ETV Bharat / state

ଡିଜିଟାଲ ଆରେଷ୍ଟରେ ଲୁଟିଥିଲା କୋଟିଏ, ତେଲେଙ୍ଗାନାର ଅବଦୁଲ ସଲିମ ଗିରଫ - DIGITAL ARREST

ଡିଜିଟାଲ ଆରେଷ୍ଟ ମାମଲାରେ ଓଡ଼ିଶାର ପ୍ରଥମ ଗିରଫଦାରୀ । ବ୍ରହ୍ମପୁର ବରିଷ୍ଠ ନାଗରିକଙ୍କୁ କୋଟିଏ ଠକିବା ମାମଲାରେ ତେଲେଙ୍ଗାନା ଯୁବକ ଗିରଫ ।

DIGITAL ARREST
DIGITAL ARREST (ETV Bharat Odisha)
author img

By ETV Bharat Odisha Team

Published : Nov 28, 2024, 8:51 PM IST

କଟକ: ଡିଜିଟାଲ ଆରେଷ୍ଟ ମାମଲାରେ ରାଜ୍ୟର ପ୍ରଥମ ଗିରଫଦାରୀ । ତେଲେଙ୍ଗାନାରୁ ଜଣେ ସାଇବର ଠକକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ ନାଁ ଅବଦୁଲ ସଲିମ । ନିଜକୁ ମୁମ୍ବାଇ ସାଇବର କ୍ରାଇମ ଅଧିକାରୀ ପରିଚୟ ଲୁଟିଥିଲା କୋଟି କୋଟି ଟଙ୍କା । ବ୍ରହ୍ମପୁରର ଜଣେ ବ୍ୟକ୍ତିଙ୍କୁ କରିଥିଲା ଡିଜିଟାଲ ଆରେଷ୍ଟ(Digital Arrest) । ବିଭିନ୍ନ ଆଳରେ ତାଙ୍କ ଠାରୁ ଏକ କୋଟି ଟଙ୍କା ଲୁଟ କରିଥିଲା । ଅବଦୁଲ ବ୍ୟବହାର କରିଥିବା ଆକାଉଣ୍ଟ ନାଁରେ ରହିଛି ଆହୁରି ୧୩ଟି ଅଭିଯୋଗ । ଏନେଇ ଆଜି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ନିଜକୁ ପୋଲିସ ପରିଚୟ ଦେଇ କରୁଥିଲା ଡିଜିଟାଲ ଆରେଷ୍ଟ:

ରାଜ୍ୟ ପୋଲିସ ଜାରି କରିଥିବା ପ୍ରେସ ବିଜ୍ଞପ୍ତି ଅନୁସାରେ, ଅଭିଯୁକ୍ତ ଅବଦୁଲ ସଲିମ ନିଜକୁ ଟ୍ରାଇ ଏବଂ ମୁମ୍ବାଇ ସାଇବର କ୍ରାଇମ ଡିଭିଜନ ପୋଲିସ କର୍ମଚାରୀର ପରିଚୟ ଦେଇ ଲୋକଙ୍କୁ ଗିରଫ କରିବାକୁ ଧମକ ଦେଉଥିଲା । ଜଣେ ବ୍ୟକ୍ତି ଠାରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଠକିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ତାକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ତେଲେଙ୍ଗାନା ନିଜାମାବାଦର ଅବଦୁଲ ସଲିମ ।

Digital Arrest
Digital Arrest (ETV Bharat Odisha)

ସାରା ଦେଶରେ 13ରୁ ଅଧିକ ମାମଲା ରହିଛି:

ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଠାରୁ ମୋବାଇଲ ଫୋନ, ୩ଟି ସିମ କାର୍ଡ, ସାଉଦି ଆରବର ସିମକାର୍ଡ, ପାସବୁକ, ପାସପୋର୍ଟ, ଆଧାର କାର୍ଡ, ପାନ କାର୍ଡ, ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ ଜବତ କରିଛି । ଅଭିଯୁକ୍ତ ସଲିମ ନାମରେ ସାରା ଦେଶରେ ୧୩ରୁ ଅଧିକ ମାମଲାରେ ସମ୍ପୃକ୍ତି ଥିବା ତଦନ୍ତରେ ପୋଲିସ ଜାଣିବାକୁ ପାଇଛି ।

ବ୍ରହ୍ମପୁର ବରିଷ୍ଠ ନାଗରିକଙ୍କୁ ଠକିଥିଲା:

