ETV Bharat / state

ଡିପଥେରିଆ ବ୍ୟାପିବା ଘଟଣା; ଟୀକାକରଣ ଆରମ୍ଭ, କଣ୍ଟେନମେଣ୍ଟ୍‌ ଜୋନରେ ୩ ଗାଁ - Diphtheria Vaccination

author img

By ETV Bharat Odisha Team

Published : Jun 21, 2024, 10:48 PM IST

Diphtheria Vaccination In Rayagada: ରାୟଗଡ଼ାରେ କାୟା ମେଲାଉଛି ଡପଥେରିଆ । ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଆଜିଠୁ ଆରମ୍ଭ ହୋଇଛି ଟୀକାକରଣ । ଅଧିକ ପଢ଼ନ୍ତୁ

Diphtheria Vaccination
Diphtheria Vaccination (ETV Bharat Odisha)

ରାୟଗଡ଼ା: ବିଳମ୍ବରେ ହେଉ ପଛେ ରାୟଗଡ଼ା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ନିଦ ଭାଙ୍ଗିଛି । କାଶୀପୁର ବ୍ଲକ ମୁନୁଷପଦରରେ ଡିପ୍‌ଥେରିଆ ବ୍ୟାପୀ ୫ ଶିଶୁଙ୍କ ଜୀବନ ଯିବା ପରେ ଆଜିଠାରୁ ଆରମ୍ଭ ହୋଇଛି ବିଧବଦ୍ଧ ଟୀକାକରଣ । ପ୍ରଥମ ଦିନରେ ଗୁମୁଡ଼ିମୁଣ୍ଡି ଗାଁରେ ଘର ଘର ବୁଲି ସ୍ବାସ୍ଥ୍ୟକର୍ମୀମାନେ ଟିଡି ଇଞ୍ଜେକ୍ସନ ସହ ଡିପିଟି ଡୋଜ୍ ଦେଉଛନ୍ତି । ଶିଶୁଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହି ଟିକା ଦିଆଯାଉଛି ।

ଆଗ୍ରାରୁ ସ୍ବତନ୍ତ୍ର ଡୋଜ୍ ଆସି ପହଞ୍ଚିବା ପରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସମସ୍ତଙ୍କୁ ମାକ୍ସ ବ୍ୟବହାର ସହ ଡାକ୍ତରଙ୍କ ପରାମର୍ଶ ନେବାକୁ ସଚେତନ କରାଯାଇଛି । ଅନ୍ୟପକ୍ଷରେ ମୁନୁଷପଦର, ଜଡ଼କିମୁଣ୍ଡା ଓ ଗୁମାମୁରକା ଗାଁକୁ କଣ୍ଟେନମେଣ୍ଟ୍ ଜୋନରେ ରଖାଯାଇଛି । ସବୁ ବିଭାଗକୁ ନେଇ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ପରିସ୍ଥିତିର ସମୀକ୍ଷା କରିଛନ୍ତି । କରୋନା ସମୟରେ ଯେଉଁଭଳି ପଦକ୍ଷେପ ନିଆଯାଇଥିଲା, ଅନୁରୂପ ଢଙ୍ଗରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହି ଅନୁସାରେ, ଆଜି କାଶୀପୁର ତହସିଲ ପକ୍ଷରୁ ମୁନୁଷପଦର, ଜଡ଼କିମୁଣ୍ଡା ଓ ଗୁମାମୁରକା ଭଳି ୩ଟି ଗାଁକୁ ଜଣ୍ଟେନମେଣ୍ଟ୍ ଜୋନ୍ ଘୋଷଣା କରି ପୋଲିସ ମୁତୟନ କରାଯାଇଛି । ଅତି ଆବଶ୍ୟକ ନ ହେଲେ ଏହି ଗାଁରେ ଅନ୍ୟ ଗାଁ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।

