ETV Bharat / state

କାଶୀପୁରରେ ଡିପଥେରିଆ ଆତଙ୍କ, ଗଡ଼ିଲାଣି 5 ଶିଶୁଙ୍କ ମୁଣ୍ଡ - Diphtheria outbreak - DIPHTHERIA OUTBREAK

Diphtheria outbreak in Kashipur: ପୁଣିଥରେ ଚର୍ଚ୍ଚାରେ କାଶୀପୁର । ହେଲେ ଏଥର ଆମ୍ୱ ଟାକୁଆ ପାଇଁ ନୁହେଁ, ବରଂ ଡିପଥେରିଆରେ କଲବଲ ହେଉଛନ୍ତି ଶିଶୁ । ଯାହାକୁ ନେଇ ସାରା ରାଜ୍ୟର ନଜର ଏବେ ଏହି ବ୍ଲକ ଉପରେ ରହିଛି । ଅଧିକ ପଢ଼ନ୍ତୁ,

Diphtheria outbreak
Diphtheria outbreak (ETV Bharat Odisha)
author img

By ETV Bharat Odisha Team

Published : Jun 16, 2024, 10:23 PM IST

ରାୟଗଡା: ବର୍ଷା ଋତୁ ଆରମ୍ଭ ନହେଉଣୁ ରାୟଗଡା ଜିଲ୍ଲା କାଶୀପୁର ବ୍ଲକରେ ଡରାଇଛି ଅଜଣା ରୋଗ । ଏହି ରୋଗରେ ଆକ୍ରାନ୍ତ ହୋଇ ଏବେ ପର୍ଯ୍ୟନ୍ତ 5 ଜଣ ଶିଶୁଙ୍କର ମୃତ୍ୟୁ ହେଲାଣି । ଏବେ ସାମ୍ନାକୁ ଆସିଛି ଏହି ଅଜଣା ରୋଗର ପରିଚୟ । ଏହା କୌଣସି ଅଜଣା ରୋଗ ନୁହେଁ, ବରଂ ଡିପଥେରିଆ ବୋଲି କହିଛନ୍ତି ବିଶେଷଜ୍ଞ ଦଳ । ସ୍ୱତନ୍ତ୍ର ଡାକ୍ତରୀ ଦଳ ଯାଇ ଉକ୍ତ ଅଞ୍ଚଳରେ ଅକ୍ରାନ୍ତଙ୍କ ରକ୍ତ ଓ ସ୍ୱାବ୍‌ ପରୀକ୍ଷା କରିବା ପରେ ଏହା ସ୍ପଷ୍ଟ ହୋଇଛି । ଏଠାରେ ସୂଚନା ଯୋଗ୍ୟ, କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତର ମାନୁଷପଦର ଗାଁରେ ଅଜଣା ରୋଗର ଆତଙ୍କ ଲାଗି ରହିଥିଲା ।

କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡାଃ ନେତ୍ରାନନ୍ଦ ନାୟକଙ୍କ ନେତୃତ୍ବରେ ଏକ ୫ ଜଣିଆ ଡାକ୍ତରୀ ଦଳ ସେଠାରେ କ୍ୟାମ୍ପ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆସନ୍ତା ୨୦ ଦିନ ଯାଏଁ ପ୍ରତିଦିନ ସେହି ଗାଁକୁ ଡାକ୍ତରୀ ଦଳ ଯାଇ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ନୂତନ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ ପାଇଁ ସିଡିଏମଓ ନିର୍ଦ୍ଦେଶ ଦେଇଛନ୍ତି । ସେଠାରେ ଏକ ସର୍ଭିଲାନ୍ସ ଦଳ ସଜାଗ ରହିଛି । ସମସ୍ତଙ୍କୁ ଟୀକାକରଣ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ଶତପ୍ରତିଶତ ଟୀକାକରଣ ହେଲେ ଏହି ରୋଗ ବ୍ୟାପିବ ନାହିଁ । ଏହି ରୋଗ ଯେପରି ନବ୍ୟାପିବ ସେଥ‌ିପ୍ରତି ତୀକ୍ଷ୍‌ଣ ଦୃଷ୍ଟି ରଖାଯାଇଛି ବୋଲି କହିଛନ୍ତି ରାୟଗଡା ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ।

ଏହା ମଧ୍ୟ ପଢ଼ନ୍ତୁ.. କାଶୀପୁରରେ ଅଜଣା ରୋଗ ଆତଙ୍କ: ୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, ପୁଣି ୪ ଶିଶୁ ହସ୍ପିଟାଲରେ ଭର୍ତ୍ତି - Kashipur Unknown disease

ଅନ୍ୟପଟେ ଏହି ଦୁଃଖ ଖବର ପରେ ନବନିର୍ବାଚିତ ରାୟଗଡା ବିଧାୟକ ଆପଲସ୍ବାମୀ କାଡ୍ରାକା, ବିଜେପି ନେତା କାଳିରାମ ମାଝୀ ଏବଂ ବିଜେଡି ନେତ୍ରୀ ଅନୁସୟା ମାଝୀ ପ୍ରମୁଖ ମାନୁଷପଦର ଗାଁରେ ପହଞ୍ଚି ଆକ୍ରାନ୍ତଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଗତକାଲି ଅଜଣା ରୋଗର କାରଣ ଖୋଜିବାକୁ ସ୍ବାସ୍ଥ୍ୟ ବିଭାଗ ଓ ଆରଏମଆରସିକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସୂଚନା ଥାଉକି ଏବେ ବି ବହୁ ଆକ୍ରାନ୍ତ ଚିକିତ୍ସିତ ହେଉଥିବାରୁ ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇ ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମାନୁଷପଦର ଗାଁକୁ ରାସ୍ତା ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.