ETV Bharat / state

ଫିଲ୍ମ ଷ୍ଟାଇଲରେ ସାଇବର ଠକେଇ, ପୂର୍ବତନ ସେନାଧିକାରୀଙ୍କଠୁ ଲୁଟିନେଲେ 1 କୋଟି - CYBER SCAM

NCB ଅଧିକାରୀ ଭାବେ ପରିଚୟ ଦେଇ ଡିଜିଟାଲ ଆରେଷ୍ଟର ଭୟ ଦେଖାଇଲେ । ଭିଡିଓ କଲରେ ମାମଲାର ଶୁଣାଣି ମଧ୍ୟ କଲେ । ଏତଲା ପରେ ସାଇବର ପୋଲିସର ତଦନ୍ତ ଜାରି ।

ଫିଲ୍ମ ଷ୍ଟାଇଲରେ ସାଇବର ଠାକେଇ, ପୂର୍ବତନ ସେନାଧିକାରୀଙ୍କଠୁ ଲୁଟିନେଲେ 1 କୋଟି
ଫିଲ୍ମ ଷ୍ଟାଇଲରେ ସାଇବର ଠାକେଇ, ପୂର୍ବତନ ସେନାଧିକାରୀଙ୍କଠୁ ଲୁଟିନେଲେ 1 କୋଟି (ETV Bharat Odisha)
author img

By ETV Bharat Odisha Team

Published : 13 hours ago

କଟକ: ଫିଲ୍ମ ଷ୍ଟାଇଲରେ କେନ୍ଦ୍ରୀୟ ସଂସ୍ଥାର ଅଧିକାରୀ ପରିଚୟ ଦେଇ ଜଣେ ପୂର୍ବତନ ସେନାଧିକାରୀଙ୍କ ଠାରୁ ସାଇବର ଠକେଇ । ତାହା ପୁଣି ଲକ୍ଷେ, କି 5 ଲକ୍ଷ ନୁହେଁ, ବରଂ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଲୁଟ୍‌ । ନିଜକୁ କେନ୍ଦ୍ରୀୟ ସଂସ୍ଥା ‘ଏନସିବି’ ଅଧିକାରୀ ବୋଲି ପରିଚୟ ଦେଇ ଡିଜିଟାଲ ଆରେଷ୍ଟ ଧମକରେ ସାଇବରଠକଙ୍କ ଏକ ଗୋଷ୍ଠୀ ଏହି ଲୁଟ୍‌ କରିଥିବା ଅଭିଯୋଗକାରୀ ଥାନାରେ ଏତଲା ଦେବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ପ୍ରାଥମିକ ଭାବେ ମୁମ୍ବାଇରୁ ଏହି କଲ ଆସିଥିବା ପୋଲିସ ଜାଣିବାକୁ ପାଇଛି ।

  • ‘NCB’ ଅଧିକାରୀ ବୋଲି ପରିଚୟ ଦେଇଥିଲେ ଅଭିଯୁକ୍ତ

ଅଭିଯୋଗକାରୀଙ୍କ ଏତଲା ଅନୁସାରେ,‘‘ ୧୮ ତାରିଖର ଘଟଣା ସମୟ ପ୍ରାୟ ଅପରାହ୍ନ ଗୋଟାଏରେ ମୋ ହ୍ୱାଟ୍‌ସଆପ୍‍କୁ ଅଜଣା ନମ୍ବରରୁ ଏକ ଭିଡିଓ କଲ୍ ଆସିଥିଲା । ଏକ ଅଫିସ ଭଳି ଦେଖାଯାଉଥିବା ଘରେ କିଛି ବ୍ୟକ୍ତି ବସିଥିଲେ । ଫୋନ୍ କରିଥିବା ବ୍ୟକ୍ତିଜଣକ ନିଜକୁ ‘ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ’(ଏନସିବି) ଅଧିକାରୀ ବୋଲି ପରିଚୟ ଦେଇଥିଲା । କହିଥିଲା ତୁମର ଆଧାରକାର୍ଡ ନମ୍ବରରେ ଏକାଧିକ ଫୋନ୍ ନମ୍ବର ଆକ୍ଟିଭ୍ ରହିବା ସହିତ ତମ ନାମରେ ମନି ଲଣ୍ଡରିଂ ଅଭିଯୋଗ ରହିଛି । ବିଦେଶ ଲିଙ୍କ ସହ ବିଭିନ୍ନ ବ୍ୟାଙ୍କରୁ ଟଙ୍କା ଠକେଇ ଭଳି ବେଆଇନ କାରବାରରେ ତମର ସମ୍ପୃକ୍ତି ରହିଛି । ତୁମ ଫୋନ୍ ନମ୍ବରର ଏକ ଲିଙ୍କ୍ ବିଦେଶର ଏକାଧିକ ନିଶା ବେପାରୀଙ୍କ ସହିତ ମିଳିଛି । ତମକୁ ଡିଜିଟାଲ ଆରେଷ୍ଟ କରାଗଲା ଓ ଆସନ୍ତାକାଲି ସ୍ପେଶାଲ ‘ସିବିଆଇ’ କୋର୍ଟରେ ତମର ବିଚାର ହେବ । ତମେ ଉପସ୍ଥିତ ରହିବ ବୋଲି କହିଥିଲେ ।’’