ସେହିପରି ରୋଗ ବ୍ୟାପିଥିବା ୩ ଗାଁ ଲୋକଙ୍କ ଅନ୍ୟ ଗାଁକୁ ଯିବା ଉପରେ ବି ପ୍ରତିବନ୍ଧକ ଲଗାଯାଇଛି । ଡିପ୍‌ଥେରିଆ ଏକ ବାୟୁବାହିତ ରୋଗ ହୋଇଥିବାରୁ ଅନ୍ୟରୁ ବ୍ୟାପିବା ସମ୍ଭାବନା ଅଧିକ ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଡ଼ା ପଦକ୍ଷେପ ନିଆଯାଇଛି । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଲାଲମାହନ ରାଉତରାୟ କହିଛନ୍ତି ଯେ, ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି । ସବୁ ବିଭାଗ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଟୀକାକରଣ ମଧ୍ୟ ଠିକ୍‌ଠାକୁ ଚାଲିଛି ।

ସୂଚନାଥାଉ କି, ମୁନୁଷପଦର ସମେତ ଜିଲ୍ଲାର ୧୨ ଗାଁରେ ଗତ ୪ ବର୍ଷ ହେଲା ଟୀକାକରଣ ହୋଇ ନ ଥିଲା । ରାଜ୍ୟ ସରକାର ଏହାର ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ବତନ୍ତ୍ର ଚିଠି ଲେଖିଛନ୍ତି । ଡିପ୍‌ଥେରିଆ ମୁକାବିଲା ପାଇଁ ପରାମର୍ଶ ଦେବା ସହ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ମାଇକ୍ରୋ ପ୍ଲାନ୍ ଅନୁଯାୟୀ, ସ୍ବାସ୍ଥ୍ୟ କର୍ମଚାରୀମାନେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଜନ୍ମରୁ ୧ ବର୍ଷର ଶିଶୁଙ୍କୁ ଟୀକାକରଣ ଏବଂ ୧ରୁ ୭ ବର୍ଷର ଶିଶୁଙ୍କୁ ଡିପିଟି ଡୋଜ୍ ଦେବାକୁ କୁହାଯାଇଛି । ୭ରୁ ଅଧୁକ ବର୍ଷର ଲୋକଙ୍କୁ ଘର ଘର ବୁଲି ଟିଡି ଟିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଡିପଥେରିଆ ପାଇଁ ଥରହର ଜଳବନ୍ଦୀ ଇଲାକା, ଜଣେ ଶିଶୁ ମୃତ - DIPHTHERIA DISEASE IN kalahandi

ଏଥିପାଇଁ ଡଙ୍ଗାସିଲ ଓ ବଦଳିଝରଣ ଉପସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ୨୮ଟି କେନ୍ଦ୍ରକୁ ଚିହ୍ନଟ କରାଯାଇଛି । ବଦଳିଝରଣ ଅଧୀନରେ ମୁନୁଷପଦର, ତେନ୍ତୁଳିପଦର, ଖମ୍ବପଦର, କୁକୁଡ଼ି ସେମି, ଝୋଲାକୁ ମୁଲି, ଗୁ ମାମୁ ରକା, ଗୁମୁଡ଼ିମୁଣ୍ଡି, ଭେଣ୍ଡିଆଯୋଡ଼ି, ବନ୍ଦାଦର, ବାମନପୁଟ ଗାଁ ଚିହ୍ନଟ କରାଯାଇଛି । ସେହିପରି ଡଙ୍ଗାସିଲ କେନ୍ଦ୍ର ଅଧୀନରେ ଥିବା ଗୁଗାନ, ଭିତରଗୁ ମା, ଶିଶୁପାସ, କୁକୁଡ଼ାକଟା, କୁନ୍ଦୁରୁ ଶିଳା, ବାରିଗୁଡ଼ା, ଚିକେର, ଗାଜିଆଗୁଡ଼ା, ପୁଟୁଯୋଡ଼ି, ଚିଲିପଦର, ଦାଣ୍ଡମୁଣ୍ଡା, କଣ୍ଟାବାଞ୍ଜି, କେ.ଚାଞ୍ଚଡ଼ି, କୁଟୁରାଗୁଡା, ଅଡାଜାଲ, ଶିଳାପାସ, ରାଉଲିଘାଟି ଓ ଓଡାଜାଲ ଗାଁରେ ଟୀକାକରଣ ସହ ଡୋଜ ପ୍ରଦାନ କରାଯିବ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.