ବ୍ରହ୍ମପୁରରେ ରହୁଥିବା ଜଣେ ବରିଷ୍ଠ ନାଗରିକ ଏହି ଡିଜିଟାଲ ଗିରଫ ଭଳି ଠକାମୀର ଶିକାର ହୋଇଥିଲେ । ଠକମାନେ ନିଜକୁ ଟ୍ରାଇ ଏବଂ ମୁମ୍ବାଇ ସାଇବର କ୍ରାଇମ ଡିଭିଜନର ପୋଲିସ କର୍ମଚାରୀ ବୋଲି ପରିଚୟ ଦେବା ସହ ତାଙ୍କ ଆଧାରକାର୍ଡରେ ଲିଙ୍କ ହୋଇଥିବା ଏକ ଅଜଣା ମୋବାଇଲ ନମ୍ବର ସମ୍ପର୍କରେ ପଚାରିଥିଲେ । ସେହି ମୋବାଇଲ ନମ୍ବରଟି ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ଭଳି ମାରାତ୍ମକ ଜିନିଷ କିଣିବାରେ ବ୍ୟବହୃତ ହୋଇଛି ବୋଲି ପ୍ରଥମେ ଭୟଭୀତ କରିଥିଲେ । ଏହା ବ୍ୟତୀତ ଉକ୍ତ ନମ୍ବରରୁ ମହାରାଷ୍ଟ୍ରର ଅନେକ ବ୍ୟକ୍ତିଙ୍କୁ ଧମକ ପୂର୍ଣ୍ଣ କଲ୍ ଯାଇଥିବା କଥା ସମ୍ପର୍କରେ ମଧ୍ୟ ଠକମାନେ ଉଲ୍ଲେଖ କରିଥିଲେ । ଏଥିନିମନ୍ତେ ତାଙ୍କୁ ୩ ରୁ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହେବ ବୋଲି କହିବା ସହ ଠକ ମାନେ ତାଙ୍କୁ ହ୍ବାଟ୍ସଆପ ଜରିଆରେ ଭିଡିଓ କଲ କରି ଅଟକ ରଖିଥିଲେ ।

ଏହା ମଧ୍ୟ ପଢନ୍ତୁ:

ଭୁଲ ନମ୍ବର ରିଚାର୍ଜ ପଡିଲା ମହଙ୍ଗା, ଗାଏବ ହେଲା ପ୍ରାୟ ୪ ଲକ୍ଷ ଟଙ୍କା

ଚର୍ଚ୍ଚାରେ ରାଧାରାଣୀ ହୋଇଥିବା ଓଡ଼ିଆ IPS , ଅନଲାଇନ ଟ୍ରେଡିଂ ବେଳେ ୩୮୧ କୋଟି ଠକି ନେଲା ବିଦେଶୀ କମ୍ପାନୀ

କ୍ରାଇମବ୍ରାଞ୍ଚ କବଜାରେ ବଡ଼ ସାଇବର ଠକେଇ, ୨୪ ଗିରଫ, JSW ଅଧିକାରୀ ହୋଇଥିଲେ ଶୀକାର

ଠକିନେଇଥିଲା କୋଟିଏ:

ଏହା ପରେ ମାନସିକ ଅବସାଦର ଶିକାର ହୋଇଥିଲେ ବରିଷ୍ଠ ବ୍ୟକ୍ତି ଜଣକ । ଭୟଭୀତ ହୋଇ ଠକକୁ ସମସ୍ତ ଟଙ୍କା ଟ୍ରାନ୍ସଫର କରିଥିଲେ । ତେବେ ଯାଞ୍ଚ ସରିବା ପରେ ଟଙ୍କା ଫେରାଇ ଦିଆଯିବ କହିଥିଲା ଅଭିଯୁକ୍ତ ଠକ । ଏପରି ଭାବେ ବରିଷ୍ଠ ବ୍ୟକ୍ତି ଜଣକ ଦୁଇ ଥର କରି କୋଟିଏ ଟଙ୍କା ଟ୍ରାନ୍ସଫର କରିଥୁଲେ । ପରେ ଯେତେବେଳେ ଠକାମୀର ଶିକାର ହୋଇଛନ୍ତି ବୋଲି ଜାଣିଥିଲେ କ୍ରାଇମବ୍ରାଞ୍ଚର ଦ୍ବାରସ୍ଥ ହୋଇଥିଲେ । ତେବେ ପୋଲିସ ତଦନ୍ତ କରି ଅଭିଯୁକ୍ତ ସଲିମକୁ ଗିରଫ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.