ଫିଲ୍ମ ଷ୍ଟାଇଲରେ ସାଇବର ଠାକେଇ, ପୂର୍ବତନ ସେନାଧିକାରୀଙ୍କଠୁ ଲୁଟିନେଲେ 1 କୋଟି (ETV Bharat Odisha)
  • ଦୁଇଟି ଅନ-ଲାଇନ ଟ୍ରାନଜାକ୍ସନରେ 1 କୋଟି ଦେଇଥିଲେ ଅଭିଯୋଗକାରୀ:-

ଅଭିଯୋଗକାରୀ କହିଛନ୍ତି, ‘‘ଏହାପରେ ପୁଣି ୧୯ ତାରିଖରେ ହ୍ବାଟ୍ସଆପରେ ଆଉ ଏକ ଭିଡିଓ କଲ ଆସିଲା । ଅଭିଯୁକ୍ତମାନେ ବସିଥିବା ସ୍ଥାନ ପୁରା କୋର୍ଟ ରୁମ ଭଳି ଦେଖାଯାଉଥିଲା । ବିଚାରପତି ଭଳି ଜଣେ ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତି ସେନା ଅଧିକାରୀଙ୍କୁ ପଚରାଉଚରା କରିଥିଲେ । କହିଥିଲେ ତମ ବିରୋଧରେ ଆର୍ଥିକ ଠକେଇ ଅଭିଯୋଗ ହୋଇଛି । ତେଣୁ ତୁମେ ଡ଼ିଜିଟାଲ ଆରେଷ୍ଟ ହୋଇଛ ଓ ବେଲ ପ୍ରଦାନ କରାଯିବ ନାହିଁ । ତୁରନ୍ତ ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଟ୍ରାନଜାକ୍ସନ ହୋଇଛି ସମସ୍ତ ଟଙ୍କା ପଠାଅ । ମାମଲା ସରିବା ପରେ ତମେ ଟଙ୍କା ଫେରସ୍ତ ପାଇବ । ଏହାପରେ ମୁଁ ପ୍ରଥମେ ୬୭ ଲକ୍ଷ ଏବଂ ପରେ ଏହା ପରଦିନ ଫିକ୍ସଡ ଡିପୋଜିଟ ଥିବା ଟଙ୍କା ଉଠାଇ ୩୭ ଲକ୍ଷ ଟଙ୍କା ପଠେଇ ଦେଇଥିଲି ।

ଏହା ମଧ୍ୟ ପଢନ୍ତୁ:- ଦଳର ପରାଜୟ ପାଇଁ EVM ଆଡକୁ ନବୀନଙ୍କ ତେରେଚ୍ଛା ବାଣ - BJD FOUNDATION DAY

ECIଙ୍କୁ ଭେଟିବା ପରେ ୨୦୨୪ ନିର୍ବାଚନ ଭୋଟ୍ ଅସଙ୍ଗତି ଅଭିଯୋଗ ଦୋହରାଇଲା ବିଜେଡି

ନବୀନଙ୍କ ଜୀବନୀ ପୁସ୍ତକ: ରୁବେନଙ୍କୁ ଅରୁଣଙ୍କ ଟାର୍ଗେଟ୍, ବିଜେପି କହିଲା ସତକୁ ଗ୍ରହଣ କର

  • ମୁମ୍ବାଇରୁ ଆସିଥିଲା ଫୋନ କଲ: ପୋଲିସ

ଟଙ୍କା କାରବାର କିଛି ଦିନ ପରେ ପୂର୍ବତନ ସେନାଧିକାରୀ ଜଣକ ସାଇବର ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ । ଏନେଇ ସେ ସାଇବର ଥାନାରେ ଏତଲା ଦେଇଛନ୍ତି । ତେବେ ପୋଲିସ ପ୍ରାଥମିକ ତଦନ୍ତ ପରେ ଏହି ଫୋନ କଲ ମୁମ୍ବାଇରୁ ଆସିଥିବା ଜାଣିବାକୁ ପାଇଛି । ଏହାର ନମ୍ବର ଯାଞ୍ଚ କରିବା ସହ ‘ଆଇପି’ ଆଡରେସ ମଧ୍ୟ ସାଇବର ପୋଲିସ ଯାଞ୍ଚ କରୁଛି । ହେଲେ ପୋଲିସ ପ୍ରକୃତ ଅପରାଧୀଙ୍କ ପାଖରେ ପହଁଞ୍ଚିବା ପାଇଁ ଆବଶ୍ୟକ ପଡ଼ିଲେ ରାଜ୍ୟ ବାହାରକୁ ଟିମ୍‌ ଯିବ ବୋଲି କଟକ ଅତରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.