତ୍ତି ଅପସାରଣ କରାଯାଇଥିବାରୁ ଏହାକୁ ନିନ୍ଦା କରିବା ସହ ବିରୋଧ କରିଛନ୍ତି ବୁଦ୍ଧିଜୀବୀ ଓ ଶ୍ରଦ୍ଧାଳୁ । ଯାହାକୁ ନେଇ ବୌଦ୍ଧ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବୌଦ୍ଧ ଜିଲ୍ଲା ସଦର ମହକୁମା ଠାରେ ରାମେଶ୍ବର ମନ୍ଦିର ସମୂହ ଓ ଗନ୍ଧରାଡ଼ିର ବିଶ୍ବ ପ୍ରସିଦ୍ଧ ହରିହର ମନ୍ଦିର ଦୁଇ ଜାତୀୟ ଧରୋହର ମନ୍ଦିର ଭାବରେ କେନ୍ଦ୍ର ପ୍ରତ୍ନତତ୍ତ୍ଵ ବିଭାଗ ଅଧିନରେ ରହିଛି । ଏହି ଦୁଇ ପ୍ରାଚୀନ ତଥା ଐତିହାସିକ ମନ୍ଦିରକୁ ବାରମ୍ବାର ଅବହେଳାର ଶୀକାର ହେବାକୁ ପଡ଼ୁଥିବା ବେଳେ ବର୍ତ୍ତମାନ ଆଉ ଏକ ନିନ୍ଦନୀୟ ଘଟଣା ଅଞ୍ଚଳର ବୁଦ୍ଧିଜୀବୀ, ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ଜଗତି ଗ୍ରାମ ନିକଟରେ ଥିବା ବିଶ୍ବ ପ୍ରସିଦ୍ଧ ଚାରିଶମ୍ଭୁ ପୀଠର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟ ହାତକୁ ନିଆଯାଇଥିଲା । କିଛି ଦିନ ପୂର୍ବରୁ ପ୍ରବେଶ ପଥର ଦୁଇ ପାର୍ଶ୍ଵରେ ଦୁଇଟି ପଥର ବୃଷଭ ପ୍ରତିମୂର୍ତ୍ତିକୁ ସ୍ଥାପନ କରାଯାଇଥିଲା । ଗତକାଲି (ଗୁରୁବାର) ଏହି ଉନ୍ନତିକରଣ କାର୍ଯ୍ୟ କରୁଥିବା ସଂସ୍ଥା ପକ୍ଷରୁ ଗୋଟିଏ ପଟରେ ଥିବା ବୃଷଭ ମୂର୍ତ୍ତିକୁ ଅପସାରଣ କରି ସେଠାରେ ବୌଦ୍ଧର ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନଟବର ପ୍ରଧାନଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଉଦ୍ୟମ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ଚୋରଙ୍କ ଟାର୍ଗେଟରେ ମନ୍ଦିର, ପୋଲିସ ସହ ରାତିରେ ମନ୍ଦିର ଜଗିବେ ଶ୍ରଦ୍ଧାଳୁ

ସେପଟେ ଏଭଳି ଉଦ୍ୟମର ସୂଚନା ପାଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ଶ୍ରଦ୍ଧାଳୁ ଏହାକୁ ତୀବ୍ର ବିରୋଧ କରିଥିଲେ । ବାରମ୍ବାର ଗନ୍ଧରାଡ଼ି ପୀଠକୁ ଅବହେଳା କରାଯାଉଥିବା ବେଳେ ବର୍ତ୍ତମାନ ପୁଣିଥରେ ଏଭଳି ଘଟଣା କୁନେଇ ଅଞ୍ଚଳରେ ଅସନ୍ତୋଷ ତଥା ଉତ୍ତେଜନା ପ୍ରକାଶ ପାଇଛି । ଶେଷରେ ଏକ ଅଟୋ ଗାଡିରେ ଲଦା ହୋଇଥିବା ଉକ୍ତ ବୃଷଭ ପ୍ରତିମୂର୍ତ୍ତିକୁ ବୌଦ୍ଧ ଆଦର୍ଶ ଥାନାକୁ ନଆଯାଇଥିବା ବେଳେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି । ତେବେ ଏଭଳି ଦୁର୍ଭାଗ୍ୟଜନକ ପରିସ୍ଥିତି କୁନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ଜିଲ୍ଲା ବିଜେପି ସଭାପତି ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଗୁରୁବାର ସଂଧ୍ୟାରେ ବୌଦ୍ଧ ଆଦର୍ଶ ଥାନା ପାଖରେ ଠିକା ସଂସ୍ଥା ଓ ସ୍ଥାନୀୟ କମିଟିର ବୈଠକରେ ଅପସାରଣ ହୋଇଥିବା ବୃଷଭ ନିର୍ଦ୍ଧାରିତ ସ୍ଥାନରେ ସ୍ଥାପନ ହେବାକୁ ନିଷ୍ପତ୍ତି ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.